ଭୋଟ୍‌ ଦେଇ ଫେରୁଥିଲେ, ଚାଲିଗଲା ଜୀବନ! ଦୁର୍ଘଟଣାରେ ୩ ମୃତ, ୯ ଗୁରୁତର

ଭୋଟ୍‌ ଦେଇ ଫେରୁଥିଲେ, ଚାଲିଗଲା ଜୀବନ! ଦୁର୍ଘଟଣାରେ ୩ ମୃତ, ୯ ଗୁରୁତର

Photo Credits: ANI

ମୁମ୍ବାଇ: ମହାରାଷ୍ଟ୍ରର ଗଡଚିରୋଲି ଅଞ୍ଚଳରେ ଗୁରୁବାର ଏକ ଦୁଃଖଦ ଘଟଣା ଘଟିଯାଇଛି। ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ହୋଇଥିବା ବେଳେ ସଂପୃକ୍ତ ଅଞ୍ଚଳର କିଛି ମତଦାତା ମତଦାନ କରି ଫେରିବା ବାଟରେ ଏକ ଦୁର୍ଘଟଣା ଘଟି ୩ ଜଣଙ୍କ ଜୀବନ ଯାଇଛି। ଏହି ଦୁର୍ଘଟଣାରେ ୯ ଜଣ ଗୁରୁତର ଆହତ ହୋଇଥିବା ସୂଚନା ରହିଛି। ମତଦାତାମାନେ ଗଡଚିରୋଲ ମତଦାନ କେନ୍ଦ୍ରରେ ଭୋଟ୍‌ ଦେଇ ନିଜ ଗାଁକୁ ଆସୁଥିବା ବାଟରେ ସେମାନେ ବସିଥିବା ଟ୍ରକ୍‌ଟି ଓଲଟି ପଡ଼ିବାରୁ ଏପରି ଘଟିଥିଲା।

ଉଲ୍ଲେଖଯୋଗ୍ୟ, ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ହୋଇଥିବା ବେଳେ ମହାରାଷ୍ଟ୍ରର ୭ଟି ଲୋକସଭା ନିର୍ବାଚନ ମଣ୍ଡଳିରେ ମତଦାନ ହୋଇଛି। ସଂପୂର୍ଣ୍ଣ ସୁରକ୍ଷା ଭିତରେ ଏହି ମତଦାନ ସମାପ୍ତ ହୋଇଛି। ସମୁଦାୟ ୧୧୬ ଜଣ ପ୍ରାର୍ଥୀଙ୍କ ସମେତ ୧.୩୦ କୋଟି ମତଦାତା ଏହି ଭୋଟିଂରେ ସାମିଲ୍‌ ହୋଇଥିଲେ। ନାଗପୁର, ଚନ୍ଦ୍ରପୁର, ରମତେକ, ଓ୍ଵାର୍ଧା, ୟଭତମାଲ୍‌-ଓ୍ଵାସିମ୍‌, ଗଡଚିରୋଲି-ଚିମୁର, ଭନ୍ଦ୍ରା ଗୋଣ୍ଡିଆ ଆଦି ମତଦାନ କେନ୍ଦ୍ରରେ ମତଦାତାମାନେ ମତଦାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe