ଏନସିପି ନେତା ନୱାବ ମଲିକ କହିଲେ,‘ମହାରାଷ୍ଟ୍ରରେ ଶିବସେନାକୁ ମୁଖ୍ୟମନ୍ତ୍ରୀ ପଦ ମିଳିବ’

ଏନସିପି ନେତା ନୱାବ ମଲିକ କହିଲେ,‘ମହାରାଷ୍ଟ୍ରରେ ଶିବସେନାକୁ ମୁଖ୍ୟମନ୍ତ୍ରୀ ପଦ ମିଳିବ’

image source-ANI

ମୁମ୍ବାଇ: ମହାରାଷ୍ଟ୍ରରେ ଶିବସେନାକୁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ଦୁଇ ସହଯୋଗୀ ଏନସିପି ଏବଂ କଂଗ୍ରେସ ରାଜି ହୋଇଥିବା କୁହାଯାଉଛି। ଶିବସେନାକୁ ବିଜେପି ଦ୍ବାରା କରାଯାଇଥିବା ଅସମ୍ମାନକୁ ବରଦାସ୍ତ କରାଯିବ ନାହିଁ ବୋଲି ଏନ୍ସିପି ନେତା ନୱାବ ମଲିକ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଶିବସେନା, କଂଗ୍ରେସ ଓ ଏନସିପି ଡିଲ୍ ଚୂଡ଼ାନ୍ତ ହୋଇଛି। ଶିବସେନାକୁ ମୁଖ୍ୟମନ୍ତ୍ରୀ ପଦ ମିଳିବ ବୋଲି ସେ କହିଛନ୍ତି।

କଂଗ୍ରେସ ଓ ଏନସିପିକୁ ଉପମୁଖ୍ୟମନ୍ତ୍ରୀ ପଦ ମିଳିବ ବୋଲି କୁହାଯାଉଛି। କିନ୍ତୁ ଏସଂପର୍କରେ ଏନ୍ସିପି ନେତା ନୱାବ ମଲିକ କିଛି ସ୍ପଷ୍ଟ କରିନାହାନ୍ତି। ସେ କହିଛନ୍ତି ଯେ କମନ ମିନିମମ୍ ପ୍ରୋଗ୍ରାମ(ସିଏମପି) ଡ୍ରାଫ୍ଟରେ ସହମତି ହେବାପରେ ଏସବୁ ବିଷୟରେ ଆଲୋଚନା କରାଯିବ।ଏଥିରେ କୃଷକଙ୍କୁ ଋଣ ଛାଡ଼, ବେରୋଜଗାରୀ ଓ ମହଙ୍ଗାର ମୁକାବିଲା ଲାଗି ଉପାୟ, ଛାତ୍ରଙ୍କ ସମସ୍ୟାକୁ ପ୍ରାଥମିକତା ଦିଆଯାଇଛି।

शिवसेना प्रमुख उद्धव ठाकरे (फाइल फोटो) image source-aajtak

ଏଥିରେ କଂଗ୍ରେସର ବରିଷ୍ଠ ନେତା ପୃଥ୍ବୀରାଜ ଚୌହାନ, ଶିବସେନା ନେତା ଏକନାଥ ସିନ୍ଧେ ଏବଂ ଏନ୍ସିପି ନେତା ଛଗନ ଭୁଜବଳ ପ୍ରମୁଖ ଯୋଗ ଦେଇଥିଲେ। ଅନ୍ୟପକ୍ଷରେ ଶିବସେନା ସହିତ ମେଣ୍ଟ କରି ସରକାର ଗଠନ କରିବା ନେଇ କଂଗ୍ରେସରେ ମଧ୍ୟ ଦିନ ତମାମ ମନ୍ଥନ ଜାରି ରହିଥିଲା। ଶିବସେନା ତା’ର ଉଗ୍ର ହିନ୍ଦୁତ୍ବ ନୀତିରୁ ଓହରିବା ଜରୁରୀ ବୋଲି କଂଗ୍ରେସ କହିଛି। ଶିବସେନା କଠୋର ହିନ୍ଦୁତ୍ବ ବିଚାରଧାରାରୁ ଓହରି ଆସିଲେ ମେଣ୍ଟ ଆହୁରି ସୁଦୃଢ଼ ହେବ ବୋଲି କଂଗ୍ରେସ ନେତାମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe