କରୋନା ସଂକ୍ରମଣ ବଢ଼ୁଥିବାରୁ ନାଇଟ କର୍ଫ୍ୟୁ ସହ ରାଜ୍ୟରେ ସପ୍ତାହନ୍ତ ଲକଡାଉନ ଘୋଷଣା କଲେ ମହାରାଷ୍ଟ୍ର ସରକାର

Advertisment

ଲକଡାଉନ ସମୟରେ ଜରୁରୀ ସେବାକୁ ମିଳିବ ଅନୁମତି

ଲକଡାଉନ ସମୟରେ ଜରୁରୀ ସେବାକୁ ମିଳିବ ଅନୁମତି

କରୋନା ସଂକ୍ରମଣ ବଢ଼ୁଥିବାରୁ ନାଇଟ କର୍ଫ୍ୟୁ ସହ ରାଜ୍ୟରେ ସପ୍ତାହନ୍ତ ଲକଡାଉନ ଘୋଷଣା କଲେ ମହାରାଷ୍ଟ୍ର ସରକାର

ମୁମ୍ବାଇ: କରୋନା ସଂକ୍ରମଣ ଏବେ ଚିନ୍ତା ବଢ଼ାଇଥିବା ବେଳେ ଏହାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଶେଷରେ ମହାରାଷ୍ଟ୍ରକୁ ଲକଡାଉନ କରିଛନ୍ତି ସରକାର। ଆଜି କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସଂକ୍ରମଣକୁ କାବୁ କରିବା ପାଇଁ ଶନିବାର ଓ ରବିବାର ଦିନ ସାରା ରାଜ୍ୟ ଲକଡାଉନ ହୋଇ ରହିବ ବୋଲି ଘୋଷଣା କରିଛନ୍ତି। ଶୁକ୍ରବାର ରାତି ୮ଟାରୁ ସୋମବାର ସକାଳ ୭ଟା ପର୍ଯ୍ୟନ୍ତ ଲକଡାଉନ ଜାରି ରହିବ।  ଏହା ସହ ପୂର୍ବ ପରି ରାତି ୮ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ପ୍ରତିଦିନ ନାଇଟ କର୍ଫ୍ୟୁ ଲାଗୁ କରାଯିବ।

ଆସନ୍ତାକାଲିଠାରୁ ଏହି ନିୟମ ଲାଗୁ ହେବ। ନିୟମ ଅନୁଯାୟୀ ପ୍ରତିଦିନ ରାତି ୮ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଲାଗୁ ହେବ।

-ବଡ଼ ସମାବେଶ ଉପରେ ପ୍ରତିବନ୍ଧକ ଲଗାଯିବା ସହ କୌଣସି ସ୍ଥାନରେ ୫ରୁ ଅଧିକ ଲୋକ ଏକତ୍ରିତ ହୋଇପାରିବେ ନାହିଁ।

- ମଲ୍, ରେସ୍ତୋରାଁ ଏବଂ ବାର୍ ବନ୍ଦ ରହିବ; କିନ୍ତୁ ହୋମ ଡେଲିଭରୀ ସେବା ସହ ଅତ୍ୟାବଶ୍ୟକ ସେବାଗୁଡିକ ଅନୁମତି ଦିଆଯିବ।

-ଶିଳ୍ପ କାର୍ଯ୍ୟ ଏବଂ ନିର୍ମାଣ କାର୍ଯ୍ୟକଳାପକୁ ଅନୁମତି ଦିଆଯିବ।

-ସପ୍ତାହନ୍ତ ଲକଡାଉନ ସମୟରେ ଜରୁରୀ ସେବା ଯୋଗାଇଦିଆଯିବା ସହ ବସ, ଟ୍ରେନ ଏବଂ ଟାକ୍ସି ଚାଳଚଳ କରିପାରିବ।

-ପନିପରିବା ବଜାରରେ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ନିୟମ ପ୍ରଣୟନ କରାଯିବ।

-ଭିଡ଼ ନଜମାଇ ଫିଲ୍ମ ସୁଟିଂ କରିବାକୁ ଅନୁମତି ଦିଆଯିବ କିନ୍ତୁ ପ୍ରେକ୍ଷାଳୟ ବନ୍ଦ ରହିବ।

-ଟ୍ରାଫିକ ଉପରେ କୌଣସି ନୂତନ ପ୍ରତିବନ୍ଧକ ରହିବ ନାହିଁ କିନ୍ତୁ ସାଧାରଣ ପରିବହନ ୫୦ପ୍ରତିଶତ କ୍ଷମତାରେ ଚାଲିବ।

-ସରକାରୀ କାର୍ଯ୍ୟାଳୟଗୁଡିକ ୫୦% କ୍ଷମତାରେ କାର୍ଯ୍ୟ କରିବ। ଘରୋଇ ଯାନଗୁଡିକ ୫୦% ବସିବା କ୍ଷମତା ସହ ଯାତାୟତ କରିପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe