ମହାନଦୀ ଜଳବିବାଦ ମାମଲାର ଶୁଣାଣି ସ୍ଥଗିତ

Advertisment
ମହାନଦୀ ଜଳବିବାଦ ମାମଲାର ଶୁଣାଣି ସ୍ଥଗିତ

Live Law

ନୂଆଦିଲ୍ଲୀ : ଆସନ୍ତା ଶନିବାରଦିନ ହେବାକୁ ଥିବା ମହାନଦୀ ଜଳବିବାଦ ମାମଲାର ଶୁଣାଣିକୁ ସ୍ଥଗିତ ରଖାଯାଇଛି। ଆଜି ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ରେଜିଷ୍ଟ୍ରାରଙ୍କ ପକ୍ଷରୁ ଏ ନେଇ ସୂଚୀତ କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, କୋଭିଡ୍‌ ମହାମାରୀର ପ୍ରକୋପ ବୃଦ୍ଧି ପାଉଥିବାବେଳେ ଏହାକୁ ଦୃଷ୍ଟିରେ ରଖି ଲକ୍‌ଡାଉନ୍‌ ମଧ୍ୟ ଜାରି ରହିଛି। ଏହିଭଳି ଏକ ପରିସ୍ଥିତିରେ ଆସନ୍ତା ମେ ୮ ତାରିଖରେ ଥିବା ଶୁଣାଣିକୁ ସ୍ଥଗିତ ରଖାଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି ସମ୍ପର୍କିତ ବିଜ୍ଞପ୍ତି ମେ ୨୦ ତାରିଖ ପରେ ଜଣାପଡ଼ିବ। ସେତେବେଳେ ଟ୍ରିବ୍ୟୁନାଲ ବିଚାରପତିଙ୍କ ଉପସ୍ଥିତି ତଥା ପାରିପାର୍ଶ୍ବିକ ଅବସ୍ଥାକୁ ଦୃଷ୍ଟିରେ ରଖି ନିର୍ଣ୍ଣୟ ନିଆଯିବ।

ଗତମାସ ୯ ତାରିଖରେ କୋଭିଡ୍‌ ସଂକ୍ରମଣ ବୃଦ୍ଧି ଯୋଗୁ ଛତିଶଗଡ଼ ସରକାର ଏପ୍ରିଲ୍‌ ୧୦ରେ ହେବାକୁ ଥିବା ସଂକ୍ରମଣକୁ ଘୁଞ୍ଚାଇ ଦେବାପାଇଁ ଟ୍ରିବ୍ୟୁନାଲକୁ ଚିଠିଲେଖି ଅନୁରୋଧ କରିଥିଲେ। ଏହାପରେ ଶୁଣାଣିକୁ ସ୍ଥଗିତ କରିଦେଇଥିଲେ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳବିବାଦର ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲ ନିୟମିତ ବ୍ୟବଧାନରେ ମାମଲାର ଶୁଣାଣି କରୁଥିବାବେଳେ ଗତବର୍ଷ ମାର୍ଚ୍ଚରୁ କରୋନା କଟକଣା ଯୋଗୁଁ ଶାରୀରିକ ଉପସ୍ଥିତିରେ ଶୁଣାଣି ହୋଇପାରୁନାହିଁ। ଏହାବଦଳରେ ଭର୍ଚୁଆଲରେ ଶୁଣାଣି କରାଯାଉଛି। ହେଲେ, କରୋନା ଯୋଗୁ ଦୁଇଟି ଧାର୍ଯ୍ୟ ତାରିଖରେ ଶୁଣାଣି ସମ୍ଭବପର ହୋଇନାହିଁ। ମାମଲାର ଶୁଣାଣି ଆଗକୁ ଆହୁରି ବିଳମ୍ବ ହେବାର ଅନୁମାନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe