‘ମହାମନା ଏକ୍ସପ୍ରେସ’କୁ ଉଦ୍‌ଘାଟନ କଲେ ମୋଦି

‘ମହାମନା ଏକ୍ସପ୍ରେସ’କୁ ଉଦ୍‌ଘାଟନ କଲେ ମୋଦି

ବାରାଣସୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ବାରାଣସୀରେ ୩ୟ ମହାମନା ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଶ୍ରୀ ମୋଦି ରିମୋଟ ଜରିଆରେ ଏହି ଟେନ୍‌ର ଶୁଭାରମ୍ଭ କରିଛନ୍ତି। ଏହି ଟ୍ରେନ ପ୍ରତି ଶୁକ୍ରବାର ଉତ୍ତରପ୍ରଦେଶର ବାରାଣସୀରୁ ଗୁଜୁରାଟର ଭଦୋଦରା ଚାଲିବ। ସେହିଭଳି ଏହି ଟ୍ରେନ ବୁଧବାର ଭଦୋଦରା ଠାରୁ ବାରଣାସୀ ପାଇଁ ଚାଲିବ। ଏହି ଟ୍ରେନ ୧୫୩୧ କିଲୋମିଟର ଗନ୍ତବ୍ୟସ୍ଥଳକୁ ଘଣ୍ଟା ପ୍ରତି ବେଗ ୫୫କିଲୋମିଟର ହିସାବରେ ୨୭ଘଣ୍ଟା ୩୦ମିନିଟରେ ଅତିକ୍ରମ କରିବ।

ସୂଚନାଯୋଗ୍ୟ ପ୍ରଥମ ମହାମନା ଏକ୍ସପ୍ରେସକୁ ରେଳବାଇ ପକ୍ଷରୁ ୨୦୧୬ରେ ବାରଣାସୀରୁ ନୂଆଦିଲ୍ଲୀ ମଧ୍ୟରେ ଚାଲୁ କରାଯାଇଥିଲା। ସେହିଭଳି ୨ୟ ମହାମନା ଏକ୍ସପ୍ରେସ ମଧ୍ୟପ୍ରଦେଶର ଭୋପାଲ ଠାରୁ ଖୁଜରାହୋ ଚାଲୁଛି।

ମହାମନା:
ହିନ୍ଦୁ ମହାସଭାର ସଭାପତି ପଦରେ ଥିବା ପଣ୍ଡିତ ମଦନ ମୋହନ ମାଲବ୍ୟଙ୍କ ନାମରେ ମହାମନା ଟ୍ରେନ ଆରମ୍ଭ କରାଯାଇଥିଲା। ମାଲବ୍ୟଙ୍କୁ ମହାମନା ଉପାଧୀ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe