ମୁଁ ମୋ ପୂର୍ବ ଜନ୍ମରେ କୃଷ୍ଣ ଥିଲି: ଆଇଆଇଟି ବାବା

"ମୁଁ ମୋ ପୂର୍ବ ଜନ୍ମରେ ଏହିପରି ଅନେକ କାମ କରିଛି। ମୁଁ ପୁନର୍ଜନ୍ମ ବିଷୟରେ ସବୁକିଛି ଜାଣେ ଏବଂ ମୁଁ ଜାଣେ ଯେ ମୁଁ ମୋର ପୂର୍ବ ଜନ୍ମରେ କ’ଣ କରୁଥିଲି।" ଏଭଳି କହି ଚର୍ଚ୍ଚାରେ ଆଇଆଇଟି ବାବା।

tpkajsDLdl

ପ୍ରୟାଗରାଜ: ପ୍ରୟାଗରାଜରେ ହେଉଥିବା ମହାକୁମ୍ଭରେ ଆଇଆଇଟି ବାବା ଅର୍ଥାତ୍ ଅଭୟ ସିଂହଙ୍କ ବିଷୟରେ ବହୁତ ଆଲୋଚନା ହେଉଛି। ଅଭୟ ସିଂହ ପ୍ରଥମେ ଆଇଆଇଟିରେ ପଢ଼ିଥିଲେ, ଚାକିରି କରିଥିଲେ, କିନ୍ତୁ ଏବେ ସେ ଧର୍ମ ପଥରେ ଅଛନ୍ତି। ଏବେ ଅଭୟ ସିଂହ ଇଣ୍ଟରନେଟରେ ଆଇଆଇଟି ବାବା ନାମରେ ପ୍ରସିଦ୍ଧ। ଆଇଆଇଟି ବାବାଙ୍କ ଜୀବନ ସହିତ, ତାଙ୍କର ବିଭିନ୍ନ ଦାବି ଉପରେ ବହୁତ ଆଲୋଚନା ହେଉଛି। ସେ ନିକଟରେ ଦାବି କରିଥିଲେ ଯେ ସେ ଶ୍ମଶାନରେ ହାଡ଼ ଖାଉଥିଲେ। ଏବେ ସେ ଏକ ସାକ୍ଷାତକାରରେ ଏଭଳି ଦାବି କରିଛନ୍ତି, ଯାହାକୁ ସହଜରେ ବିଶ୍ବାସ କରିବା କଷ୍ଟ।

ଆଇଆଇଟି ବାବା ଏବେ ନିଜର ଦାଢ଼ି କାଟି ଦେବା ସହ ଭିନ୍ନ ଲୁକରେ ନଜର ଆସିଛନ୍ତି। ଦାଢ଼ି କାଟିବା ପଛର କାରଣ ଜଣାଇ ସେ କହିଛନ୍ତି ଯେ, "ମୁଁ ମୋ ଲୁକରେ ପରିବର୍ତ୍ତନ କରେ। ଯେତେବେଳେ ମୁଁ ପୂର୍ବରୁ ଯାତ୍ରା କରୁଥିଲି, ମହାଦେବ କହିଥିଲେ ଯେ ମୋତେ ନଅଟକି ଆଗକୁ ବଢ଼ିବାକୁ ହେବ। ଗୋଟାଏ ଜାଗାରେ କେବଳ ଗୋଟାଏ ରାତି ରହିବା ପାଇଁ ମହାଦେବ ମୋତେ କହିଥିଲେ। ୨-୩ମାସ ମୋତେ କେଶ କାଟିବାକୁ ସମୟ ମିଳୁନଥିବାରୁ ଏହା ବଢ଼ି ଯାଉଥଲା। ପରେ ୩-୪ମାସ ପରେ ମୁଁ ଏହାକୁ କାଟୁଥିଲି।  ଏହି ଧାରା ପୂର୍ବରୁ ରହି ଆସିଛି।"

ସାକ୍ଷାତକାରରେ ସେ ଏହା ମଧ୍ୟ କହିଛନ୍ତି ଯେ, "ମୁଁ ମୋ ପୂର୍ବ ଜନ୍ମରେ ଏହିପରି ଅନେକ କାମ କରିଛି। ମୁଁ ପୁନର୍ଜନ୍ମ ବିଷୟରେ ସବୁକିଛି ଜାଣେ ଏବଂ ମୁଁ ଜାଣେ ଯେ ମୁଁ ମୋର ପୂର୍ବ ଜନ୍ମରେ କ’ଣ କରୁଥିଲି। ଯେତେବେଳେ ତାଙ୍କୁ ତାଙ୍କ ପୂର୍ବ ଜୀବନ ବିଷୟରେ ପଚରାଗଲା, ଆଇଆଇଟି ବାବା କହିଥିଲେ ଯେ ମୁଁ ପୂର୍ବ ଜନ୍ମରେ କୃଷ୍ଣ ଥିଲି।"

ତାଙ୍କର ଏହି ସାକ୍ଷାତକାର ଏବେ ଭାଇରାଲ ହେବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe