ମହାନଦୀ ଜଳ ବିବାଦ ମାମଲା: ବିଚାର ଆରମ୍ଭ ପାଇଁ ଟ୍ରିବ୍ୟୁନାଲଙ୍କ ସଂକେତ

Advertisment

ଅକ୍ଟୋବର ୨୩ରେ ପରବର୍ତ୍ତୀ ଶୁଣାଣି

ଅକ୍ଟୋବର ୨୩ରେ ପରବର୍ତ୍ତୀ ଶୁଣାଣି

ମହାନଦୀ ଜଳ ବିବାଦ ମାମଲା: କେନ୍ଦ୍ରୀୟ ସଂସ୍ଥାମାନଙ୍କୁ ପୁନର୍ବାର ନୋଟିସ କଲେ ଟ୍ରିବ୍ୟୁନାଲ

Image Courtesy of New The Indian Express

ନୂଆଦିଲ୍ଲୀ : ନିର୍ଣ୍ଣାୟକ ମୋଡରେ ମହାନଦୀ ଜଳବିବାଦ ମାମଲା। ଶନିବାର ଦିନ ୨୩ତମ ଶୁଣାଣି ବେଳେ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ମାମଲାର ବିଚାର ପ୍ରକ୍ରିୟା ଆରମ୍ଭ କରିବା ପାଇଁ ସଂକେତ ଦେଇଛନ୍ତି। ଶନିବାରର ଶୁଣାଣିରେ ଟ୍ରିବ୍ୟୁନାଲ ସ୍ପଷ୍ଟ କରିଥିଲେ ଯେ ‘ଉଇ ୱାଣ୍ଟ୍‌ ଟୁ ପ୍ରସିଡ୍‌ ଉଇଥ୍‌ ଦି ଟ୍ରାଏଲ ନାଓଁ‘। ପକ୍ଷଭୁକ୍ତ ରାଜ୍ୟମାନଙ୍କୁ ଦୁଇ ସପ୍ତାହରେ ଅତିରିକ୍ତ ନଥିପତ୍ର ଦାଖଲ କରିବା ପାଇଁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ଦୁଇ ସପ୍ତାହ ମଧ୍ୟରେ ମାମଲାର ପକ୍ଷଭୁକ୍ତ ରାଜ୍ୟମାନେ ନଥିପତ୍ରଗୁଡ଼ିକର ଆଡମିସନ୍‌ ଓ ଡିନାଏଲ ପ୍ରକ୍ରିୟା ଶେଷ କରିବାକୁ ଟ୍ରିବ୍ୟୁନାଲ ସମୟସୀମା ଧାର୍ଯ୍ୟ କରିଛନ୍ତି।

ଟ୍ରିବ୍ୟୁନାଲ ପକ୍ଷଭୁକ୍ତ ରାଜ୍ୟମାନଙ୍କୁ ବିଭିନ୍ନ କେନ୍ଦ୍ରୀୟ ସଂସ୍ଥାମାନଙ୍କଠାରୁ ନଥିପତ୍ର ଓ ଦସ୍ତାବିଜ୍‌ ହାସଲ କରିବା ପାଇଁ ଟ୍ରିବ୍ୟୁନାଲଙ୍କ ରେଜିଷ୍ଟ୍ରାରଙ୍କ ସହିତ ନିୟମିତ ବ୍ୟବଧାନରେ ଯୋଗସୂତ୍ର ଓ ସମନ୍ନୟ ରକ୍ଷା କରିବା ପାଇଁ କହିଥିଲୋ। ଅନ୍ତରୀଣ ବ୍ୟବସ୍ଥା ପାଇଁ ଓଡ଼ିଶା ଓ ଛତିଶଗଡ଼ ବିଚାରବିମର୍ଶ ଜାରି ରଖିଥିବାରୁ ବର୍ତ୍ତମାନ ମଧ୍ୟବର୍ତ୍ତୀକାଳୀନ ଆବେଦନ ଉପରେ କୌଣସି ଆଦେଶ ଜାରି କରାଯାଇପାରିବ ନାହିଁ ବୋଲି ମଧ୍ୟ ଟ୍ରିବ୍ୟୁନାଲ କହିଥିଲେ। ଆଜିର ଶୁଣାଣିରେ ଦୁଇଟି କେନ୍ଦ୍ରୀୟ ଏଜେନ୍ସିକୁ ସମନ ଜାରି କରିବା ପାଇଁ ଛତିଶଗଡ଼ ଦ୍ବାରା ଦାଖଲ କରାଯାଇଥିବା ଅନ୍ତରୀଣ ଆବେଦନ ଉପରେ ଅଦ୍ୟାବଧି କୌଣସି ‌ଆଦେଶ ଜାରି କରିବା ପାଇଁ ଟ୍ରିବ୍ୟୁନାଲ ମନା କରିଦେଇଥିଲେ। ଛତିଶଗଡର ଆବେଦନକୁ ବିଚାରାଧୀନ ରଖାଯାଉଛି ବୋଲି ଟ୍ରିବ୍ୟୁନାଲ୍‌ କହିଥିଲେ।

ଓଡ଼ିଶା ଦ୍ବାରା ଦାଖଲ କରାଯାଇଥିବା ମୂଳ ମାମଲା (ରେଫରେନ୍ସ-୧ ) ଏବଂ ଛତିଶଗଡ ଦ୍ବାରା ଦାଖଲ କରାଯାଇଥିବା ରେଫରେନ୍ସ-୨ ମାମଲାର ଶୁଣାଣି ଚାଲିବ। ମୂଳ ମାମଲାର ଟ୍ରାଏଲ୍‌ ପରିପେକ୍ଷୀରେ କେଉଁଠାରୁ ଶୁଣାଣି ଆରମ୍ଭ ହେବ ଏବଂ ଟ୍ରିବ୍ୟୁନାଲ କ’ଣ ଜାଣିବାକୁ ଚାହିଁବେ ସେ ସଂକ୍ରାନ୍ତରେ ଟ୍ରିବ୍ୟୁନାଲ ସ୍ପଷ୍ଟରୂପେ କିଛି ଇଙ୍ଗିତ କରିନାହାନ୍ତି। ତେବେ ଓଡ଼ିଶା ସ୍ବାର୍ଥ ସଂପର୍କୀତ ଏହି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ଶୁଣିବା ପାଇଁ ବାଟ ଖୋଲିଥିବା ଅନୁମାନ କରାଯାଉଛି। ଟ୍ରିବ୍ୟୁନାଲର ଅଧ୍ୟକ୍ଷ ବିଚାରପତି ଏଏମ୍‌ ଖାନୱିଲକରଙ୍କୁ ନେଇ ଗଠିତ ତିନି ଜଣିଆ ବେଞ୍ଚ୍‌ ଆଜି ଭିଡିଓ କନଫରେନ୍‌ସିଂ ଜରିଆରେ ମାମଲାର ଶୁଣାଣି କରିଥିଲୋ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe