ନୂଆଦିଲ୍ଲୀ : ମହାନଦୀ ଜଳବିବାଦ ସମାଧାନ ପାଇଁ ବିଧିବଦ୍ଧ ଭାବେ ୩ଜଣିଆ ସଦସ୍ୟ ବିଶିଷ୍ଟ ଟ୍ରିବ୍ୟୁନାଲ ଗଠନ ହୋଇ ସାରିଛି। ଏବେ ଏହି ଟ୍ରିବ୍ୟୁନାଲ୍କୁ ପରାମର୍ଶ ଦେବାପାଇଁ ୨ ଜଣ ବିଶେଷଜ୍ଞଙ୍କୁ ନିଯୁକ୍ତି ଦେବାନେଇ କେନ୍ଦ୍ର ଜଳ ସମ୍ପଦ, ନଦୀ ବିକାଶ ଓ ଗଙ୍ଗା ରିଜ୍ୟୁଭେସନ ମନ୍ତ୍ରାଳୟ ଦ୍ୱାରା ଆବେଦନ ଆମନ୍ତ୍ରଣ କରାଯାଇଛି। ତେବେ ବିଶେଷଜ୍ଞ ନିଯୁକ୍ତି ପାଇଁ କେନ୍ଦ୍ର ଜଳସମ୍ପଦ ମନ୍ତ୍ରାଳୟ ଦ୍ୱାରା ଯେଉଁ ଆବେଦନ ଆମନ୍ତ୍ରଣ କରାଯାଇଛି ସେଥିରେ ସ୍ପଷ୍ଟ ରୂପେ ଉଲ୍ଲେଖ କରାଯାଇଛି ଯେ ଆବେଦନକାରୀ କେନ୍ଦ୍ର ସରକାର, ରାଜ୍ୟ ସରକାର, କେନ୍ଦ୍ର ଶାସିତ ଅଞ୍ଚଳ, ପବ୍ଲିକ୍ ସେକ୍ଟର ଅଣ୍ଡରଟେକିଂ ତଥା ସ୍ୱୟଂଶାସିତ ସଂସ୍ଥାମାନଙ୍କରେ କାର୍ଯ୍ୟରତ ଥିବେ ତଥା ୧୫ ବର୍ଷର ଜଳସେଚନ ପ୍ରକଳ୍ପ, ଜଳ ପରିଚାଳନା ତଥା ଆନ୍ତଃରାଜ୍ୟ ବିବାଦ ମାମଲାରେ ତାଙ୍କର କାର୍ଯ୍ୟ ଅଭିଜ୍ଞତା ଥିବ। ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲର ଅଧ୍ୟକ୍ଷ, ଦୁଇଜଣ ସଦସ୍ୟ ତଥା କେନ୍ଦ୍ର ଜଳ ଆୟୋଗର ଅଧ୍ୟକ୍ଷଙ୍କୁ ନେଇ ଗଠିତ ଚୟନ କମିଟି ଦୁଇ ବିଶେଷଜ୍ଞଙ୍କୁ ନିଯୁକ୍ତି କରିବେ। ଆବେଦନର ଶେଷ ତାରିଖ ଜୁଲାଇ ୧୮, ୨୦୧୮। ତେବେ ନିଯୁକ୍ତି ପାଇଁ ଚୟନ ହୋଇଥିବା ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥତ୍ୱ ପ୍ରତ୍ୟାହାର କରିପାରିବେ ନାହିଁ ବୋଲି ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟରୂପେ କୁହାଯାଇଛି।
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
  
    Here are a few more articles:
    
        
    
            
            {{#pages}}
                
                
                
            {{/pages}}
            
        
    
    
  
 Follow Us