Photograph: (Sambad.in)
ଭୋପାଳ: ପବିତ୍ର ହନୁମାନ ଜୟନ୍ତୀ ଅବସରରେ ଜବଲପୁର ପଞ୍ଚମଠ ମନ୍ଦିରରେ ଏକ ସ୍ବତନ୍ତ୍ର ଧରଣର ଥାଳି ପ୍ରସ୍ତୁତ କରାଯାଇଛି । ଯାହାକୁ ‘ମହାଥାଳି’ ବୋଲି କୁହାଯାଉଛି ଏବଂ ଯେଉଁଥିରେ ଦେଶର ବିଭିନ୍ନ ଅଞ୍ଚଳର ୫୬ ପ୍ରକାରର ପାରମ୍ପରିକ ଖାଦ୍ୟ ରହିଛି । ଖାଲି ସେତିକି ନୁହେଁ ୫ ହଜାର କେ.ଜିର ଲଡୁ ବି ପ୍ରସ୍ତୁତ ହୋଇଛି ।
/sambad/media/media_files/2025/04/12/xA8nLdKjKFk86BEjq3p8.jpg)
ମନ୍ଦିରର ୨୫ ବର୍ଷ ପୂର୍ତ୍ତି ଅବସରରେ ଏଭଳି ନିଆରା ଆୟୋଜନ କରାଯାଇଛି । ଏହି ମହାଥାଳି ବିବିଧତା ମଧ୍ୟରେ ଏକତାକୁ ସୂଚାଉଛି । ଯେଉଁଥାଳିରେ କାଶ୍ମିରର ଡ୍ରାଏ ଫ୍ରୁଟସ, ଗୁଜୁରାଟର ଢୋକଲା, ବାରଣାସୀ ପାନ ଲସି ପରି ଭଳିକି ଭଳି ଖାଦ୍ୟ ରହିଛି ।
Follow Us