ଟ୍ରିବ୍ୟୁନାଲ୍‌ରେ ମହାନଦୀ ଜଳ ବିବାଦ ମାମଲା : ଛତିଶଗଡ଼ର ପ୍ରସ୍ତାବକୁ ଓଡ଼ିଶାର ଅଗ୍ରାହ୍ୟ

Advertisment

ଓଡ଼ିଶାର ଦାବି ଉପରେ ଡିସେମ୍ବର ୫ରେ ଶୁଣାଣି

ଓଡ଼ିଶାର ଦାବି ଉପରେ ଡିସେମ୍ବର ୫ରେ ଶୁଣାଣି

ମହାନଦୀକୁ ଡେଇଁ ଯୁବକ ନିଖୋଜ

ନୂଆଦିଲ୍ଲୀ : ମହାନଦୀ ଜଳ ବିବାଦ ମାମଲାରେ ମୂଳ ମାମଲାର ଶୁଣାଣି ପୂର୍ବରୁ ଅନ୍ତରୀଣ ବ୍ୟବସ୍ଥା ପାଇଁ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଆପୋସ ଆଲୋଚନା ବିଫଳ ହୋଇଥିବା ଆଜି ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲକୁ ବିଧିବଦ୍ଧ ଭାବେ ଓଡ଼ିଶା ଜଣାଇ ଦେଇଛି। ଏହାସହିତ ଅନ୍ତରୀଣ ବ୍ୟବସ୍ଥା ସଂପର୍କିତ ନିର୍ଦ୍ଦେଶନାମା ଜାରି କରିବା ପାଇଁ ଓଡ଼ିଶାର ପକ୍ଷ ପୁଣିଥରେ ଶୁଣାଣି କରିବା ପାଇଁ ଟ୍ରିବ୍ୟୁନାଲଙ୍କ ନିକଟରେ ଦାବି କରାଯାଇଛି। ଓଡ଼ିଶାର ଦାବିକୁ ଗ୍ରହଣ କରିବା ସହିତ ଡିସେମ୍ବର ୫ରେ ଏହି ମାମଲାର ଶୁଣାଣି ପାଇଁ ଟ୍ରିବ୍ୟୁନାଲ ତାରିଖ ଧାର୍ଯ୍ୟ କରିଛନ୍ତି।

ସୁପ୍ରିମକୋର୍ଟ ବିଚାରପତି ତଥା ମହାନଦୀ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଜଷ୍ଟିସ ଏ. ଏମ୍. ଖାନୱିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠରେ ଆଜି ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମାମଲାର ଶୁଣାଣି ହୋଇଥିଲା। ଓଡ଼ିଶା ପକ୍ଷରୁ ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ ଯୁକ୍ତି ଉପସ୍ଥାପନ କରିଥିଲେ। ସେ କହିଥିଲେ, ମହାନଦୀ ଜଳ ବିବାଦ ମାମଲାରେ ଓଡ଼ିଶା ପକ୍ଷରୁ ୨୦୧୮ ଅକ୍ଟୋବରରେ ଟ୍ରିବ୍ୟୁନାଲରେ ଏକ ମଧ୍ୟବର୍ତ୍ତୀକାଳୀନ ଆବେଦନ ଦାଖଲ କରାଯାଇଥିଲା ଏବଂ ଅଣ ମୌସୁମୀ ସମୟରେ ଓଡ଼ିଶାକୁ ମହାନଦୀ ଜଳ ପ୍ରବାହ ୧.୭୪ ଏମ୍ଏଏଫ୍ ରଖିବା ପାଇଁ ଛତିଶଗଡ଼କୁ ନି‌େର୍ଦ୍ଦଶ ଦେବା ପାଇଁ ଟ୍ରିବ୍ୟୁନାଲଙ୍କୁ ପ୍ରାର୍ଥନ କରାଯାଇଥିଲା। ମଧ୍ୟବର୍ତ୍ତୀକାଳୀନ ଆବେଦନର ଶୁଣାଣି ଶେଷ ହେବାର ପାଖାପାଖି ୨୧ ମାସ ବିତିଯାଇଛି। ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ କ୍ରମେ ଅନ୍ତରୀଣ ବ୍ୟବସ୍ଥାକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବୈଠକ ହେବା ସତ୍ତ୍ବେ ଅନ୍ତରୀଣ ବ୍ୟବସ୍ଥାକୁ ନେଇ କୌଣସି ସହମତି ହୋଇପାରିନାହିଁ। ବୈଠକ ବିଫଳ ରହିଛି ବୋଲି ସେ ଖଣ୍ଡପୀଠଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ଅପରପକ୍ଷେ ଛତିଶଗଡ଼ି ପକ୍ଷରୁ ଆଇନଜୀବୀ ଏ.କେ. ଗାଙ୍ଗୁଲୀ କହିଥିଲେ ଯେ ଛତିଶଗଡ ପକ୍ଷରୁ ଅନ୍ତରୀଣ ବ୍ୟବସ୍ଥା ପାଇଁ ଜୋରଦାର ପ୍ରୟାସ କରାଯାଇଥିଲା ଏବଂ ଓଡ଼ିଶାକୁ କିଛି ପ୍ରସ୍ତାବ ମଧ୍ୟ ଦିଆଯାଇଥିଲା। କିନ୍ତୁ ଓଡ଼ିଶା ଗ୍ରହଣ କରିନଥିଲା। ଛତିଶଗଡ଼ର ପ୍ରସ୍ତାବ ଅପ୍ରାସଙ୍ଗିକ ଓ ବିବେକହୀନ ଥିବାର ରାଜ୍ୟ ସରକାରଙ୍କ ଓକିଲଙ୍କ ପକ୍ଷରୁ କୁହାଯାଇଥିଲା। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଅଣ ମୌସୁମୀ ମସୟରେ ଓଡିଶାକୁ ୦.୪ ଏମ୍ଏଏଫ୍ ମହାନଦୀ ଜଳ ପ୍ରବାହ ପାଇଁ ଛତିଶଗଡ଼ର ପ୍ରସ୍ତାବ ରହିଥିଲା। ଓଡ଼ିଶା ଦ୍ବାରା ଏହି ପ୍ରସ୍ତାବକୁ ଆଗ୍ରହ୍ୟ କରିଦିଆଯାଇଛି। ଅନ୍ତରୀଣ ବ୍ୟବସ୍ଥା ପାଇଁ ଟ୍ରିବ୍ୟୁନାଲ ପୁଣି ଥରେ ଏହି ମାମଲାରେ ତଥ୍ୟ ଉପସ୍ଥାପନ କରିବା ପାଇଁ ଅତିକମ୍‌ରେ ଗୋଟିଏ ଘଣ୍ଟା ସମୟ ଓଡିଶାକୁ ପ୍ରଦାନ କରନ୍ତୁ ବୋଲି ବରିଷ୍ଟ ଆଇନଜୀବୀ ମୁକୁଳ ରୋହତଗି ଖଣ୍ଡପୀଠଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ଓଡ଼ିଶାର ଯୁକ୍ତି ଶୁଣିବା ପରେ ଟ୍ରିବ୍ୟୁନାଲ ଡିସେମ୍ବର ୫ରେ ଅନ୍ତରୀଣ ବ୍ୟବସ୍ଥା ସଂପର୍କିତ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିଥିଲେ।

ଆଜିର ଶୁଣାଣିରେ ଟ୍ରିବ୍ୟୁନାଲ ଓଡ଼ିଶା ଓ ଛତିଶଗଡ଼କୁ ମହାନଦୀ ଜଳ ବିବାଦର ମୂଳ ମାମଲା ତଥା ରେଫରାନ୍ସ-୨ର ଶୁଣାଣି ପାଇଁ ଉଭୟ ପକ୍ଷଙ୍କୁ ଟାଇମଲାଇନ ଧାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଧାର୍ଯ୍ୟ ଟାଇମ ଲାଇନ ଅନୁସାରେ ଶୁଣାଣି ଆଗକୁ ଅଗ୍ରସର ହେବ ବୋଲି ଟ୍ରିବ୍ୟୁନାଲ ସ୍ପଷ୍ଟ କରିଥିଲେ। ଧାର୍ଯ୍ୟ ଟାଇମ୍‌ଲାଇନକୁ ଉଭୟ ପକ୍ଷ କଡ଼ାକଡ଼ି ଭାବେ ପାଳନ କରିବେ। ଧାର୍ଯ୍ୟ କରାଯିବା ଟାଇମ ଲାଇନର ବ୍ୟତିକ୍ରମକୁ ଟ୍ରିବ୍ୟୁନାଲ ଆଦୌ ବରଦାସ୍ତ କରିବେ ନାହିଁ ବୋଲି ଟ୍ରିବ୍ୟୁନାଲ ଉଭୟ ପକ୍ଷଙ୍କୁ ଚେତାଇ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe