ନୂଆଦିଲ୍ଲୀ: ଦୁଇ ମାସ ପୂର୍ବରୁ ବିବାହ କରି ସଂସାର ଆରମ୍ଭ କରିଥିବା ମମତା ବଶିଷ୍ଠ ମହାକୁମ୍ଭରେ  ନିଜର ପିଣ୍ଡ ଦାନ କରିଥିବା ଘଟଣା ଚର୍ଚ୍ଚାରେ ରହିଛି। 

Advertisment

କିନ୍ନର ଆଖାଡ଼ା ତାଙ୍କୁ ମହାମଣ୍ଡଳେଶ୍ୱରଙ୍କ ଦାୟିତ୍ୱ ଦେଇଛି। ଏଥିପାଇଁ ତାଙ୍କୁ ଆନୁଷ୍ଠାନିକ ଭାବରେ ଅଭିଷେକ କରାଯାଇଥିଲା। ଦୁଇ ମାସ ପୂର୍ବରୁ ମମତା ଦିଲ୍ଲୀର ସନ୍ଦୀପ ବଶିଷ୍ଠଙ୍କୁ ବିବାହ କରିଥିଲେ। କିନ୍ତୁ ଏବେ ସେ ଏକ ନୂତନ ପଥ ବାଛିଛନ୍ତି। ସେ ଜଣେ ସନ୍ୟାସୀ ହୋଇ ସନାତନ ଧର୍ମର ପ୍ରଚାର କରି ସମାଜ କଲ୍ୟାଣ କାମ କରି ବାକୁ ଚାହାଁନ୍ତି।

ଅଧିକପଢ଼ନ୍ତୁ:ମହାକୁମ୍ଭରେ ମହାପ୍ରସାଦ ରାନ୍ଧିଲେ ଗୌତମ ଅଦାନୀ, ଭାଇରାଲ ହେଲା ଭିଡିଓ

ସନ୍ୟାସୀ ହେବା ପୂର୍ବରୁ, ଜଣେ ବ୍ୟକ୍ତି ନିଜର ତଥା ପରିବାରର ସଦସ୍ୟମାନଙ୍କର ପିଣ୍ଡ ଦାନ କରିବାକୁ ପଡ଼ିଥାଏ। ଏହା ଏଥିପାଇଁ କରାଯାଏ କାରଣ ଜଣେ ବ୍ୟକ୍ତି ଯେତେବେଳେ ସନ୍ୟାସୀ ହୋଇଯାଇଥାଆନ୍ତି ତାଙ୍କର ପରିବାର ପ୍ରତି ଆଉ ଆସକ୍ତି ରୁହେ ନାହିଁ ସେମାନେ ଆଉ ମୃତ୍ୟୁକୁ ଭୟ କରନ୍ତି ନାହିଁ।  

ସନ୍ୟାସୀ ହେବା ପାଇଁ ମମତା ଆନୁଷ୍ଠାନିକ ଭାବରେ ମହାକୁମ୍ଭରେ ଅବସ୍ଥିତ କିନ୍ନର ଆଖାଡ଼ା ଶିବିରରେ ନିଜର ପିଣ୍ଡଦାନ କରିଥିଲେ। ଏହାପରେ କିନ୍ନର ଆଖାଡ଼ାର ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ଡକ୍ଟର ଲକ୍ଷ୍ମୀ ନାରାୟଣ ତ୍ରିପାଠୀ ତାଙ୍କୁ ଆଖାଡ଼ାର ମହାମଣ୍ଡଳେଶ୍ୱର କରିଛନ୍ତି।

ଅଧିକପଢ଼ନ୍ତୁ:ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଆପତ୍ତିଜନକ ଦୃଶ୍ୟର ଭିଡିଓ ଭାଇରାଲ

ଏଭଳି ସନ୍ୟାସୀ ଜୀବନ ଆପଣାଇବାକୁ ନେଇ ମମତା କହିଛନ୍ତି, ‘ମୁଁ ସର୍ବଦା ସନାତନ ଧର୍ମ ପ୍ରତି ଆଗ୍ରହୀ ଥିଲି। ଇତିମଧ୍ୟରେ ମୋର ବିବାହ ହୋଇଯାଇଥିଲା। ବିବାହ ପରେ ମୁଁ ସନ୍ୟାସୀ ହୋଇଯିବି ବୋଲି ମୋ ସ୍ବାମୀଙ୍କ ଠାରୁ ଅନୁମତି ଲୋଡ଼ିଥିଲି। ସେ ମୋ ପ୍ରସ୍ତାବରେ ରାଜି ହୋଇ ଯାଇଥିଲେ।

ତେଣୁ ଏବେ ଏହି ରାସ୍ତାରେ ଆଗକୁ ବଢ଼ିବାର ସୁବର୍ଣ୍ଣ ସୁଯୋଗ ଆସିଛି ବୋଲି ମୁଁ ଭାବୁଛି। ତେଣୁ ମୁଁ ମୋର ପରିବାର ତ୍ୟାଗ କରି ସନ୍ୟାସୀ ଜୀବନ ପ୍ରତି ଆଗକୁ ବଢ଼ିଛି। ଏଥିପାଇଁ ମୋ ବାପଘର ଓ ଶାଶୁଘର ଉଭୟଙ୍କ ସହମତି ରହିଛି।’