ମହାରାଷ୍ଟ୍ର: ପୋଲିଓ ବଦଳରେ ହ୍ୟାଣ୍ଡ୍‌ସାନିଟାଇଜର୍‌ ଦେବା ପରେ ୧୨ ଶିଶୁ ଅସୁସ୍ଥ

Advertisment
ମହାରାଷ୍ଟ୍ର: ପୋଲିଓ ବଦଳରେ ହ୍ୟାଣ୍ଡ୍‌ସାନିଟାଇଜର୍‌ ଦେବା ପରେ ୧୨ ଶିଶୁ ଅସୁସ୍ଥ

ମୁମ୍ବାଇ: ମହାରାଷ୍ଟ୍ରର ୟଭତମାଲ୍‌ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ୧୨ ଜଣ ଶିଶୁଙ୍କୁ ପୋଲିଓ ଡ୍ରପ୍‌ ବଦଳରେ ହ୍ୟାଣ୍ଡ୍‌ସାନିଟାଇଜର୍ ଦିଆଯାଇଥିବା ଅଭିଯୋଗ ହୋଇଛି। ସମସ୍ତ ଶିଶୁ ସାନିଟାଇଜର୍‌ ପିଇବା ପରେ ଗୁରୁତର ଅବସ୍ଥାରେ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ସେହି ସମସ୍ତ ଶିଶୁଙ୍କ ବୟସ ୧ରୁ ୫ ବର୍ଷ ମଧ୍ୟରେ।

ରବିବାର ଦିନ ପଲ୍‌ସ ପୋଲିଓ ଦିଆଯାଉଥିବା ବେଳେ ୟଭତମାଲ୍ ଜିଲ୍ଲାର ଘଟନ୍‌ଜୀ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଏପରି ଅଭାବନୀୟ ଘଟଣା ଘଟିଥିବା ସୂଚନା ରହିଛି। ରବିବାର ସକାଳୁ ପଞ୍ଚାୟତର ପିଲାମାନଙ୍କୁ ପୋଲିଓ ଦିଆଯାଉଥିବା ବେଳେ ସେଠାରେ ୧୨ ଜଣ ଶିଶୁଙ୍କୁ ପୋଲିଓ ବଦଳରେ ହ୍ୟାଣ୍ଡ୍‌ ସାନିଟାଇଜର୍‌ ଦିଆଯାଇଥିଲା।

publive-image File photo

ସେହି ଶିଶୁମାନେ ରାତିରେ ବାନ୍ତି କରିବା ସହ ଅସହଜ ମନେ କରିବାରୁ ସେମାନଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଏବେ ସେମାନଙ୍କ ଅବସ୍ଥା ସ୍ଥିର ରହିଛି ବୋଲି ସୂଚନା ମିଳିଛି।

ଏ ନେଇ ଜଣେ ବାପା କହନ୍ତି କି ‘ପୋଲିଓ ଦିଆଯାଉଥିବା କେନ୍ଦ୍ରରେ ୩ ଜଣ ଅଧିକାରୀ ଉପସ୍ଥିତ ଥିଲେ। ସେମାନେ ଯେତେବେଳେ ଜାଣିପାରିଲେ ଯେ ସେମାନେ ପୋଲିଓ ବଦଳରେ ଆମ ପିଲାଙ୍କୁ ଭୁଲ୍‌ରେ ହ୍ୟାଣ୍ଡ୍‌ ସାନିଟାଇଜର୍‌ ଦେଇ ଦେଇଛନ୍ତି ପୁଣି ଆମମାନଙ୍କୁ ଡକାଇ ପଠାଇଥିଲେ।’

ଏପରି ଏକ ହାୟିତ୍ବହୀନତା ପାଇଁ ସେଠାରେ ଉପସ୍ଥିତ ଥିବା ସ୍ବାସ୍ଥ୍ୟକର୍ମୀ, ଅଙ୍ଗନବାଡ଼ୀ କର୍ମୀ ଏବଂ ଆଶା କର୍ମଚାରୀ ଦାୟୀ ବୋଲି କହି ସେମାନଙ୍କୁ ତୁରନ୍ତ ନିଲମ୍ବିତ ପାଇଁ ଦାବି ହୋଇଛି। ଜିଲ୍ଲା କଲେକ୍ଟର ମଧ୍ୟ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe