ମହାନଦୀ ଜଳ ବିବାଦ ପ୍ରସଙ୍ଗ: ଟ୍ରିବ୍ୟୁନାଲ ଅଧ୍ୟକ୍ଷଙ୍କୁ ଟିଓଆର୍‌ ହସ୍ତାନ୍ତର

Advertisment
ମହାନଦୀରେ ୨୨ ସେତୁ, କେବଳ କଟକରେ ୮

commons.wikimedia.org

ନୂଆଦିଲ୍ଲୀ: କେନ୍ଦ୍ର ଜଳସମ୍ପଦ ନଦୀ ବିକାଶ ଓ ଗଙ୍ଗା ପୁନରୁଦ୍ଧାର ମନ୍ତ୍ରାଳୟ ସଚିବ ୟୁ ପି ସିଂହ ଆଜି ମହାନଦୀ ଜଳବିବାଦ ଗଠନ ସଂକ୍ରାନ୍ତ ଟର୍ମସ ଅଫ ରେଫରେନ୍ସ (ଟିଓଆର) ବା ସର୍ତ୍ତାବଳୀକୁ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ତଥା ସୁପ୍ରିମକୋର୍ଟର ବିଚାରପତି ଏ ଏମ୍‌ ଖାନ୍‌ଓ୍ଵିଲକରଙ୍କୁ ହସ୍ତାନ୍ତର କରିଛନ୍ତି। ଆନ୍ତଃରାଜ୍ୟ ନଦୀ ଜଳ ବଣ୍ଟନ ଆଇନର ଧାରା ୫ (୧) ଅନ୍ତର୍ଗତ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ଗଠନ କରାଯାଇଛି। କେନ୍ଦ୍ର ଜଳସମ୍ପଦ ସଚିବ ୟୁ ପି ସିଂହ ଟ୍ରିବ୍ୟୁନାଲ୍‌ର ଅଧ୍ୟକ୍ଷ ଏ ଏମ୍‌ ଖାନ୍‌ଓ୍ଵିଲକରଙ୍କୁ ମହାନଦୀର ପ୍ରୋଫାଇଲ, ଅନେକ ରାଜ୍ୟମାନଙ୍କ ଦ୍ୱାରା ଜଳସମ୍ପଦ ପ୍ରକଳ୍ପ ଗୁଡ଼ିକର ବିକାଶ ତଥା ଜଳବଣ୍ଟନକୁ ନେଇ ବିବାଦ ସମ୍ପର୍କରେ ଅବଗତ କରାଇଥିଲେ। ଜଳବିବାଦର ନ୍ୟାୟିକ ନିର୍ଣ୍ଣୟ ପାଇଁ ରହିଥିବା ଆଇନଗତ ବ୍ୟବସ୍ଥା ସମ୍ପର୍କରେ ମଧ୍ୟ କେନ୍ଦ୍ର ଜଳସମ୍ପଦ ସଚିବ ୟୁପି ସିଂହ ଟ୍ରିବ୍ୟୁନାଲ୍‌ର ଅଧ୍ୟକ୍ଷଙ୍କୁ ସୂଚନା ଦେଇଥିଲେ। ଖୁବ୍‌ଶୀଘ୍ର ଟିବ୍ର୍ୟୁନାଲ କାର୍ଯ୍ୟକ୍ଷମ କରିବା ପାଇଁ କେନ୍ଦ୍ର ଜଳସମ୍ପଦ ମନ୍ତ୍ରାଳୟ ଦ୍ୱାରା ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି ବୋଲି କେନ୍ଦ୍ର ସଚିବ ଶ୍ରୀ ସିଂହ ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ମହାନଦୀ ଉପର ମୁଣ୍ଡରେ ଛତିଶଗଡ଼ର ବେଆଇନ୍‌ ବ୍ୟାରେଜ୍‌ ନିର୍ମାଣକୁ ବିରୋଧ କରି ଓଡ଼ିଶା ପକ୍ଷରୁ ଆନ୍ତଃରାଜ୍ୟ ଜଳବିବାଦ ଆଇନ୍‌-୧୯୫୬ର ଧାରା ୩ ଅନୁସାରେ କେନ୍ଦ୍ର ଜଳସମ୍ପଦ ମନ୍ତ୍ରାଳୟ ନିକଟରେ ପିଟିସନ୍‌ ଦାଖଲ କରିଥିଲେ। ଏହାପରେ କେନ୍ଦ୍ର ମନ୍ତ୍ରାଳୟ ବୁଝାମଣା କମିଟି ଗଠନ କରିଥିଲେ ଏବଂ କମିଟିର ଦୁଇଟି ବୈଠକ ବସିଥିଲା। ବୈଠକ ଗୁଡ଼ିକ ଫଳପ୍ରଦ ହୋଇପାରିନଥିଲା। ଅନ୍ୟପକ୍ଷରେ , ଓଡ଼ିଶା ପକ୍ଷରୁ ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଅରିଜିନାଲ ସୁଟ୍‌ ଦାଖଲ କରାଯାଇଥିଲା। ଜାନୂଆରି ୨୩ ତାରିଖରେ ସୁପ୍ରିମକୋର୍ଟ ଟ୍ରିବ୍ୟୁନାଲ ଗଠନ ପାଇଁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe