ମହାନଦୀ ଜଳବିବାଦ ପ୍ରସଙ୍ଗରେ କେନ୍ଦ୍ର ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀଙ୍କ ସୂଚନା

Advertisment
‘୨୦୨୪ରେ ରାଜ୍ୟରେ ସରକାର ଗଠନ କରିବ ବିଜେପି’

ନୂଆଦିଲ୍ଲୀ : ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ସୋମବାର ରାଜ୍ୟସଭାରେ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି କେନ୍ଦ୍ର ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ବିବାଦର ସମାଧାନ ଲାଗି ୨୦୧୮ ମାର୍ଚ୍ଚ ୧୨ରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଗଠନ କରାଯାଇଥିଲା। ମହାନଦୀ ଶଯ୍ୟାରେ ଯେକୌଣସି ବିବାଦର ସମାଧାନ ଲାଗି ଏହି ଟ୍ରିବ୍ୟୁନାଲର କ୍ଷମତା ରହିଛି। ମହାନଦୀ ଶଯ୍ୟାର ତଳମୁଣ୍ଡରେ ଥିବା ଓଡ଼ିଶାର ଦାବି ପୂରଣ, ମହାନଦୀ ଶଯ୍ୟାରେ ରହିଥିବା ସବୁ ରାଜ୍ୟର ପ୍ରକଳ୍ପ ଯୋଜନା ପ୍ରସ୍ତୁତି ଆଦି ପ୍ରସଙ୍ଗ ଟ୍ରିବ୍ୟୁନାଲର ଅନୁମତିକ୍ରମେ କାର୍ଯ୍ୟକାରୀ ହୋଇପାରିବ।

କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ, ମହାନଦୀ ଶଯ୍ୟାରେ ଯେକୌଣସି ପ୍ରକଳ୍ପର ବୈଷୟିକ-ଆର୍ଥିକ ମଞ୍ଜୁରି ପାଇଁ ଟ୍ରିବ୍ୟୁନାଲରୁ ଆଗୁଆ ସହମତି ଆଣିବା ଜରୁରି। ତେବେ ସେହି ସବୁ ପ୍ରକଳ୍ପ ପାଇଁ ବୈଷୟିକ-ଆର୍ଥିକ ମଞ୍ଜୁରି ପ୍ରଦାନ କରାଯାଇ ପାରିବ, ଯେଉଁଥିରେ ଟ୍ରିବ୍ୟୁନାଲରୁ ଆଗୁଆ ସହମତି ଆଣି ନଦୀଶଯ୍ୟାରେ ଥିବା ରାଜ୍ୟମାନେ ଏକ ରାଜିନାମା ଅଧୀନରେ ଅନୁବନ୍ଧିତ ହୋଇଥିବେ। ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ଗଠନ ହେବା ପରେ ମହାନଦୀ ଶଯ୍ୟାରେ ଥିବା ରାଜ୍ୟମାନଙ୍କ ନିକଟରୁ ଏପରି କୌଣସି ଆବେଦନ କେନ୍ଦ୍ର ଜଳ ଆୟୋଗଙ୍କୁ ମିଳିନାହିଁ, ଯେଉଁଥିରେ କୌଣସି ପ୍ରକଳ୍ପ ନିର୍ମାଣ ପାଇଁ ଟ୍ରିବ୍ୟୁନାଲଙ୍କ ପ୍ରାରମ୍ଭିକ ସହମତି ରହିଥିବ। ତେଣୁ ମହାନଦୀ ପ୍ରସଙ୍ଗରେ ପ୍ରକଳ୍ପ ନିର୍ମାଣ ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରାଯାଇ ନାହିଁ। ମହାନଦୀ ଜଳ ବିବାଦ ସହ ଜଡ଼ିତ ସମସ୍ତ ନିଷ୍ପତ୍ତି ନେବାର କ୍ଷମତା କେବଳ ଟ୍ରିବ୍ୟୁନାଲଙ୍କ ନିକଟରେ ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ଟୁଡୁ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe