ଟ୍ରିବ୍ୟୁନାଲରେ ମହାନଦୀ ଜଳବିବାଦ ମାମଲାର ଶୁଣାଣି ଆଜି

Advertisment
ମହାନଦୀକୁ ଡେଇଁ ଯୁବକ ନିଖୋଜ

ନୂଆଦିଲ୍ଲୀ : ଓଡିଶା ଓ ଛତିଶଗଡ଼ ମଧ୍ୟରେ ଲାଗିରହିଥିବା ମହାନଦୀ ଜଳବିବାଦର ସମାଧାନ ପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା ଗଠନ କରାଯାଇଥିବା ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ଆସନ୍ତାକାଲି ଭିଡିଓ କନଫରେନସିଂ ଜରିଆରେ ମାମଲାର ଶୁଣାଣି କରିବ। ଏହା ହେଉଛି ମାମଲାର ୧୪ତମ ଶୁଣାଣି। ଟ୍ରିବ୍ୟୁନାଲର ଅଧ୍ୟକ୍ଷ ବିଚାରପତି ଏ. ଏମ୍ ଖାନୱିଲକର ଅଧ୍ୟକ୍ଷତାରେ ତଥା ବିଚାରପତି ଇନ୍ଦରମିତ କୋର କୋଚର୍ ଏବଂ ବିଚାରପତି ଡଃ.ରବି ରଞ୍ଜନଙ୍କୁ ନେଇ ଗଠିତ ଖଣ୍ଡପୀଠ ପୂର୍ବରୁ ନିର୍ଦ୍ଧାରିତ କରାଯାଇଥିବା ପ୍ରସଙ୍ଗ ଗୁଡିକର ପୁନଃ ଶ୍ରେଣୀବଦ୍ଧ କରିବା ସମେତ କ୍ରିଷ୍ଣା ଓ କାବେରୀ ନଦୀ ଜଳବିବାଦ ଢାଞ୍ଚାରେ ମହାନଦୀ ଜଳବିବାଦ ସମ୍ପର୍କିତ ଦସ୍ତାବିଜ ଆଦାନପ୍ରଦାନ ପାଇଁ କମନ ଫର୍ମାଟ ବ୍ୟବହାର ପ୍ରସଙ୍ଗ ସମ୍ପର୍କରେ ଗୁରୁତ୍ବପୂର୍ଣ୍ଣ ଶୁଣାଣି କରିବେ।

ଚଳିତମାସ ୧୯ ତାରିଖରେ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ଦ୍ବାରା ପୂର୍ବରୁ (ଜୁଲାଇ ୧୧)ରେ ନିର୍ଦ୍ଧାରିତ କରାଯାଇଥିବା ୩୬ଟି ପ୍ରସଙ୍ଗ ସହିତ ଆଉ ୭ଟି ପ୍ରସଙ୍ଗ ଯୋଡ଼ି ଦିଆଯାଇଥିଲା। ଏ ସମ୍ପର୍କରେ ପକ୍ଷଭୁକ୍ତ ରାଜ୍ୟମାନଙ୍କୁ ପ୍ରସଙ୍ଗଗୁଡିକ ଯୋଡ଼ିଦେବା ତଥା ପୁନଃ ଶ୍ରେଣୀବଦ୍ଧ କରିବା ସମ୍ପର୍କରେ ସେମାନଙ୍କର ମତାମତ ଟ୍ରିବବ୍ୟୁନାଲଙ୍କୁ ଜଣାଇଦେବା ପାଇଁ କୁହାଯାଇଥିଲା। ପକ୍ଷଭୁକ୍ତ ରାଜ୍ୟମାନଙ୍କ ଦ୍ବାରା ଟ୍ରିବ୍ୟୁନାଲଙ୍କୁ ଅବଗତ କରାଯାଇଥିବା ମତାମତରେ ଭିନ୍ନତା ରହିଥିବାର ଜଣାପଡ଼ିଛି। ରାଜ୍ୟମାନଙ୍କ ମତାମତ ଆଧାରରେ ଟ୍ରିବ୍ୟୁନାଲ ଆସନ୍ତାକାଲି ଚୂଡ଼ାନ୍ତ ଇସ୍ୟୁଫ୍ରେମ୍‌ ପ୍ରସଙ୍ଗ ସମ୍ପର୍କରେ ଆଭିମୁଖ୍ୟ ସ୍ପଷ୍ଟ କରିବେ ବୋଲି ଅନୁମାନ କରାଯାଉଛି।

ଅପରପକ୍ଷେ କମନ ଫର୍ମାଟ ବ୍ୟବହାର ସମ୍ପର୍କରେ ଆସନ୍ତାକାଲି ଟ୍ରିବ୍ୟୁନାଲଙ୍କୁ ରାଜ୍ୟମାନେ ଅବଗତ କରାଇବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe