ଆଜି ମହାନଦୀ ଜଳବିବାଦ ଶୁଣାଣି

Advertisment
ମହାନଦୀ ଜଳ ବିବାଦ: ତେଜୁଛି ରାଜନୀତି

ନୂଆଦିଲ୍ଲୀ : ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ବିବାଦର ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲ୍‌ ଆଜି ୨୪ତମ ଶୁଣାଣି କରିବେ। ଟ୍ରିବ୍ୟୁନାଲଙ୍କ ପୂର୍ବ ନିର୍ଦ୍ଦେଶ ଅନୁସାରେ ମହାନଦୀ ଅବବାହିକା ଜଳ ସଂପର୍କିତ ନଥିପତ୍ର ଓ ଦସ୍ତାବିଜ୍‌ ହାସଲ କରିବା ପାଇଁ ଉଭୟ ଓଡ଼ିଶା ଓ ଛତିଶଗଡ଼ କେନ୍ଦ୍ରୀୟ ଜଳ ଆୟୋଗ ସମେତ ବିଭିନ୍ନ କେନ୍ଦ୍ରୀୟ ସଂସ୍ଥାମାନଙ୍କ ସହିତ ଭର୍ଚୁଆଲ୍‌ ମାଧ୍ୟମରେ ଚାରି ପର୍ଯ୍ୟାୟ ଆଲୋଚନା କରିସାରିଛନ୍ତି। ଏ ନେଇ ଆସନ୍ତାକାଲି ଟ୍ରିବ୍ୟୁନାଲଙ୍କୁ ଅବଗତ କରାଯିବ। ଏଥି ସହିତ ଉଭୟ ରାଜ୍ୟ ପକ୍ଷରୁ ଆଡମିସନ୍‌ ଓ ଡିନାଏଲ୍‌ ସଂବନ୍ଧୀୟ କାଗଜପତ୍ର ଟ୍ରିବ୍ୟୁନାଲ୍‌ରେ ଦାଖଲ କରାଯାଇଛି। ଅପରପକ୍ଷେ ଅନ୍ତରୀଣ ବ୍ୟବସ୍ଥା ପାଇଁ ପୂର୍ବରୁ ଦୁଇ ରାଜ୍ୟ ଦ୍ବାରା ଟ୍ରିବ୍ୟୁନାଲ୍‌ଙ୍କ ନିର୍ଦ୍ଦେଶ ଅନୁସାରେ ଜାରି ରହିଥିବା ଆପୋସ ଆଲୋଚନା ପ୍ରକ୍ରିୟା ଏବେ ସ୍ଥଗିତ ଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe