ମହାରାଷ୍ଟ୍ର ବିଧାନସଭା ନିର୍ବାଚନ: ୧୫୦ ବିଦ୍ରୋହୀ ପ୍ରାର୍ଥୀଙ୍କ ଉପରେ ନଜର

Advertisment

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ମଙ୍ଗଳବାର  ନାମାଙ୍କନପତ୍ର ଦାଖଲ  ପ୍ରକ୍ରିୟା ଶେଷ ହୋଇଛି। ଏହା ସହିତ ବିଦ୍ରୋହୀ ପ୍ରାର୍ଥୀଙ୍କ ଆବିର୍ଭାବ ରାଜ୍ୟର ଦୁଇ ପ୍ରମୁଖ ରାଜନୈତିକ ମେଣ୍ଟ ମହାୟୁତି ଓ ଏମ୍‌‌ଭିଏ ପାଇଁ ବହୁତ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

Updated On

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ମଙ୍ଗଳବାର  ନାମାଙ୍କନପତ୍ର ଦାଖଲ  ପ୍ରକ୍ରିୟା ଶେଷ ହୋଇଛି। ଏହା ସହିତ ବିଦ୍ରୋହୀ ପ୍ରାର୍ଥୀଙ୍କ ଆବିର୍ଭାବ ରାଜ୍ୟର ଦୁଇ ପ୍ରମୁଖ ରାଜନୈତିକ ମେଣ୍ଟ ମହାୟୁତି ଓ ଏମ୍‌‌ଭିଏ ପାଇଁ ବହୁତ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

ଅଦ୍ୟତନ ହୋଇଛି
dagddgdgd

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ମଙ୍ଗଳବାର  ନାମାଙ୍କନପତ୍ର ଦାଖଲ  ପ୍ରକ୍ରିୟା ଶେଷ ହୋଇଛି। ଏହା ସହିତ ବିଦ୍ରୋହୀ ପ୍ରାର୍ଥୀଙ୍କ ଆବିର୍ଭାବ ରାଜ୍ୟର ଦୁଇ ପ୍ରମୁଖ ରାଜନୈତିକ ମେଣ୍ଟ ମହାୟୁତି ଓ ଏମ୍‌‌ଭିଏ ପାଇଁ ବହୁତ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ମହାୟୁତି ମେଣ୍ଟ ୮୦ ଜଣ ବିଦ୍ରୋହୀଙ୍କୁ ସମ୍ମୁଖୀନ ହେଉଥିବା ବେଳେ ବିଭିନ୍ନ ଦଳର ପାଖାପାଖି ୧୫୦ ଜଣ  ନେତା ସେମାନଙ୍କ ଦଳୀୟ ପ୍ରାର୍ଥୀଙ୍କୁ ବିରୋଧ କରି ନାମାଙ୍କନପତ୍ର ଦାଖଲ କରିଛନ୍ତି। ନଭେମ୍ବର ୪ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ସମୟ ସୀମା ଧାର୍ଯ୍ୟ କରାଯାଇଛି ଏବଂ ଉଭୟ ମେଣ୍ଟ ପାଖରେ ଏସବୁ ସମସ୍ୟାର ସମାଧାନ କରିବା ଏବଂ ବିଦ୍ରୋହୀଙ୍କୁ ପ୍ରତ୍ୟାହାର ପାଇଁ ରାଜି କରାଇବା  ନିମନ୍ତେ ପ୍ରାୟ ଏକ ସପ୍ତାହ ସମୟ ରହିଛି। ଉଭୟ ଏମ୍‌ଭିଏ ଏବଂ ମହାୟୁତି କହିଛନ୍ତି ଯେ ସମସ୍ତ ୨୮୮ ବିଧାନସଭା ଆସନ ପାଇଁ ସେମାନଙ୍କ  ପ୍ରାର୍ଥୀ ଅଛନ୍ତି। ନାମାଙ୍କନ ଅବଧି ପରେ ଏମ୍‌ଭିଏ  ୨୮୬ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି, ଯେଉଁଥିରେ କଂଗ୍ରେସର ୧୦୩ ଜଣ, ଶିବସେନା-ୟୁବିଟିର ୯୬ ଜଣ ଏବଂ ଏନ୍‌ସିପି (ଶରଦ ପାୱାର)ର ୮୭ ଜଣ ଅଛନ୍ତି।  ଅନ୍ୟପକ୍ଷରେ ମହାୟୁତି ୨୮୪ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି, ଯେଉଁଥିରେ ବିଜେପିର ୧୪୮, ଶିବସେନାର ୮୦ ଏବଂ ଏନସିପିର ୫୨ ଜଣ ଅଛନ୍ତି।  

ପ୍ରମୁଖ ବିଦ୍ରୋହୀ ପ୍ରାର୍ଥୀମାନଙ୍କ ମଧ୍ୟରେ ବୋରିଭଲିରୁ ବିଜେପି ନେତା ଗୋପାଳ ସେଟ୍ଟୀ ଅଛନ୍ତି,  ଯିଏ କି ତାଙ୍କ ଦଳର  ପ୍ରାର୍ଥୀ ସଞ୍ଜୟ ଉପାଧ୍ୟାୟଙ୍କ ବିରୋଧରେ ଲଢୁଛନ୍ତି। ଏନ୍‌ସିପି ମନ୍ତ୍ରୀ ଛଗନ ଭୁଜବଳଙ୍କ ପୁତୁରା ସମୀର ଭୁଜବଳ ଶିବସେନା ବିଧାୟକ ସୁହାସ କାଣ୍ଡେଙ୍କ ବିପକ୍ଷରେ ନନ୍ଦଗାଓଁରେ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ବିଦ୍ରୋହୀଙ୍କ ଉପସ୍ଥିତି ଚିନ୍ତାଜନକ ବୋଲି ଉଭୟ ମେଣ୍ଟର ନେତାମାନେ ସ୍ୱୀକାର କରିଛନ୍ତି ଏବଂ ପରିସ୍ଥିତିର ମୁକାବିଲା କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି।   ଆସନ ଆବଣ୍ଟନକୁ ନେଇ କିଛି ସପ୍ତାହ ଧରି ଅନିଶ୍ଚିତତା ଲାଗି ରହିବା ପରେ ମହାୟୁତି ନିଜର ଆସନ ବଣ୍ଟନ ବ୍ୟବସ୍ଥାକୁ ଚୂଡ଼ାନ୍ତ କରିବାରେ ସକ୍ଷମ ହୋଇଛି। ଏମ୍‌ଭିଏର ବୁଝାମଣା ବାରମ୍ବାର ବଦଳିବା ପରେ  ଗତରାତିରେ ହିଁ ଚୂଡ଼ାନ୍ତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe