ମହାନଦୀ ଜଳବିବାଦ ମାମଲା : ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାରେ ଓଡ଼ିଶା, ଛତିଶଗଡ଼ ବିଫଳ

Advertisment
ତଥ୍ୟ ଲୁଚାଉଛି ଛତିଶଗଡ଼! ବ୍ୟାରେଜ୍‌, ଡ୍ୟାମ୍‌ ସଂଖ୍ୟାରେ ତାଳମେଳ ନାହିଁ

NewsClick

ନୂଆଦିଲ୍ଲୀ : ମହାନଦୀ ଜଳବିବାଦ ମାମଲାର ଶୁଣାଣି ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ଧାର୍ଯ୍ୟ କରିବା ସକାଶେ ତିନିଦିନ ଧରି ଚାଲୁ ରହିଥିବା ବୈଠକରୁ କୌଣସି ନିଷ୍କର୍ଷ ବାହାରି ପାରିନାହିଁ।

ଗତମାସ ୭ ତାରିଖରେ ଟ୍ରିବ୍ୟୁନାଲ ଉଭୟ ଓଡ଼ିଶା ଓ ଛତିଶଗଡ଼କୁ ଓଡ଼ିଶାର ମୂଳ ମାମଲା ରେଫେରାନ୍ସ-୧ ତଥା ଛତିଶଗଡ଼ର ରେଫେରାନ୍ସ-୨ ମାମଲାର ଟ୍ରାଏଲକୁ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ, ଏହି ମାମଲାକୁ ଅଧିକ ଦିନ ବିଳମ୍ବ କରାଯାଇ ପାରିବନାହିଁ ବୋଲି କହିଥିଲେ। ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ ଅନୁସାରେ ଦୁଇ ରାଜ୍ୟ ଏହି ମାମଲାକୁ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଶେଷ କରିବା ପାଇଁ ସହମତି ପ୍ରକାଶ କରିଥିଲେ। ବିଭିନ୍ନ ଆଇନଗତ ଭିତରେ ଆଲୋଚନା କରାଯାଇଥିଲା ତଥା ସାମ୍ଭବ୍ୟ ତାରିଖ ଗୁଡ଼ିକ ସମ୍ବନ୍ଧରେ ବିଚାର ବିମର୍ଷ କରାଯାଇଥିଲା। ତେବେ, ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରସ୍ତୁତ କରାଯାଉଥିବା କମନ୍ ଇନ୍‌ଫରମେସନ ଫର୍ମାଟ ଚୂଡ଼ାନ୍ତ ହୋଇପାରିନାହିଁ। ଫଳରେ, ଓଡ଼ିଶା ଓ ଛତିଶଗଡ଼ ମାମଲାର ଶୁଣାଣି ପାଇଁ ନିର୍ଦ୍ଦିଷ୍ଟ ସମୟ ସୀମା ଧାର୍ଯ୍ୟ ହୋଇପାରିନାହିଁ।

ଆଜି ଟ୍ରିବ୍ୟୁନାଲର ଦୁଇ ଜଣ ଆସେସର ଓଡ଼ିଶା ଓ ଛତିଶଗଡ଼ର ବୈଷୟିକ ବିଶେଷଜ୍ଞମାନଙ୍କ ସହିତ କମନ୍ ଇନ୍‌ପରମେସନ୍ ଫର୍ମାଟ ଚୂଡ଼ାନ୍ତ କରିବା ପାଇଁ ଆଲୋଚନା କରିଥିଲେ। କମନ୍‌ ଇନ୍‌ଫରମେସନ ଫର୍ମାଟରେ ପାଖାପାଖି ୬୨ ସେଟ୍ ତଥ୍ୟକୁ ସାମିଲ କରାଯିବ। ପୂର୍ବରୁ ଇନ୍‌ଫରେମେସନ ଫର୍ମାଟରେ ସାମିଲ କରାଯାଇଥିବା କିଛି ତଥ୍ୟକୁ ନେଇ ଓଡ଼ିଶା ଦ୍ୱାରା ଆପତ୍ତି ମଧ୍ୟ କରାଯାଇଛି। ଓଡ଼ିଶା ଦ୍ୱାରା ଛତିଶଗଡ଼ରେ ନିର୍ମାଣ ହୋଇଥିବା ବ୍ୟାରେଜ ଗୁଡ଼ିକର ଅଲଗା ଅଲଗା ସମୀକ୍ଷା କରାଯାଇ ତାହାର ତଥ୍ୟ କମନ୍‌ ଇନ୍‌ଫରମେସନ ଫର୍ମାଟରେ ସାମିଲ କରାଯିବାର ଦାବି କରାଯାଇଥିଲା। ଏହି ପ୍ରସଙ୍ଗରେ ଦୁଇ ରାଜ୍ୟର ବୈଷୟିକ ବିଶେଷଜ୍ଞମାନଙ୍କ ସହିତ ଟ୍ରିବ୍ୟୁନାଲର ଦୁଇ ଆସେସର ଆଲୋଚନା କରିଥିଲେ ମଧ୍ୟ ଦ୍ୱନ୍ଦ୍ବ ଶେଷ ହୋଇ ପାରିନଥିଲା। କମନ୍‌ ଇନ୍‌ଫରମେସନ ଫ୍ରର୍ମାଟରେ ଅନେକ ପ୍ରସଙ୍ଗ ସାମିଲ କରାଯାଉଥିବାରୁ ଏହାକୁ ଚୂ଼ଡ଼ାନ୍ତ କରିବାରେ ଅଧିକ ସମୟ ଲାଗିବାର ସମ୍ଭାବନା ରହିଛି। ଆଜିର ଆଲୋଚନାରେ ଅସମାପ୍ତ ରହିଥିବାବେଳେ ଗୋଟିଏ ସପ୍ତାହ ପରେ ପୁଣି ଆସେସର ଦୁଇ ରାଜ୍ୟର ବୈଷୟିକ ବିଶେଷଜ୍ଞମାନଙ୍କ ସହିତ ଆଲୋଚନା କରିବେ ବୋଲି ଜଣାପଡ଼ିଛି।

ଅନ୍ୟପକ୍ଷରେ, ଆସନ୍ତାକାଲି ଟ୍ରିବ୍ୟୁନାଲରେ ମାମଲାର ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି। କେଉଁ ପରିସ୍ଥିତିରେ ମହାନଦୀ ଜଳବିବାଦ ମାମଲାର ଟ୍ରାଏଲ ପାଇଁ ଏକ ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରାଯାଇ ପାରିଲା ନାହିଁ, ସେନେଇ ଦୁଇ ରାଜ୍ୟ ଟ୍ରିବ୍ୟୁନାଲଙ୍କୁ ଅବଗତ କରାଇବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe