ମହାନଦୀ ଜଳବିବାଦ: ମାର୍ଚ ୧୫ରୁ ଟ୍ରିବ୍ୟୁନାଲଙ୍କ କ୍ଷେତ୍ର ପରିଦର୍ଶନ

Advertisment
ମହାନଦୀ ଜଳ ବିବାଦ: ଏପ୍ରିଲ ୧୮ରେ ଟ୍ରିବ୍ୟୁନାଲଙ୍କ କ୍ଷେତ୍ର ପରିଦର୍ଶନ

Mongabay-India

ନୂଆଦିଲ୍ଲୀ : ଚଳିତ ମାସ ୧୫ରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ‌ପ୍ରାରମ୍ଭିକ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ କରିବେ। ଆଜିର ଶୁଣାଣି ବେଳେ ଏହା ଜଣାପଡ଼ିଛି। ମହାନଦୀ ଉପର ମୁଣ୍ଡର ଅବବାହିକାର ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଚୂଡ଼ାନ୍ତ ହୋଇସାରିବା ପରେ ଆଜି ଟ୍ରିବ୍ୟୁନାଲରେ ଛତିଶଗଡ଼ ପକ୍ଷରୁ ମୁଣ୍ଡଳୀ ବ୍ୟାରେଜ୍‌ରୁ ମହାନଦୀ ତଳମୁଣ୍ଡ ଅବବାହିକାର ସୀମା ନିର୍ଦ୍ଧାରଣରେ କିଛି ପରିବର୍ତ୍ତନ ପାଇଁ ପ୍ରସ୍ତାବ ଦିଆଯାଇଥିଲା। ତେବେ ଛତିଶଗଡ଼ ଦ୍ବାରା ପ୍ରଦତ୍ତ ପ୍ରସ୍ତାବ ଓ ଆଭିମୁଖ୍ୟ ଉପରେ ଆଲୋଚନା କରିବାର ଆବଶ୍ୟକତା ନାହିଁ ବୋଲି ଦର୍ଶାଇ ଟ୍ରିବ୍ୟୁନାଲ ପ୍ରସ୍ତାବଗୁଡ଼ିକର ଅନୁଧ୍ୟାନ ପାଇଁ ଦୁଇ ଆସେସରଙ୍କୁ ନି‌ର୍ଦ୍ଦେଶ ଦେଇଥିଲେ।

ଶୁଣାଣି ବେଳେ ଟ୍ରିବ୍ୟୁନାଲ ମାମଲାର ବିଚାର ତଥା ସାକ୍ଷ୍ୟଗ୍ରହଣ ପ୍ରକ୍ରିୟା ଆରମ୍ଭ କରିବା ପୂର୍ବରୁ ମହାନଦୀ ଅବବାହିକାର କ୍ଷେତ୍ର ପରିଦର୍ଶନ ପାଇଁ ସମସ୍ତ ପକ୍ଷଭୁକ୍ତ ରାଜ୍ୟମାନଙ୍କର ମତ ନେଇଥିଲେ। ପକ୍ଷଭୁକ୍ତ ରାଜ୍ୟ ଏଥିରେ ସହମତି ପ୍ରକାଶ କରିଥିଲେ। ପକ୍ଷଭୁକ୍ତମାନଙ୍କ ପକ୍ଷରୁ କୁହାଯାଇଥିଲା ଯେ ରାଜ୍ୟମାନଙ୍କ ବୈଷୟିକ ଟିମ ଟ୍ରିବ୍ୟୁନାଲ ଆସେସର୍‌ଙ୍କ ସହ ପ୍ରଥମେ ବୈଠକ କରିବେ ଓ ଏହା ପରେ କ୍ଷେତ୍ର ପରିଦର୍ଶନ କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯିବ। ଏହା ଶୁଣିବା ପରେ ଟ୍ରିବ୍ୟୁନାଲ କହିଲେ କ୍ଷେତ୍ର ପରିଦର୍ଶନ ଚଳିତ ମାସ ୧୫ରୁ ଆରମ୍ଭ ହେବା ଉଚିତ। କ୍ଷେତ୍ର ପରିଦର୍ଶନର ବିସ୍ତୃତ ଗସ୍ତ ସୂଚୀ ଓ ଅନ୍ୟାନ୍ୟ ପ୍ରସଙ୍ଗ ଆସେସର୍‌ମାନେ ପକ୍ଷଭୁକ୍ତ ରାଜ୍ୟମାନଙ୍କ ବୈଷୟିକ ଟିମ୍‌ ସଦସ୍ୟମାନଙ୍କ ସହ ବିଚାରବିମର୍ଷ କରି ଚୂଡ଼ାନ୍ତ କରିବେ।‌ ‌

କ୍ଷେତ୍ର ପରିଦର୍ଶନରେ ଟ୍ରିବ୍ୟୁନାଲର ତିନି ବିଚାରପତି, ରେଜିଷ୍ଟ୍ରାର, ଦୁଇ ଆସେସର, ପକ୍ଷଭୁକ୍ତ ରାଜ୍ୟର ଓକିଲ ତଥା ବୈ‌ଷୟିକ ଟିମର ସଦସ୍ୟମାନେ ସାମିଲ‌ ହେବାର ସମ୍ଭାବନା ରହିଛି। ମହାନଦୀର ଊତ୍ପତ୍ତିସ୍ଥଳ, ପ୍ରକଳ୍ପଗୁଡ଼ିକର ସ୍ଥିତି, କ୍ରିୟାନ୍ବୟନ ଓ ଜଳପ୍ରବାହ ଭଳି ସୂଚନା କ୍ଷେତ୍ର ପରିଦର୍ଶନ ବେଳେ ଏକତ୍ରିତ କରାଯିବ। ଆଜିର ଶୁଣାଣି ବେଳେ ଟ୍ରିବ୍ୟୁନାଲ ଏହା ମଧ୍ୟ କହିଥିଲେ ଯେ ଆବଶ୍ୟକ ହେଲେ ଆକାଶ ମାର୍ଗରୁ ସର୍ଭେ କରାଯିବ। ଆଜିର ଶୁଣାଣି ସମୟରେ ଟ୍ରିବ୍ୟୁନାଲ ଆସନ୍ତା ମାସରେ ଟ୍ରିବ୍ୟୁନାଲର ଅବଧି ଶେଷ ହେବାକୁ ଥିବା ନେଇ ଅବଗତ କରାଇଥିଲେ। ପକ୍ଷଭୁକ୍ତ ରାଜ୍ୟମାନେ ସେମାନଙ୍କ କାଉନସେଲ୍‌ଙ୍କ ଜରିଆରେ ‌ଉପଯୁକ୍ତ ସ୍ତରରେ ସ୍ବେଚ୍ଛାକୃତଭାବେ ଟ୍ରିବ୍ୟୁନାଲର କାର୍ଯ୍ୟ ଅବଧି ବୃଦ୍ଧି ପାଇଁ ଆଗକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହିତ କଥାବାର୍ତ୍ତା କରିବା ପାଇଁ କହିଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଖଣ୍ଡପୀଠ ମାର୍ଚ୍ଚ ୨୫କୁ ଧାର୍ଯ୍ୟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe