ଉଦ୍ଧବଙ୍କୁ ଆଉ ଏକ ଝଟକା: ସିନ୍ଦେଙ୍କ ସହ ହାତ ମିଳାଇବେ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ଦୀପକ ସାୱନ୍ତ

Advertisment
ଉଦ୍ଧବଙ୍କୁ ଆଉ ଏକ ଝଟକା: ସିନ୍ଦେଙ୍କ ସହ ହାତ ମିଳାଇବେ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ଦୀପକ ସାୱନ୍ତ

zeenews

ମୁମ୍ବାଇ: ଶିବସେନାର ନାଁ ଏବଂ ଦଳୀୟ ଚିହ୍ନ ହରାଇବା ପରେ ଏବେ ପୁଣି ଥରେ ଉଦ୍ଧବ ଠାକରେଙ୍କୁ ଝଟକା ଲାଗିଛି। ଏକନାଥ ସିନ୍ଦେ କ୍ଷମତା ଛଡ଼ାଇନେବା ପରେ ଏବେ ଉଦ୍ଧବଙ୍କଠାରୁ ତାଙ୍କ ସମର୍ଥକ ମଧ୍ୟ ଦୂରେଇ ଯାଉଥିବା ଦେଖାଯାଇଛି। ଅତୀତରେ ଉଦ୍ଧବଙ୍କ ସମର୍ଥକ ସିନ୍ଦେଙ୍କ ସହ ହାତ ମିଳାଇଥିବା ଦେଖିବାକୁ ମିଳିଥିବା ବେଳେ କିଛି ଦିନ ତଳେ ଉଦ୍ଧବଙ୍କ ଅତି ଘନିଷ୍ଠ ବନ୍ଧୁ ସୁଭାଷ ଦେଶାଇଙ୍କ ପୁଅ ଭୂଷଣ ଦେଶାଇ, ଏକନାଥ ସିନ୍ଦେଙ୍କ ଶିବସେନାରେ ଯୋଗ ଦେଇଥିଲେ।

ଏବେ ଠାକରେଙ୍କ ଗୋଷ୍ଠୀର ନେତା ତଥା ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ଦୀପକ ସାୱନ୍ତ ଏବେ ଏକନାଥ ସିନ୍ଦେଙ୍କ ଶିବସେନାରେ ଯୋଗ ଦେବେ। ସେ ସିନ୍ଦେଙ୍କ ଶିବସେନାର ସଦସ୍ୟତା ଗ୍ରହଣ କରିବେ ବୋଲି ଜଣାପଡ଼ିଛି।

ତେବେ ଶିବସେନାରେ ଯୋଗଦେବା ପରେ ଭୂଷଣ ଦେଶାଇ କହିଥିଲେ, ‘ବାଲାସାହେବ ମୋର ଭଗବାନ। ଏକନାଥ ସିନ୍ଦେ ହିନ୍ଦୁତ୍ୱର ଧାରଣାକୁ ପ୍ରୋତ୍ସାହିତ କରୁଛନ୍ତି। ମୁଁ ତାଙ୍କ ଉପରେ ବିଶ୍ୱାସ କରେ। ମୁଁ ତାଙ୍କ ସହିତ ପୂର୍ବରୁ କାମ କରିସାରିଛି ଏବଂ ଭବିଷ୍ୟତରେ ମଧ୍ୟ ମୁଁ ତାଙ୍କ ପାଇଁ ଛିଡା ହେବି। ଜଣେ ସାମାଜିକ କର୍ମୀ ଭାବରେ ମୁଁ ସିନ୍ଦେଙ୍କ ଦ୍ୱାରା ଅନୁପ୍ରାଣିତ।

ଭୂଷଣ ଦଳରେ ଯୋଗଦେବା ପରେ ଏକନାଥ ସିନ୍ଦେ କହିଥିଲେ ଯେ ବିଧାନସଭା ଅଧିବେଶନ ଚାଲିଛି। ଆମର ଅଧିବେଶନ ଚାଲିଥିବା ବେଳେ ଭୂଷଣ ସୁଭାଷ ଦେଶାଇ ଆମ ସହିତ ସାମିଲ ହୋଇଛନ୍ତି। ମହାରାଷ୍ଟ୍ରରେ ବାଲାସାହେବଙ୍କ ଚିନ୍ତାଧାରାକୁ ଅନୁସରଣ କରୁଥିବା ସରକାର ରହିଛି। ଯେତେବେଳେ ଆମେ ବିଦ୍ରୋହ କରିବାକୁ ନିଷ୍ପତ୍ତି ନେଇଥିଲୁ, ଆମ ସହିତ ୪୦ଜଣ ବିଧାୟକ ଏବଂ ୧୩ଜଣ ସାଂସଦ ଥିଲେ। କିନ୍ତୁ ଏହା ପରେ ଅନେକ ଲୋକ ଆମ ସହିତ ଯୋଗ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe