ମହାରାଷ୍ଟ୍ର: ବସ୍‌ ଦୁର୍ଘଟଣାରେ ୬ ମୃତ, ୪୫ ଗୁରୁତର

Advertisment
ମହାରାଷ୍ଟ୍ର: ବସ୍‌ ଦୁର୍ଘଟଣାରେ ୬ ମୃତ, ୪୫ ଗୁରୁତର

(Photo Credits: ANI)

ମୁମ୍ବାଇ: ମହାରାଷ୍ଟ୍ରର ପାଲଘରଠାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି। ଜିଲ୍ଳାରେ ଥିବା ତ୍ରୟମ୍‌ବକେଶ୍ୱର ମନ୍ଦିର ନିକଟରେ ଏକ ବସ୍‌ ଦୁର୍ଘଟଣାରେ ୪ ଜଣଙ୍କ ଜୀବନ ଯିବା ସହ ୪୫ ଜଣ ଗୁରୁତର ଆହତ ହୋଇଛନ୍ତି। ପରେ ଡାକ୍ତରଖାନାରେ  ଆଉ ୨ ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି। ଏହି ସଡ଼କ ଦୁର୍ଘଟଣା ରବିବାର ଅପରାହ୍ନରେ ଘଟିଛି। ଦୁର୍ଘଟଣା ଘଟିବା ପରେ ସରକାରୀ ଉଦ୍ଧାରକାରୀ ଦଳ ଉଚିତ ସମୟରେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବା ସୂଚନା ରହିଛି। ଗୁରୁତର ବସ୍‌ ଯାତ୍ରୀମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଉଦ୍ଧାର କାର୍ଯ୍ୟ ଏବେ ମଧ୍ୟ ଜାରି ରହିଛି।

ଉଲ୍ଲେଖଯୋଗ୍ୟ, ଏପରି ଦୁର୍ଘଟଣାରେ ଲୋକଙ୍କ ଜୀବନ ଯିବା ମହାରାଷ୍ଟ୍ରରେ ପ୍ରଥମ ଥର ଘଟୁନାହିଁ। ନିକଟ ଅତୀତରେ ମଧ୍ୟ ୨ ମାସ ତଳେ ମହରାଷ୍ଟ୍ରର ଗଦଚିରୋଲି ଅଞ୍ଚଳରେ ଏକ ଟ୍ରକ୍‌-ବସ୍‌ ମୁହାଁମୁହିଁ ହେବାରୁ ଦୁର୍ଘଟଣା ଘଟିବା ପରେ ସ୍କୁଲ୍‌ ଛାତ୍ରଙ୍କ ସମେତ ସମୁଦାୟ ୪ ଜଣ ଲୋକଙ୍କ ଜୀବନ ଯାଇଥିଲା। ଚଳତବର୍ଷ ଜାନୁଆରି ୧୬ ତାରିଖରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe