ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମହାନଦୀ ଜଳ ବିବାଦର ମାମଲାର ଶୁଣାଣି ହେବ

Advertisment
ତଥ୍ୟ ଲୁଚାଉଛି ଛତିଶଗଡ଼! ବ୍ୟାରେଜ୍‌, ଡ୍ୟାମ୍‌ ସଂଖ୍ୟାରେ ତାଳମେଳ ନାହିଁ

NewsClick

ନୂଆଦିଲ୍ଲୀ : ପ୍ରଥମ ଥମ ପାଇଁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମହାନଦୀ ଜଳ ବିବାଦର ଶୁଣାଣି ହେବ। କରୋନା କଟକଣା ତଥା ସାମାଜିକ ଦୂରତା ନିମୟକୁ ଦୃଷ୍ଟିରେ ରଖି ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଚଳିତ ମାସ ୧୧ ତାରିଖରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମାମଲାର ଶୁଣାରି ପାଇଁ ନିଷ୍ପତ୍ତି ନେଇଛନ୍ତି। ଟ୍ରିବ୍ୟୁନାଲର ଅଧ୍ୟକ୍ଷ ତଥା ସୁପ୍ରିମକୋର୍ଟର ବିଚାରପତି ଏଏମ୍‌ ଖାନ୍‌ୱିଲକରଙ୍କୁ ନେଇ ଗଠିତ ତିନି ଜଣିଆ ବେଞ୍ଚ ଏହି ମାମଲାରେ ପକ୍ଷଭୁକ୍ତ ଥିବା ଓଡ଼ିଶା, ଛତିଶଗଡ ସମତେ ୪ ରାଜ୍ୟର ଆଇନଜୀବୀଙ୍କ ସହିତ ଭିଡିଓ କନ୍‌ଫରେନ୍ସିଂରେ ମାମଲାର ଶୁଣାଣି କରିବେ। ଚଳିତ ମାସ ୧୧ ତାରିଖ ପୂର୍ବାହ୍ନ ୧୧ଟାରେ ଏହି ମାମଲାର ଶୁଣାଣି ହେବ। ଲକ୍‌ଡାଉନ୍‌ ପରିସ୍ଥିତି ଯୋଗୁ ପୂର୍ବରୁ ମେ ୧୬ ତାରିଖର ଶୁଣାଣିକୁ ଘୁଞ୍ଚାଇ ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe