ନୂଆଦିଲ୍ଲୀ: ଅର୍ଥନୈତିକ କ୍ଷେତ୍ରରୁ ଭାରତ ପାଇଁ ସନ୍ତୋଷଜନକ ଖବର । ୨୦୨୫ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ହାର ୬.୨%କୁ ବୃଦ୍ଧି ପାଇଛି। ପୂର୍ବ ତ୍ରୈମାସରେ ଏହା ୫.୪% ଥିଲା। ଭଲ ମୌସୁମୀ ପରେ ଅର୍ଥନୀତିକୁ ଦୃଢ଼ ଗ୍ରାମୀଣ ବ୍ୟବହାର ଏବଂ ସରକାରୀ ଖର୍ଚ୍ଚ ବୃଦ୍ଧିରୁ ସମର୍ଥନ ମିଳିଥିଲା ।
ଶୁକ୍ରବାର ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନ୍ଏସ୍ଓ) ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ତ୍ରୈମାସିକ ଭିତ୍ତିରେ ଅଭିବୃ୍ଦ୍ଧି ବୃଦ୍ଧି ପାଇଥିଲେ ବି ବର୍ଷତମାମ ଭିତ୍ତିରେ ଏହା ହ୍ରାସ ପାଇଛି । ଅର୍ଥାତ୍ ୨୦୨୪ ଅକ୍ଟୋବର-ଡିସେମ୍ବର ତ୍ରୈମାସରେ ଦେଶର ଅର୍ଥନୀତିରେ ୬.୨ ପ୍ରତିଶତ ଅଭିବୃଦ୍ଧି ରେକର୍ଡ କରାଯାଇଥିବା ବେଳେ ଗତବର୍ଷ ଏହି ସମୟରେ ଏହା ୯.୫ ପ୍ରତିଶତ ରହିଥିଲା।

ସାମଗ୍ରିକ ଭାବେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଜିଡିପି ଅଭିବୃଦ୍ଧି ହାର ୬.୫ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି । ଗତ ଜାନୁଆରି ମାସରେ ଏନଏସଓ ପକ୍ଷରୁ ପ୍ରକାଶିତ ପ୍ରାରମ୍ଭିକ ଆକଳନ ଅନୁସାରେ ୨୦୨୪-୨୫ରେ ଆର୍ଥିକ ଅଭିବୃଦ୍ଧି ୬.୪ ପ୍ରତିଶତ ରହିବ ବୋଲି କୁହାଯାଇଥିଲା । ଏ ସଂପର୍କରେ ସରକାରଙ୍କ ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ଭି. ଅନନ୍ତ ନାଗେଶ୍ବରନ କହିଛନ୍ତି ଯେ ମହାକୁମ୍ଭ ଭାରତର ଜିଡିପି ଅଭିବୃଦ୍ଧିକୁ ୬.୫ ପ୍ରତିଶତ ହାସଲ କରିବାରେ ସହାୟକ ହେବ । ସେ ଆହୁରି ମଧ୍ୟ କହିଛନ୍ତି ଯେ ବଜେଟରେ ଘୋଷିତ ଆୟକର ରିହାତି ଦେଶରେ ଉପଭୋଗକୁ ବଢାଇବା ସହ ଅର୍ଥନୈତିକ କାର୍ଯ୍ୟକଳାପକୁ ବୃଦ୍ଧି କରିବ ।
Follow Us