ମହାନଦୀ ଟ୍ରିବ୍ୟୁନାଲ: ଖର୍ଚ୍ଚ ହେଲାଣି ୨୬ କୋଟି ୩୧ ଲକ୍ଷ

Advertisment

ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ବିବାଦର ସାମାଧାନ ଲାଗି ଗଠିତ ଟ୍ରିବ୍ୟୁନାଲ ପାଇଁ ୨୦୨୪ ନଭେମ୍ବର ୩୦ ସୁଦ୍ଧା ମୋଟ ୨୬ କୋଟି  ୩୧ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ଦ୍ବାରା ସଦ୍ୟ ପ୍ରକାଶିତ ବାର୍ଷିକ ରିପୋର୍ଟ ୨୦୨୪-୨୫ରୁ ଏହା ଜଣାପଡ଼ିଛି।

ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ବିବାଦର ସାମାଧାନ ଲାଗି ଗଠିତ ଟ୍ରିବ୍ୟୁନାଲ ପାଇଁ ୨୦୨୪ ନଭେମ୍ବର ୩୦ ସୁଦ୍ଧା ମୋଟ ୨୬ କୋଟି  ୩୧ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ଦ୍ବାରା ସଦ୍ୟ ପ୍ରକାଶିତ ବାର୍ଷିକ ରିପୋର୍ଟ ୨୦୨୪-୨୫ରୁ ଏହା ଜଣାପଡ଼ିଛି।

ମହାନଦୀ ପ୍ରସଙ୍ଗ ଏଥର ଅଲୋଡ଼ା: ଓଡ଼ିଶାରେ ଛତିଶଗଡ଼‌ ନେତାଙ୍କ ମାରାଥନ୍‌ ପ୍ରଚାର

ନୂଆଦିଲ୍ଲୀ: ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ବିବାଦର ସାମାଧାନ ଲାଗି ଗଠିତ ଟ୍ରିବ୍ୟୁନାଲ ପାଇଁ ୨୦୨୪ ନଭେମ୍ବର ୩୦ ସୁଦ୍ଧା ମୋଟ ୨୬ କୋଟି  ୩୧ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ଦ୍ବାରା ସଦ୍ୟ ପ୍ରକାଶିତ ବାର୍ଷିକ ରିପୋର୍ଟ ୨୦୨୪-୨୫ରୁ ଏହା ଜଣାପଡ଼ିଛି। ଟ୍ରିବ୍ୟୁନାଲରେ ବର୍ତ୍ତମାନ ସୁଦ୍ଧା ୪୨ଟି ଶୁଣାଣି ହୋଇଥିବା ରିପୋର୍ଟରେ କୁହାଯାଇଛି। ୨୦୨୦ଅଗଷ୍ଟ ୨୯ରେ ଟ୍ରିବ୍ୟୁନାଲ ନ୍ୟାୟିକ ନିଷ୍ପତ୍ତି ପାଇଁ ୪୬ଟି ପ୍ରସଙ୍ଗ ନିର୍ଦ୍ଧାରଣ କରିଥିଲେ। ଅନ୍ତଃରାଜ୍ୟ ଜଳ ବିବାଦ ଆଇନ-୧୯୫୬ ସେକ୍ସନ ୫(୨) ଅନ୍ତର୍ଗତ ଟ୍ରିବ୍ୟୁନାଲର ରିପୋର୍ଟ ପ୍ରତୀକ୍ଷାରେ ଅଛି ବୋଲି ଦର୍ଶାଯାଇଛି। ସେହିଭଳି ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ବଂଶଧାରା ଜଳ ବିବାଦ ମାମଲାର ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲ କେନ୍ଦ୍ର ସରକାରଙ୍କୁ ୨୦୨୧ଜୁନ୍‌ ୨୧ରେ ରିପୋର୍ଟ ଦାଖଲ କରିବା ପରେ ୨୦୨୨ ମାର୍ଚ୍ଚ ୧୦ରେ ଏହାକୁ ଭଙ୍ଗ କରି ଦିଆଯାଇଛି।

ପୋଲାଭରମ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆଡଭାନ୍ସ ଷ୍ଟେଜ୍‌ରେ ରହିଛି। ପ୍ରଧାନମନ୍ତ୍ରୀ କୃଷି ସିଚାଇ ଯୋଜନା(ପିଏମ୍‌କେଏସ୍‌ୱାଇ) ଅନ୍ତର୍ଗତ ପ୍ରାଥମିକତା ଭିତ୍ତିରେ କମାଣ୍ଡ୍‌ ଏରିଆ ବିକାଶ ଓ ଜଳ ପରିଚାଳନା ପାଇଁ ଓଡ଼ିଶାକୁ ୨୦୨୪ ନଭେମ୍ବର ୩୦ ସୁଦ୍ଧା କେନ୍ଦ୍ରୀୟ ଅଂଶଧନ ବାବଦରେ ୧୩୧.୯୬୪ କୋଟି ଓ ରାଜ୍ୟ ଅଂଶଧନ ବାବଦରେ(ନାବାର୍ଡ ଜରିଆରେ) ୩୪୭ କୋଟି ଟଙ୍କା ଦିଆଯାଇଛି। ଏଥି ସହିତ ପିଏମ୍‌କେଏସ୍‌ୱାଇ ଅନ୍ତର୍ଗତ ତ୍ବରିତ ଜଳସେଚନ ସୁବିଧା କାର୍ଯ୍ୟକ୍ରମ(ଏଆଇପିବି) କାର୍ଯ୍ୟ ପାଇଁ ୨୦୧୬-୧୭ରୁ ୨୦୨୪-୨୫ ମଧ୍ୟରେ ଓଡ଼ିଶାକୁ କେନ୍ଦ୍ରୀୟ ଅଂଶଧନ ରୂପେ ୧୨୦୮.୮୬ କୋଟି ଓ ରାଜ୍ୟ ଅଂଶଧନ ବାବଦରେ(ନାବାର୍ଡ ଜରିଆରେ) ୪୨୫୮.୩୧ କୋଟି ଟଙ୍କା ଦିଆଯାଇଛି। ଏଆଇବିପି ଅନ୍ତର୍ଗତ ଓଡ଼ିଶାରେ ଅପର ଇନ୍ଦ୍ରାବତୀ, ରୁକୁରା-ଟ୍ରିବାଲ, ରିଟ୍, ତେଲିନଗିରି ଓ ଲୋୟର ଇନ୍ଦ୍ର ପ୍ରକଳ୍ପର କାର୍ଯ୍ୟ ଶେଷ ହୋଇଛି ବୋଲି ରିପୋର୍ଟରେ ଉଲ୍ଲେଖ ଅଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe