ଆରୟନ ନିର୍ଦ୍ଦୋଷ ବୋଲି ପ୍ରମାଣ ଦେଲେ ନବାବ, ଟୁଇଟ କଲେ ଏଭଳି ଭିଡିଓ

Advertisment
ଆରୟନ ନିର୍ଦ୍ଦୋଷ ବୋଲି ପ୍ରମାଣ ଦେଲେ ନବାବ, ଟୁଇଟ କଲେ ଏଭଳି ଭିଡିଓ

ମୁମ୍ବାଇ: ନିକଟରେ ମୁମ୍ବାଇରୁ ଗୋଆକୁ ଯାଉଥିବା ଏକ କ୍ରୁଜ୍ ଉପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ଚଢ଼ାଉ କରିଥିଲା। ଏହି ଚଢ଼ାଉରେ ବଲିଉଡର କିଙ୍ଗ ଖାନ୍ ଶାହାରୁଖ ଖାନଙ୍କ ପୁଅ ଆରୟନ ଖାନଙ୍କୁ ଏନସିବି ଗିରଫ କରିଥିଲା। ଏବେ ଏହି ଚଢ଼ାଉ ଚର୍ଚ୍ଚାରେ ରହିଥିବା ବେଳେ ଗତକାଲି ଏହାକୁ ନକଲି ବୋଲି କହିଥିଲେ ଏନସିପି ନେତା ନବାବ ମଲିକ।

ନବାବ ମଲିକ କହିଥିଲେ ଯେ, କ୍ରୁଜରୁ କୌଣସି ଡ୍ରଗ୍ସ ଜବତ କରାଯାଇ ନାହିଁ। ଏହି ମାମଲାରେ ଗିରଫ ହୋଇଥିବା ଲୋକଙ୍କୁ କେବଳ ଫସାଇବା ହିଁ ଏନସିବିର ଉଦ୍ଦେଶ୍ୟ ଥିଲା। କ୍ରୁଜରେ ହୋଇଥିବା ଚଢ଼ାଉରେ ବିଜେପିର ସମ୍ପୃକ୍ତି ଥିବା ନବାବ ମଲିକ୍ ଦାବି କରିଛନ୍ତି। ଏହା ସହ ‌ସେ ଦାବି କରିଛନ୍ତି ଯେ, ଚଢ଼ାଉ ପାଇଁ ବିଜେପି ନେତାମାନେ ଏନସିବି ସହ ସାମିଲ ହୋଇଥିଲେ। ଏସବୁ କେବଳ ଶାହାରୁଖ ଓ ତାଙ୍କ ପୁଅଙ୍କୁ ଫସାଇବା ପାଇଁ କରାଯାଇଥିବା ସେ କହିଛନ୍ତି।

ତେବେ କାଲି କହିଥିବା କଥାର ପ୍ରମାଣ ଆକାରରେ ସେ ଏବେ ଏକ ଭିଡିଓ ଟୁଇଟ କରିଛନ୍ତି। ଟୁଇଟ କରାଯାଇଥିବା ଭିଡିଓରେ ଦୁଇଜଣ ବିଜେପି ନେତା ଏନସିବି ଅଫିସ ଭିତରକୁ ଯାଉଥିବା ଦେଖାଯାଇଛି। ଭିଡିଓରେ ନଜର ଆସୁଥିବା ଦୁଇ ଜଣ ବିଜେପି ନେତା ହେଲେ କେ.ପି.ଗୋସାବି ଏବଂ ମନୀଷ ଭାନୁଶାଲି।

ଗତକାଲି କେ.ପି.ଗୋସାବିଙ୍କ ଉପରେ ଆରୋପ ଲଗାଇ ନବାବ ମଲିକ କହିଥିଲେ ଯେ, କେ.ପି.ଗୋସାବି ନାମକ ଜଣେ ବ୍ୟକ୍ତି ଆରୟନ ଖାନଙ୍କୁ ଏନସିବି ଅଫିସକୁ ଆଣିଥିବାର ଦେଖାଯାଇଥିଲା। ସେ ଆରୟନଙ୍କ ସହ ଏକ ସେଲଫି ମଧ୍ୟ କ୍ଲିକ୍ କରିଥିଲେ। ହେଲେ ପରେ ଏନସିବି ସ୍ପଷ୍ଟ କରିଥିଲା ଯେ ବ୍ୟକ୍ତି ଜଣକ ଏନସିବିର କର୍ମଚାରୀ ନୁହଁନ୍ତି। ତେବେ ଏନସିବି ମଧ୍ୟ ଉତ୍ତର ଦେବା ଉଚିତ ଯେ, ଯଦି ସେ କର୍ମଚାରୀ ନୁହନ୍ତି ତେବେ ସେହି ବ୍ୟକ୍ତି ସେଠାରେ କଣ କରୁଥିଲେ ଏବଂ ସେ କାହିଁକି ଆରୟନ ଖାନଙ୍କୁ ଏନସିବି କାର୍ଯ୍ୟାଳୟକୁ ଆଣିଥିଲେ? କାଲି ଏଭଳି ପ୍ରଶ୍ନ କରିଥିବା ନବାବ ମଲିକ ପରେ କେ.ପି.ଗୋସାବି ଏବଂ ମନୀଷ ଭାନୁଶାଲି ଦୁଇ ବିଜେପି ନେତା ବୋଲି କହି ଭିଡିଓ ଟୁଇଟ କରିଥିବା ଦେଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe