Pehal News
ନୂଆଦିଲ୍ଲୀ: ଆର୍ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜସ୍ବୀ ଯାଦବ ବିହାର ନିର୍ବାଚନ ଜିତିବାର ଖୁବ୍ ନିକଟତର ହୋଇ ମଧ୍ୟ ହାରି ଯାଇଛନ୍ତି। ତେଜସ୍ବୀ ଏନ୍ଡିଏଠାରୁ ମାତ୍ର ୦.୦୩ ପ୍ରତିଶତ କମ୍ ଭୋଟ୍ ପାଇଛନ୍ତି। ମହାମେଣ୍ଟ ଏନ୍ଡିଏଠାରୁ କେବଳ ୧୨ ହଜାର ୭୬୮ ଭୋଟ୍ରେ ହାରିଛି। ଏନ୍ଡିଏକୁ ମୋଟ୍ ୧ କୋଟି ୫୭ ଲକ୍ଷ ୧୨୨୬ ଭୋଟ୍ ମିଳିଥିବାବେଳେ ଏମ୍ଜିବିକୁ ୧ କୋଟି ୫୬ ଲକ୍ଷ ୮୮ ହଜାର ୪୫୮ ଭୋଟ୍ ମିଳିଛି। ଏହା ମୋଟ୍ ଭୋଟ୍ର ମାତ୍ର ୦.୦୩ ପ୍ରତିଶତ। ଏନ୍ଡିଏର ଭୋଟ୍ ପ୍ରତିଶତ ୩୭.୨୬ ପ୍ରତିଶତ ଥିବାବେଳେ ମହାମେଣ୍ଟର ଭୋଟ୍ ପ୍ରତିଶତ ୩୭.୨୩ ପ୍ରତିଶତ ରହିଛି। ତେଜସ୍ବୀଙ୍କ ନେତୃତ୍ବାଧୀନ ଆର୍ଜେଡି ମଧ୍ୟ ସବୁଠୁ ଅଧିକ ଆସନ (୭୫)ଟିରେ ଜିତି ଏକକ ବଡ଼ ଦଳ ସାବ୍ୟସ୍ତ ହୋଇଛି।
Follow Us