ମହାକୁମ୍ଭରେ ଦଳାଚକଟା, ୩୦ ମୃତ: ୬୦ ଆହତ, ୨୫ ମୃତକ ଚିହ୍ନଟ

Advertisment

ଉତ୍ତରପ୍ର‌ଦେଶ ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ଆଜି ଏକ ବଡ଼ ଅଘଟଣ ଘଟିଯାଇଛି। ମୌନୀ ଅମାବାସ୍ୟା ଅବସରରେ ବୁଧବାର ଭୋର୍‌ ସମୟରେ ସଙ୍ଗମରେ ବୁଡ଼ ପକାଇବାପାଇଁ ଶ୍ରଦ୍ଧାଳୁମାନଙ୍କର ପ୍ରବଳ ଭିଡ଼ ଜମିଥିବା ବେଳେ ହଠାତ୍‌ ଦଳାଚକଟା ହୋଇଥିଲା।

ଉତ୍ତରପ୍ର‌ଦେଶ ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ଆଜି ଏକ ବଡ଼ ଅଘଟଣ ଘଟିଯାଇଛି। ମୌନୀ ଅମାବାସ୍ୟା ଅବସରରେ ବୁଧବାର ଭୋର୍‌ ସମୟରେ ସଙ୍ଗମରେ ବୁଡ଼ ପକାଇବାପାଇଁ ଶ୍ରଦ୍ଧାଳୁମାନଙ୍କର ପ୍ରବଳ ଭିଡ଼ ଜମିଥିବା ବେଳେ ହଠାତ୍‌ ଦଳାଚକଟା ହୋଇଥିଲା।

sfsfsf

ଲକ୍ଷ୍ନୌ: ଉତ୍ତରପ୍ର‌ଦେଶ ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ଆଜି ଏକ ବଡ଼ ଅଘଟଣ ଘଟିଯାଇଛି। ମୌନୀ ଅମାବାସ୍ୟା ଅବସରରେ ବୁଧବାର ଭୋର୍‌ ସମୟରେ ସଙ୍ଗମରେ ବୁଡ଼ ପକାଇବାପାଇଁ ଶ୍ରଦ୍ଧାଳୁମାନଙ୍କର ପ୍ରବଳ ଭିଡ଼ ଜମିଥିବା ବେଳେ ହଠାତ୍‌ ଦଳାଚକଟା ହୋଇଥିଲା। ଦଳାଚକଟାରେ ୩୦ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୬୦ ଜଣ ଆହତ ହୋଇଛନ୍ତି ବୋଲି ମହାକୁମ୍ଭ ଡିଆଇଜି ବୈଭବ କ୍ରିଷ୍ଣା କହିଛନ୍ତି। ମୃତକଙ୍କ ମଧ୍ୟରୁ ୨୫ ଜଣଙ୍କୁ ଚିହ୍ନଟ କରାଯାଇଛି। ଆଜି ଦିନ ତମାମ ସରକାରୀ ଭାବେ ଦଳାଚକଟାଜନିତ ମୃତ୍ୟୁକୁ ନେଇ କୌଣସି ତଥ୍ୟ ପ୍ରଦାନ କରାଯାଇନଥିବା ବେଳେ ସନ୍ଧ୍ୟାରେ ଡିଆଇଜି ଏହି ସୂଚନା ପ୍ରଦାନ କରିଛନ୍ତି। ଆଜି ଭୋର ପ୍ରାୟ ୨ଟା ସମୟରେ ସଙ୍ଗମ ଏବଂ ମହାକୁମ୍ଭ ପାଇଁ ଉଦ୍ଦିଷ୍ଟ ୧୨ କିମି ବ୍ୟାପୀ ନଦୀକୂଳ ରାସ୍ତା‌ରେ ପ୍ରବଳ ଭିଡ଼ ହୋଇଥିବାବେଳେ ଏହି ଅଘଟଣ ଘଟିଛି। କୁହାଯାଉଛି ଯେ କିଛି ଶ୍ରଦ୍ଧାଳୁ ବ୍ୟାରିକେଡ୍‌ ଡେଇଁବାକୁ ଚେଷ୍ଟା କରିବାରୁ ଦଳାଚକଟା ସ୍ଥିତି ଉପୁଜିଥିଲା। ଏହି ଘଟଣା ପାଇଁ ଅନେକ ଲୋକ ନିଜ ପରିବାର ସଦସ୍ୟଙ୍କଠାରୁ ଅଲଗା ହୋଇଯାଇଥିବା ଜଣାପଡ଼ିଛି।

ଅତ୍ୟନ୍ତ ଦୁଃଖଦାୟକ: ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦଳାଚକଟା ଘଟଣା ପାଇଁ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ୍ସରେ ଏକ ‌ପୋଷ୍ଟ୍‌ କରି ମୋଦୀ କହିଛନ୍ତି, ‘ପ୍ରୟାଗରାଜ ମହାକୁମ୍ଭରେ ଘଟିଥିବା ଦୁର୍ଘଟଣା ଅତ୍ୟନ୍ତ ଦୁଃଖଦାୟକ। ଏହି ଘଟଣାରେ ପ୍ରିୟଜନଙ୍କୁ ହରାଇଥିବା ଶ୍ରଦ୍ଧାଳୁଙ୍କୁ ମୋର ଗଭୀର ସମବେଦନା। ଏଥିସହ ଆହତମାନଙ୍କର ମୁଁ ଶୀଘ୍ର ଆରୋଗ୍ୟ କାମନା କରୁଛି। ଆହତମାନଙ୍କୁ ସହଯୋଗ କରିବାପାଇଁ ସ୍ଥାନୀୟ ପ୍ରଶାସନ ମୁତୟନ ହୋ‌ଇଛନ୍ତି। ‌ଉକ୍ତ ଘଟଣା ପାଇଁ ପ୍ରଧାନମନ୍ତ୍ରୀ ଲଗାତାର ରାଜ୍ୟ ସରକାରଙ୍କ ସହ ଯୋଗାଯୋଗରେ ଥିବା କହିଛନ୍ତି। ଅନ୍ୟପକ୍ଷେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ 
ଆଦିତ୍ୟନାଥ ସ୍ଥିତି ସମୀକ୍ଷା କରିଛନ୍ତି ଏବଂ ଏକ୍ସରେ ଏକ ପୋଷ୍ଟ୍‌ କରି ଶ୍ରଦ୍ଧାଳୁମାନେ ପ୍ରାଶାସନିକ ନିୟମାବଳୀ ମାନିବାପାଇଁ ଅନୁରୋଧ କରିଛନ୍ତି। ଶ୍ରଦ୍ଧା‌ଳୁମାନଙ୍କୁ ଅନୁରୋଧ କରି ଯୋଗୀ କହିଛନ୍ତି, ଦୟାକରି ଆପଣମାନେ ସଙ୍ଗମସ୍ଥଳକୁ ନଯାଇ ଆପଣଙ୍କ ନିକଟସ୍ଥ ଘାଟକୁ ଯାଇ ପବିତ୍ର ବୁଡ଼ ପକାନ୍ତୁ। ଯୋଗୀ ପୁଣିଥରେ ସ୍ପଷ୍ଟ କରିଛନ୍ତି ଯେ ସଙ୍ଗମର ସବୁ ଘାଟରେ ସ୍ନାନ କରାଯାଉଛି। ଲୋକମାନେ କୌଣସି ପ୍ରକାର ଗୁଜବ ନ କରିବା ପାଇଁ ଯୋଗୀ ଅନୁରୋଧ କରିଛନ୍ତି। ଦଳା‌ଚକଟା ପରେ ସ୍ଥିତି ତୁରନ୍ତ ନିୟନ୍ତ୍ରଣ କରିବାରେ ସଫଳତା ମିଳିଛି। ପ୍ରୟାଗରାଜରେ ସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଥିବା ସେ କହିଛନ୍ତି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ମଧ୍ୟ ଆଜିର ସ୍ଥିତିକୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ଦଳାଚକଟା ସତ୍ତ୍ବେ ଆଜି ଅପରାହ୍ନ ୧୨ଟା ସୁଦ୍ଧା ୪.୨୪ କୋଟି ଶ୍ରଦ୍ଧାଳୁ ତ୍ରିବେଣୀ ସଙ୍ଗମରେ ପବିତ୍ର ବୁଡ଼ ପକାଇଛନ୍ତି। ଏଥିସହ ମହାକୁମ୍ଭରେ ମୋଟ୍‌ ୨୦ କୋଟିରୁ ଅଧିକ ଶ୍ରଦ୍ଧାଳୁ ସ୍ନାନ କଲେଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe