ମହାନଦୀ ଜଳ ବିବାଦ : ପ୍ରସଙ୍ଗଭିତିକ ତଥ୍ୟକୁ ଗ୍ରହଣ କଲେ ଟ୍ରିବ୍ୟୁନାଲ

ତଥ୍ୟ ଲୁଚାଉଛି ଛତିଶଗଡ଼! ବ୍ୟାରେଜ୍‌, ଡ୍ୟାମ୍‌ ସଂଖ୍ୟାରେ ତାଳମେଳ ନାହିଁ

NewsClick

ନୂଆଦିଲ୍ଲୀ : ଓଡ଼ିଶା ଓ ଛତିଶଗଡ଼ ଦ୍ୱାରା କମନ୍ ଇନ୍‌ଫରମେସନ ଫର୍ମାଟ ସମ୍ପର୍କିତ ପ୍ରସଙ୍ଗଭିତ୍ତିକ ତଥ୍ୟକୁ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ଆସେସର (ଆକଳନକାରୀ) ଗ୍ରହଣ କରିଛନ୍ତି। ଏନେଇ ଗତ ୨୯ ତାରିଖରେ ଦୁଇ ରାଜ୍ୟର ବୈଷୟିକ ଅଧିକାରୀମାନଙ୍କ ସହିତ ଟ୍ରିବ୍ୟୁନାଲର ଦୁଇ ଆସେସର ବୈଠକ କରିଥିଲେ। ଦୁଇ ରାଜ୍ୟ ଦ୍ୱାରା କମନ୍ ଇନ୍‌ଫରମେସନ ଫର୍ମାଟରେ ପ୍ରସଙ୍ଗଭିତ୍ତିକ ତଥ୍ୟ ସମ୍ମିଳିତ କରିବା ଚିଠାକୁ ଆସେସର ସ୍ୱୀକାର କରିଥିଲେ। ଉଲ୍ଲେଖଯୋଗ୍ୟ, ଚଳିତ ମାସ ୧୬ରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଦ୍ୱାରା ପୂର୍ବରୁ ନିର୍ଦ୍ଧାରଣ କରାଯାଇଥିବ ପ୍ରସଙ୍ଗଗୁଡ଼ିକୁ କମନ୍‌ ଇନ୍‌ଫରମେସନ ଫର୍ମାଟର ଲିଙ୍କ କରିବା ପାଇଁ ଆସେସରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅପରପକ୍ଷେ, ଟ୍ରିବ୍ୟୁନାଲଙ୍କ ପୂର୍ବ ନିର୍ଦ୍ଦେଶ ସତ୍ତ୍ବେ ଅନ୍ତରୀଣ ବ୍ୟବସ୍ଥା ପ୍ରସଙ୍ଗରେ ଦୁଇ ରାଜ୍ୟ ବର୍ତ୍ତମାନ ସୁଦ୍ଧା କୌଣସି ବୈଠକ କରିନଥିବାର ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe