ବର୍ଷେ ବୃଦ୍ଧି ପାଇବ ମହାନଦୀ ଟ୍ରିବ୍ୟୁନାଲର କାର୍ଯ୍ୟକାଳ!

Advertisment
ତଥ୍ୟ ଲୁଚାଉଛି ଛତିଶଗଡ଼! ବ୍ୟାରେଜ୍‌, ଡ୍ୟାମ୍‌ ସଂଖ୍ୟାରେ ତାଳମେଳ ନାହିଁ

NewsClick

ନୂଆଦିଲ୍ଲୀ : ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳବିବାଦର ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲ୍‌ର କାର୍ଯ୍ୟକାଳ ଆଉ ଏକ ବର୍ଷ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ପ୍ରଶାସନିକ ସ୍ତରରେ ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ବିଶେଷସୂତ୍ରରୁ ଜଣାପଡ଼ିଛି।

୨୦୧୮ ମସିହା ମାର୍ଚ୍ଚମାସ ୧୨ ତାରିଖରେ ମହାନଦୀ ଟ୍ରିବ୍ୟୁନାଲ୍‌ ଗଠନ କରାଯାଇଥିଲା। ଆସନ୍ତା ମାସ ୧୧ ତାରିଖ ଦିନ ଟ୍ରିବ୍ୟୁନାଲର ତିନିବର୍ଷିଆ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। କିନ୍ତୁ, ଏହି ସମୟସୀମା ମଧ୍ୟରେ ବିବାଦର ସମାଧାନ ସଂକ୍ରାନ୍ତୀୟ କୌଣସି ରିପୋର୍ଟ ଦାଖଲ ହୋଇନାହିଁ। ଅାନ୍ତଃରାଜ୍ୟ ଜଳବିବାଦ ଆଇନ ୧୯୫୬ର ସେକ୍ସନ(୨)ରେ କାର୍ଯ୍ୟକାଳ ମଧ୍ୟରେ ଟ୍ରିବ୍ୟୁନାଲ୍‌ ବିବାଦର ସମାଧାନ କରିନପାରିଲେ ସମୟସୀମା ଦୁଇ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ବ୍ୟବସ୍ଥା ରହିଛି। ଏହାକୁ ଦୃଷ୍ଟିରେ ରଖି ଟ୍ରିବ୍ୟୁନାଲ୍‌ କାର୍ଯ୍ୟକାଳ ବୃଦ୍ଧି ପାଇବ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି। ତେବେ, କାର୍ଯ୍ୟକାଳ ଏକ ବର୍ଷ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ର ସରକାର ଏକକ ଟ୍ରିବୁ୍ୟନାଲ ଗଠନ ପାଇଁ ବିଚାରବିମର୍ଶ କରୁଛନ୍ତି। ଆନ୍ତଃରାଜ୍ୟ ନଦୀ ଜଳ ବିବାଦକୁ ସରଳ ଓ ସୁସଙ୍ଗତ କରିବା ପାଇଁ ଉଦ୍ଦିଷ୍ଟ ‘ ଆନ୍ତଃରାଜ୍ୟ ଜଳ ବିବାଦ (ସଂଶୋଧନ) ବିଲ୍‌ ଗତବର୍ଷ ଜୁଲାଇ ୩୧ରେ ଲୋକସଭାରେ ପାରିତ ହୋଇଛି ଏବଂ ରାଜ୍ୟସଭା‌ରେ ପାରିତ ହେବା ଅପେକ୍ଷାରେ ରହିଛି। ଏହି ବିଲ୍‌ ପାରିତ ହେବା ପରେ ଏକକ ଟ୍ରିବ୍ୟୁନାଲ୍‌ ଗଠନ ପାଇଁ ବାଟ ଫିଟିବ। ତେଣୁ, ମହାନଦୀ ଟ୍ରିବ୍ୟୁନାଲ କାର୍ଯ୍ୟକାଳକୁ ଦୁଇବର୍ଷ ପରିବର୍ତ୍ତେ ଏକ ବର୍ଷ ବୃଦ୍ଧି ପାଇଁ ବ୍ୟବସ୍ଥା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe