ଲଭ ଜିହାଦ ଓ ଧର୍ମ ପରିବର୍ତ୍ତନ ବିରୋଧୀ ଆଇନ ଆଣିବେ ମହାରାଷ୍ଟ୍ର ସରକାର

ମହାରାଷ୍ଟ୍ରର ଦେବେନ୍ଦ୍ର ଫଡନାଭିସ ସରକାର ଲଭ୍ ଜିହାଦ ଏବଂ ଜବରଦସ୍ତି ଧର୍ମପରିବର୍ତ୍ତନ ବିରୋଧରେ କଠୋର ଆଇନ ପ୍ରଣୟନ କରିବାକୁ ପ୍ରସ୍ତୁତ ହୋଇଛନ୍ତି। ଏଥିପାଇଁ ରାଜ୍ୟ ସରକାର ମହାରାଷ୍ଟ୍ରର ପୁଲିସ ମହାନିର୍ଦ୍ଦେଶକ (ଡିଜିପି)ଙ୍କ ନେତୃତ୍ୱରେ ଏକ ୭ ଜଣିଆ କମିଟି ଗଠନ କରିଛନ୍ତି ।

debendra fadnabis

ମୁମ୍ବାଇ: ମହାରାଷ୍ଟ୍ରର ଦେବେନ୍ଦ୍ର ଫଡନାଭିସ ସରକାର ଲଭ୍ ଜିହାଦ ଏବଂ ଜବରଦସ୍ତି ଧର୍ମପରିବର୍ତ୍ତନ ବିରୋଧରେ କଠୋର ଆଇନ ପ୍ରଣୟନ କରିବାକୁ ପ୍ରସ୍ତୁତ ହୋଇଛନ୍ତି। ଏଥିପାଇଁ ଫଡନାଭିସ ସରକାର ମହାରାଷ୍ଟ୍ରର ପୁଲିସ ମହାନିର୍ଦ୍ଦେଶକ (ଡିଜିପି)ଙ୍କ ନେତୃତ୍ୱରେ ଏକ ୭ ଜଣିଆ କମିଟି ଗଠନ କରିଛନ୍ତି । ଏହି କମିଟି ଲଭ୍ ଜିହାଦ ଏବଂ ବଳପୂର୍ବକ ଧର୍ମପରିବର୍ତ୍ତନ ସମ୍ବନ୍ଧୀୟ ସମସ୍ତ ଆଇନଗତ ଏବଂ ବୈଷୟିକ ଦିଗ ଉପରେ ଆଲୋଚନା କରିବ ଏବଂ ଏକ ରିପୋର୍ଟ ପ୍ରସ୍ତୁତ କରି ସରକାରଙ୍କୁ ପ୍ରଦାନ କରିବ।

ମହାରାଷ୍ଟ୍ର ସରକାର ଲଭ୍ ଜିହାଦ ଏବଂ ବଳପୂର୍ବକ ଧର୍ମପରିବର୍ତ୍ତନ ପ୍ରସଙ୍ଗରେ ଏକ କମିଟି ଗଠନ କରିଛନ୍ତି। ରାଜ୍ୟର ଡିଜି ଏହି କମିଟିର ମୁଖ୍ୟ ରହିବେ। ଏହି କମିଟିରେ ଗୃହ, ଆଇନ ଓ ନ୍ୟାୟପାଳିକା, ସାମାଜିକ ନ୍ୟାୟ ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ସଚିବମାନେ ମଧ୍ୟ ରହିବେ। ଏହି କମିଟି ଲଭ୍ ଜିହାଦ, ଠକେଇ ଏବଂ ବଳପୂର୍ବକ ଧର୍ମପରିବର୍ତ୍ତନ, ତଥ୍ୟ ସଂଗ୍ରହ ଭଳି ମାମଲାରେ କାର୍ଯ୍ୟ କରିବ। ଏହାବ୍ୟତୀତ କମିଟି ଆଇନର ଅଧ୍ୟୟନ କରିବା ସହ ଅନ୍ୟ ରାଜ୍ୟରେ ପ୍ରଚଳିତ ଆଇନର ସମୀକ୍ଷା କରି କଠୋର ଆଇନ ପ୍ରଣୟନ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe