ନେପାଳର ଭିଡିଓକୁ ମହାକୁମ୍ଭର କହି ଗୁଜବ ପ୍ରଚାର କରିବା ମହଙ୍ଗା ପଡ଼ିଲା

ଟାଇଗର ଯାଦବଙ୍କ ଆଇଡିରୁ ଏକ ଭିଡିଓ ପୋଷ୍ଟ କରାଯାଇଥିଲା ଯେଉଁଥିରେ କୁମ୍ଭମେଳାରେ ମୃତକଙ୍କ ମୃତଦେହକୁ ନଦୀରେ ଭସାଇ ଦିଆଯାଉଛି ଏବଂ ଯେଉଁମାନଙ୍କ ନିଶ୍ୱାସ ଚାଲୁଛି ‌ସେହି ଲୋକଙ୍କ କିଡନୀ ବାହାର କରାଯାଉଛି ବୋଲି ଉକ୍ତ ଭିଡିଓରେ  ଜଣେ ବ୍ୟକ୍ତି କହୁଛନ୍ତି।

tr

ପ୍ରୟାଗରାଜ: ମହାକୁମ୍ଭ ମେଳାକୁ ନେଇ ମିଥ୍ୟା ଖବର ପ୍ରସାରଣ କରିବା ୮ଜଣଙ୍କୁ ମହଙ୍ଗା ପଡ଼ିଛି। 

ଏହି ଘଟଣାକୁ ନେଇ ଏସଏସପି (କୁମ୍ଭ) ରାଜେଶ ଦ୍ୱିବେଦୀ କହିଛନ୍ତି, ‘ ମହାକୁମ୍ଭ ମେଳା ବିଷୟରେ ଭୁଲ ସୂଚନା ପ୍ରସାରଣ କରିଥିବାରୁ ସାତଟି 'ଏକ୍ସ' ଆକାଉଣ୍ଟ ଏବଂ ଗୋଟିଏ ଇନଷ୍ଟାଗ୍ରାମ ଆକାଉଣ୍ଟର ପରିଚାଳକଙ୍କ ବିରୋଧରେ କୋତୱାଲି ପୁଲିସ ଷ୍ଟେସନରେ ମାମଲା ରୁଜୁ କରାଯାଇଛି।

ପୁଲିସ ସୂଚନା ଅନୁଯାୟୀ, 'ଏକ୍ସ'ରେ ଏକ ପୋଷ୍ଟ ମାଧ୍ୟମରେ ଗୁଜବ ପ୍ରସାରିତ ହେଉଥିଲା ଯେ ମହାକୁମ୍ଭ ୨୦୨୫ ହେଉଛି ମୃତ୍ୟୁର ମହାକୁମ୍ଭ। ଯେଉଁଥିରେ ଗୋଟିଏ ପରିବାରର ତିନି ଜଣ ଲୋକଙ୍କ ଦଳାଚକଟାରେ ମୃତ୍ୟୁ ହୋଇଛି । ବ୍ୟବଚ୍ଛେଦ ଗୃହରୁ ସମ୍ପର୍କୀୟମାନେ ସେମାନଙ୍କ ପ୍ରିୟଜନକଙ୍କ ମୃତଦେହକୁ କାନ୍ଧରେ ବୋହିବୋହି ନେଉଛନ୍ତି।

ଏହି ଭିଡିଓର ଯାଞ୍ଚ ପରେ ଏହା ନେପାଳର ବୋଲି ଜଣାପଡିଲା। ଏହି ଭ୍ରାମକ ପୋଷ୍ଟ କରିଥିବା ସାତଟି 'ଏକ୍ସ' ଆକାଉଣ୍ଟ ବିରୋଧରେ ମାମଲା ରୁଜୁ କରାଯାଇ ଆବଶ୍ୟକୀୟ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

ସେହିପରି ଟାଇଗର ଯାଦବଙ୍କ ଆଇଡିରୁ ଏକ ଭିଡିଓ ପୋଷ୍ଟ କରାଯାଇଥିଲା ଯେଉଁଥିରେ କୁମ୍ଭମେଳାରେ ମୃତକଙ୍କ ମୃତଦେହକୁ ନଦୀରେ ଭସାଇ ଦିଆଯାଉଛି ଏବଂ ଯେଉଁମାନଙ୍କ ନିଶ୍ୱାସ ଚାଲୁଛି ‌ସେହି ଲୋକଙ୍କ କିଡନୀ ବାହାର କରାଯାଉଛି ବୋଲି ଉକ୍ତ ଭିଡିଓରେ  ଜଣେ ବ୍ୟକ୍ତି କହୁଛନ୍ତି।

ଏପରି ଭ୍ରାମକ ଭିଡିଓ ପୋଷ୍ଟ କରି ଉତ୍ତର ପ୍ରଦେଶ ସରକାରଙ୍କ ଭାବମୂର୍ତ୍ତିକୁ ଖରାପ କରିବା ଏବଂ ସାଧାରଣ ଲୋକଙ୍କ ମନରେ ସରକାରଙ୍କ ବିରୋଧରେ ଘୃଣା ସୃଷ୍ଟି କରିବାକୁ ଚେଷ୍ଟା କରାଯିବା ଘଟଣା ଆଦୌ ଗ୍ରହଣୀୟ ନୁହେଁ ବୋଲି ପୁଲିସ କହିଛି। ଏହି ଘଟଣାକୁ ଗମ୍ଭୀରତା ସହ ନିଆଯାଇ ଯାଞ୍ଚ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe