ମହାରାଷ୍ଟ୍ରର ଗୋନ୍ଦିୟାରେ ଧାରଣାଚ୍ୟୁତ ହେଲା ୩ଟି ରେଳ ବଗି; ୫୩ ଆହତ

Advertisment
ମହାରାଷ୍ଟ୍ରର ଗୋନ୍ଦିୟାରେ ଧାରଣାଚ୍ୟୁତ ହେଲା ୩ଟି ରେଳ ବଗି; ୫୩ ଆହତ

Image Courtesy of India Today

ଗୋନ୍ଦିୟା: ମଙ୍ଗଳବାର ରାତିରେ ମହାରାଷ୍ଟ୍ରର ଗୋନ୍ଦିୟା ସହରରେ ‘ସିଗ୍‌ନାଲ୍‌’ ନ ପାଇବାରୁ ‘ଭଗତ୍‌ କି କୋଠି’ ନାମରେ ଗୋଟାଏ ପାସେଞ୍ଜର୍‌ ଟ୍ରେନ୍‌ ଗୋଟାଏ ମାଲ୍‌ଗାଡ଼ି ସହ ଧକ୍କା ଖାଇବାରୁ ତା’ର ୩ଟି ବଗି ଧାରଣାଚ୍ୟୁତ ହୋଇ ପ୍ରାୟ ୫୩ଜଣ ଯାତ୍ରୀ ଆହତ ହୋଇଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ଗତ ରାତି ପ୍ରାୟ ୨.୩୦ରେ ଦୁର୍ଘଟଣାରେ ସମ୍ମୁଖୀନ ହୋଇଥିବା ଯାତ୍ରୀବାହୀ ଟ୍ରେନ୍‌ର ‘ଏସ୍‌୩’ ବଗି ସବୁ ଧାରଣାରୁ ହଟି ଯାଇଥିଲା। ଉକ୍ତ ପାସେଞ୍ଜର୍‌ ‌ଟ୍ରେନ୍‌ଟି ରାୟପୁରର ବିଳାସପୁରରୁ ନାଗପୁର ଅଭିମୁଖେ ଯାତ୍ରା କରୁଥିଲା।

publive-image Image Courtesy of OUS News

ରେଳବାଇରୁ ପ୍ରାପ୍ତ ସୂଚନା ଅନୁସାରେ, ଏକା ଧାରଣାରେ ଦୁଇଟି ଟ୍ରେନ୍‌ ଚାଲି ଆସିବାରୁ ଦୁର୍ଘଟଣା ଘଟିଛି। ‘ଗ୍ରିନ୍‌ ସିଗ୍‌ନାଲ୍‌’ ପାଇବା ପରେ ‘ବିଳାସପୁର-ଭଗତ୍‌ କି କୋଠି’ ଟ୍ରେନ୍‌ ଆଗକୁ ଚାଲିଲା। ସେହି ଧାରଣାରେ ମାଲ୍‌ଗାଡ଼ିଟି ବି ନାଗପୁର ଅଭିମୁଖେ ଯାଉଥିଲା। ଗୋନ୍ଦିୟା ସହରର ଟ୍ରେନ୍‌ ଗେଟ୍‌ରେ ଉପଯୁକ୍ତ ‘ସିଗ୍‌ନାଲ୍‌’ ଅଭାବରୁ ଯାତ୍ରୀବାହୀ ଟ୍ରେନ୍‌ଟି ମାଲ୍‌ଗାଡ଼ି ସହିତ ଧକ୍କା ଖାଇଲା।

ଦୁର୍ଘଟଣାଗ୍ରସ୍ତ ପାସେଞ୍ଜର୍‌ ଟ୍ରେନ୍‌ ଓ ମାଲ୍‌ଗାଡ଼ି ନାଗପୁର ଅଭିମୁଖେ ଯାତ୍ରା କରୁଥିଲେ।

ଆହତ ହୋଇଥିବା ୫୩ଜଣଙ୍କ ମଧ୍ୟରୁ ୧୩ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟଜନକ ରହିଛି। ଆହତ ଯାତ୍ରୀମାନେ ଗୋନ୍ଦିୟା ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ସେମାନଙ୍କ ଭିତରୁ କେତେଜଣଙ୍କୁ ଗୋଟାଏ ଘରୋଇ ଡାକ୍ତରଖାନାକୁ ରେଫର୍‌ କରାଯାଇଛି।

ଉକ୍ତ ଅଘଟଣରେ କାହାର ମୃତ୍ୟୁ ହୋଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe