ମଣିଷ ଜୀବନ କୌଣସି ମୁହୂର୍ତ୍ତରେ ଶେଷ ହୋଇପାରେ;ହସଖୁସିରେ ବଞ୍ଚିବା ଶିଖନ୍ତୁ

ପ୍ରୟାଗରାଜରେ ମହାକୁମ୍ଭରେ ପହଞ୍ଚିଥିବା ବାବାମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ମସାନି ଗୋରଖ ବାବା ଓରଫ ଆଇଆଇଟି ବାବା। ତାଙ୍କ ନାମରୁ ସ୍ପଷ୍ଟ ଯେ, ସେ ଆଇଆଇଟିରୁ ଇଞ୍ଜିନିୟରିଂ କରିବା ପରେ ବାବା ହୋଇଯାଇଛନ୍ତି।

wewe


ନୂଆଦିଲ୍ଲୀ: ସୋମବାରଠାରୁ ପ୍ରୟାଗରାଜରେ ମହାକୁମ୍ଭ ଆରମ୍ଭ ହୋଇ ଯାଇଛି। ଏଥିରେ ଅଂଶଗ୍ରହଣ କରିବା ପାଇଁ କୋଣଅନୁକୋଣରୁ ବିଭିନ୍ନ ସନ୍ଥ ଏବଂ ବାବା ଆସି ପହଞ୍ଚିଛନ୍ତି। ପ୍ରୟାଗରାଜରେ ମହାକୁମ୍ଭରେ ପହଞ୍ଚିଥିବା ବାବାମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ମସାନି ଗୋରଖ ବାବା ଓରଫ ଆଇଆଇଟି ବାବା। ତାଙ୍କ ନାମରୁ ସ୍ପଷ୍ଟ ଯେ, ସେ ଆଇଆଇଟିରୁ ଇଞ୍ଜିନିୟରିଂ କରିବା ପରେ ବାବା ହୋଇଯାଇଛନ୍ତି।

ଅଧିକପଢ଼ନ୍ତୁ:ବଲିଉଡ ରାଖିଙ୍କର ଅପବ୍ୟବହାର କରିବାକୁ ଚାହୁଥିଲା: ରାମ କପୁ

ମସାନି ଗୋରଖ ଆଇଆଇଟି ବମ୍ବେରୁ ଏୟର ସ୍ପେସ ଏବଂ ଏୟରୋନଟିକାଲ୍ ଷ୍ଟ୍ରିମରେ ଇଞ୍ଜିନିୟରିଂ ମଧ୍ୟ କରିଛନ୍ତି। ହରିୟାଣାର ମୂଳ ନିବାସୀ ଆଇଆଇଟି ବାବାଙ୍କ ପ୍ରକୃତ ନାମ ଅଭୟ ସିଂହ। ଅଭୟ ସିଂହଙ୍କ ଇଞ୍ଜିନିୟରରୁ ସନ୍ୟାସୀ ହେବା ପଛର କାହାଣୀ ମଧ୍ୟ ବହୁତ ଆକର୍ଷଣୀୟ। 

ବାବା ତାଙ୍କ ଜୀବନର ଅନେକ ଗୁପ୍ତ କଥାକୁ ଖୋଲାଖୋଲି ଭାବେ ଆଲୋଚନା କରିଛନ୍ତି। ଯେତେବେଳେ ବାବାଙ୍କୁ ପଚରାଗଲା ଯେ ସେ ଇଞ୍ଜିନିୟରିଂ ଏବଂ ଫଟୋଗ୍ରାଫି ପଢ଼ିବା ପରେ ବାବା ହେବା ପାଇଁ କାହିଁକି ନିଷ୍ପତ୍ତି ନେଇଥିଲେ? 

ଏହି ପ୍ରଶ୍ନର ସ୍ପଷ୍ଟ ଉତ୍ତର ଦେଇ ଆଇଆଇଟି ବାବା କହିଥିଲେ,‘ଏହା ହେଉଛି ସର୍ବୋତ୍ତମ ଅବସ୍ଥା। ଜ୍ଞାନକୁ ଅନୁସରଣ କରିଚାଲ, ଆଗକୁ ବଢ଼ିଚାଲ, ତୁମେ କେତେ ଦୂର ଯିବ? ଶେଷରେ ଆମକୁ ଏଠାକୁ ଆସିବାକୁ ପଡିବ। କିନ୍ତୁ ସେତେବେଳେ ମୁଁ ବୁଝିପାରୁ ନଥିଲି ଯେ କ’ଣ କରିବି?

ଅଧିକପଢ଼ନ୍ତୁ:୨୦ରୁ ଆରମ୍ଭ ହେବ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ: ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

ଆଇଆଇଟି ମୁମ୍ବାଇରେ ୪ ବର୍ଷ ପଢ଼ିବା ପରେ ମୁଁ ପଦାର୍ଥ ବିଜ୍ଞାନରେ ମଧ୍ୟ କୋଚିଂ ନେଇଥିଲି। ମୋର ଆଗ୍ରହ ଯୋଗୁଁ ମୁଁ ଫଟୋଗ୍ରାଫି ଶିଖିଲି। ମୁଁ ଡିଜାଇନିଂରେ ମାଷ୍ଟର୍ସ ଡିଗ୍ରି ହାସଲ କରିଛି। ଏହା କରିବା ପରେ ମଧ୍ୟ ମୁଁ କୌଣସି ଜିନିଷରେ ଧ୍ୟାନ ଦେଇ ପାରୁ ନଥଲି । ମୋ ଭିତରେ ଚିନ୍ତା ବଢ଼ିବାରେ ଲାଗିଲା। ଶେଷରେ ମୁଁ ବାବା ହୋଇଗଲି। ବାବା ହେବା ପରେ ମନକୁ ଏକ ଅଦ୍ଭୁତ ଶାନ୍ତି ମିଳିଛି।
ମୋର ଆପଣମାନଙ୍କୁ ଅନୁରୋଧ ମଣିଷ ଜୀବନ ଟା ଏମିତି ଏକ ଜିନିଷ ଯାହା କୌଣସି ମୁହୂର୍ତ୍ତରେ ଶେଷହୋଇପାରେ। ତେଣୁ ପ୍ରତିଟି ମୁହୂର୍ତ୍ତକୁ ହସଖୁସିରେ ବଞ୍ଚିବା ପାଇଁ ଚେଷ୍ଟା କରନ୍ତୁ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe