ମହାମେଣ୍ଟକୁ ପଛରେ ପକାଇଲା ଏନଡିଏ : ମହାମେଣ୍ଟ ୧୧୪ ଓ ଏନଡିଏ ୧୨୨ଟି ଆସନରେ ଆଗୁଆ

ମହାମେଣ୍ଟକୁ ପଛରେ ପକାଇଲା ଏନଡିଏ : ମହାମେଣ୍ଟ ୧୧୪ ଓ ଏନଡିଏ ୧୨୨ଟି ଆସନରେ ଆଗୁଆ

Republic World

ପାଟନା: ଫଳାଫଳ ବାହାରିବାର ସମୟ ନିକଟତର ହୋଇ ଆସୁଥିବା ବେଳେ ମହାମେଣ୍ଟ ଓ ଏନଡିଏ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। କିଛି ସମୟ ତଳେ ମହାମେଣ୍ଟ ଏନଡିଏକୁ କଡ଼ା ଟକ୍କର ଦେଇ ଆଗୁଆ ରହିଥିବା ବେଳେ ଏବେ ମହାମେଣ୍ଟକୁ ପଛରେ ପକାଇଛି ଏନଡିଏ। ପ୍ରାରମ୍ଭିକ ଟ୍ରେଣ୍ଡରେ ମହାଗଠବନ୍ଧନ ୪୪ ଆସନରେ ଆଗୁଆ ଥିବା ବେଳେ ଜେଡିୟୁ ନେତୃତ୍ୱାଧୀନ ଏନଡିଏ ୨୨ଟି ଆସନରେ ଆଗୁଆ ଥିଲା। କିନ୍ତୁ ଏବେ ଜେଡିୟୁ ନେତୃତ୍ୱାଧୀନ ଏନଡିଏ ୧୨୨ଟି ଆସନରେ ଆଗୁଆ ରହିଛି। ଏହା ସହ ମହାମେଣ୍ଟ ୧୧୪ ଟି ଆସନରେ ଆଗୁଆ ରହିଛି।

Bihar Assembly Elections 2020 nitish kumar tejaswi yadav rally today action on congress leaders over ticket distribution TV9 Bharatvarsh

ସୂଚନା ମୁତାବକ, କରୋନା ମହାମାରୀ ମଧ୍ୟରେ ନିର୍ବାଚନ ଏବଂ ଭୋଟ୍‌ ଗଣତି ହେଉଥିବାରୁ ନିର୍ବାଚନ କମିସନ୍‌ ଏଥିପାଇଁ ବିଶାଳ ପ୍ରସ୍ତୁତି କରିଛନ୍ତି। ବିହାରର ୩୮ଟି ଜିଲ୍ଲାରେ ୫୫ଟି ଗଣତି କେନ୍ଦ୍ର ପ୍ରସ୍ତୁତ କରାଯାଇଛି। ୪୧୪ କାଉଣ୍ଟିଂ ହଲ୍‌ ମଧ୍ୟ ପ୍ରସ୍ତୁତ ରହିଛି। ଭୋଟ୍‌ ଗଣତି ସମୟରେ ଏବଂ ପରେ ଆଇନ ଶୃଙ୍ଖଳା ସ୍ଥିତି ବଜାୟ ରଖିବାପାଇଁ ୫୯ ସିଏପିଏଫ୍‌ କମ୍ପାନି ମୁତୟନ ହୋଇଛନ୍ତି। ୨୪୩ ସଭ୍ୟ ବିଶିଷ୍ଟ ରାଜ୍ୟ ବିଧାନସଭା ପାଇଁ ହୋଇଥିବା ନିର୍ବାନରେ ଯିଏ ୧୨୨ଟି ଆସନ ପାଇବ ସେ ହିଁ ସରକାର ଗଠନ କରିବ। ଏକଜିଟ୍ ପୋଲ୍ ସର୍ଭେ ଅନୁଯାୟୀ ତେଜସ୍ବୀଙ୍କ ମହାମେଣ୍ଟ (ଆରଜେଡି. କଂଗ୍ରେସ) ସଂଖ୍ୟାଗରିଷ୍ଠତା ହାସଲ କରିବ। ପୋଲ୍ ଅଫ୍ ପୋଲ୍ସ ଅନୁଯାୟୀ ମହାମେଣ୍ଟକୁ ୧୩୭ ଏବଂ ବିଜେପି-ଜେଡିୟୁ ମେଣ୍ଟକୁ ୯୭ଟି ଆସନ ମିଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe