ମହାନଦୀ ଜଳ ବିବାଦ ମାମଲାରେ ଟ୍ରିବ୍ୟୁନାଲଙ୍କ ଶୁଣାଣି ଶେଷ, ଜାନୁଆରିରେ ପୁଣି କ୍ଷେତ୍ର ପରିଦର୍ଶନ କରିବେ ଓଡ଼ିଶା ଏବଂ ଛତିଶଗଡ଼ ଟିମ୍

Advertisment

ଫେବୃଆରି ୧ ତାରିଖରେ ପରବର୍ତ୍ତୀ ଶୁଣାଣି

ଫେବୃଆରି ୧ ତାରିଖରେ ପରବର୍ତ୍ତୀ ଶୁଣାଣି

ମହାନଦୀ ଜଳ ବିବାଦ ମାମଲାରେ ଟ୍ରିବ୍ୟୁନାଲଙ୍କ ଶୁଣାଣି ଶେଷ, ଜାନୁଆରିରେ ପୁଣି କ୍ଷେତ୍ର ପରିଦର୍ଶନ କରିବେ ଓଡ଼ିଶା ଏବଂ ଛତିଶଗଡ଼ ଟିମ୍

image source-news click

ନୂଆଦିଲ୍ଲୀ: ମହାନଦୀ ଜଳ ବିବାଦ ମାମଲାରେ ଆଜି ଟ୍ରିବ୍ୟୁନାଲଙ୍କ ଶୁଣାଣି ଶେଷ ହୋଇଛି । ଓଡ଼ିଶା ଏବଂ ଛତିଶଗଡ଼ ଦୁଇ ରାଜ୍ୟ ମହାନଦୀରେ ତିଆରି ହୋଇଥିବା ପରସ୍ପରର ପ୍ରକଳ୍ପ ଅଞ୍ଚଳର ପ୍ରଥମ ପର୍ଯ୍ୟାୟ ପରିଦର୍ଶନ କରିଥିବା ସଂପର୍କରେ ଟ୍ରିବ୍ୟୁନାଲଙ୍କୁ ଅବଗତ କରାଇଛନ୍ତି । ଏହା ସହ ଟ୍ରିବ୍ୟୁନାଲଙ୍କୁ ଉଭୟ ପକ୍ଷରୁ ନିବେଦନ କରାଯାଇଥିଲା କି ପ୍ରକଳ୍ପ ସମ୍ପର୍କରେ ଅଧିକ ଅନୁଧ୍ୟାନର ଆବଶ୍ୟକତା ରହିଛି । ତେଣୁ ଟ୍ରିବ୍ୟୁନାଲ ଦ୍ବିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ ପାଇଁ ଅନୁମତି ଦେଇଛନ୍ତି।

ଏହି ନିଷ୍ପତ୍ତି ପରେ ଉଭୟ ରାଜ୍ୟର ଅଧିକାରୀ ଆଗାମୀ ଜାନୁଆରି ମାସରେ କ୍ଷେତ୍ର ପରିଦର୍ଶନ କରିବେ। ପ୍ରଥମେ ଛତିଶଗଡ଼ ଟିମ ଜାନୁଆର ୧୪ ତାରିଖରେ କ୍ଷେତ୍ର ପରିଦର୍ଶନରେ ଆସିବେ ଏବଂ ଜାନୁଆର ୧୬ ତାରିଖରେ ଓଡ଼ିଶା ଟିମ ଛତିଶଗଡ଼ ପ୍ରକଳ୍ପ ପରିଦର୍ଶନ କରିବେ। ଏହାଛଡ଼ା ଟ୍ରିବ୍ୟୁନାଲ ଦୁଇଜଣ ଆସେସରଙ୍କୁ ନିଯୁକ୍ତ କରିଛନ୍ତି।

Image result for mahanadi tribunal Image Source- New Indian Express

ଫେବୃଆରି ୧ ତାରିଖ ସୁଦ୍ଧା ସମସ୍ତ ପ୍ଲିଡିଂ ସମାପ୍ତ କରିବାକୁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି । ଫେବୃଆରି ୧ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାଯାଇଛି। ଟ୍ରିବ୍ୟୁନାଲର ଅଧ୍ୟକ୍ଷ ତଥା ବିଚାରପତି ଏ.ଏମ. ଖାନୱିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ଉଭୟ ଓଡ଼ିଶା ଓ ଛତିଶଗଡ଼ର ପକ୍ଷ ଶୁଣିବେ ।

ସୂଚନାଯୋଗ୍ୟ, ଅକ୍ଟୋବର ୨୯ରୁ ନଭେମ୍ବର ୩ ତାରିଖ ଭିତରେ ଓଡ଼ିଶା ପ୍ରତିନିଧି ଦଳ ଛତିଶଗଡ଼ ଯାଇ ପ୍ରକଳ୍ପଗୁଡିକୁ ଅନୁଧ୍ୟାନ କରି ଫେରିଥିଲେ । ଏହାପରେ ନଭେମ୍ବର ଦ୍ୱିତୀୟ ସପ୍ତାହରେ ଛତିଶଗଡ଼ ଟିମ୍ ମଧ୍ୟ ଓଡ଼ିଶା ଆସି ମହାନଦୀ ଉପରେ ନିର୍ମାଣ କରାଯାଇଥିବା ପ୍ରକଳ୍ପଗୁଡ଼ିକ ବୁଲିଦେଖିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe