ନାବାଳିକାକୁ ଦୀକ୍ଷା ଦେଇ ଅଡ଼ୁଆରେ ମହନ୍ତ

ପ୍ରୟାଗରାଜର ଜୁନା ଆଖଡ଼ାରେ ଜଣେ ୧୩ ବର୍ଷୀୟା ନାବାଳିକାଙ୍କୁ ତ୍ୟାଗ ଦୀକ୍ଷା ଦିଆଯାଇଥିଲା । ଦୀକ୍ଷା ଦେଇଥିଲେ ମହନ୍ତ କୌଶଲ ଗିରି । ଏବେ ସଂପୃକ୍ତ ମହନ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ତାଙ୍କୁ ୭ ବର୍ଷ ପାଇଁ ଜୁନା ଆଖଡ଼ାରୁ ବହିଷ୍କାର କରାଯାଇଛି।

kumbh

ପ୍ରୟାଗରାଜ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ସୋମବାରଠାରୁ ଆରମ୍ଭ ହେବାକୁ ଯାଉଛି କୁମ୍ଭ ମେଳା । ୧୨ ବର୍ଷ ପରେ ଚଳିତ ବର୍ଷ କୁମ୍ଭମେଳା ହେବାକୁ ଯାଉଛି। କୁମ୍ଭମେଳା ଜାନୁଆରୀ ୧୩ରୁ ଆରମ୍ଭ ହୋଇ ଜାନୁଆରୀ ୨୬ ରେ ଶେଷ ହେବ । ଏଭଳି ସ୍ଥିତିରେ ମହାକୁମ୍ଭ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। କୌଣସି ଶ୍ରଦ୍ଧାଳୁ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପ୍ରତି ଯୋଗୀ ସରକାର ବିଶେଷ ଧ୍ୟାନ ଦେଇଛନ୍ତି। ତେବେ ଇତିମଧ୍ୟରେ ନାଗା ସନ୍ନ୍ୟାସୀମାନଙ୍କର ଏକ ପ୍ରମୁଖ ଆଖଡ଼ା ଜୁନା ଆଖଡ଼ା ଜଣେ ମହନ୍ତଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଜଣେ ନାବାଳିକାକୁ ସନ୍ୟାସୀ ଦୀକ୍ଷା ଦେଇଥିବା ଅଭିଯୋଗରେ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । 

ସୂଚନାଯୋଗ୍ୟ, ପ୍ରୟାଗରାଜର ଜୁନା ଆଖଡ଼ାରେ ଜଣେ ୧୩ ବର୍ଷୀୟା ନାବାଳିକାଙ୍କୁ ତ୍ୟାଗ ଦୀକ୍ଷା ଦିଆଯାଇଥିଲା । ଦୀକ୍ଷା ଦେଇଥିଲେ ମହନ୍ତ କୌଶଲ ଗିରି । ଏହାକୁ ନେଇ ବିବାଦ ଦେଖାଦେଇଥିଲା । ଏବେ ସଂପୃକ୍ତ ମହନ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ତାଙ୍କୁ ୭ ବର୍ଷ ପାଇଁ ଜୁନା ଆଖଡ଼ାରୁ ବହିଷ୍କାର କରାଯାଇଛି। ଆଖଡ଼ାର ପରମ୍ପରା ଓ ନିୟମ ଉଲ୍ଲଂଘନ କରିଥିବାରୁ ମହନ୍ତ କୌଶଲ ଗିରିଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନାବାଳିକାଙ୍କୁ ସନ୍ନ୍ୟାସୀ ଭାବେ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି ନିୟମ ଥିବାବେଳେ ନାବାଳକିକାଙ୍କୁ ଦୀକ୍ଷା ଦେଇ ନିୟମର ଉଲ୍ଲଙ୍ଘନ କରାଯାଇଛି । ଏଣୁ ଶ୍ରୀ ପଞ୍ଚ ଦାସନାମ ଜୁନା ଆଖଡ଼ାର ମହାସଭା ସର୍ବସମ୍ମତିକ୍ରମେ ଏହି ନିଲମ୍ବନ ନିଷ୍ପତ୍ତି ନେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe