ନଭେମ୍ବର ୨୬ ପୂର୍ବରୁ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ: ସିଇସି

ମୁଖ୍ୟ ନିର୍ବାଚନ କମିସନର (ସିଇସି) ରାଜୀବ କୁମାର ଆଜି  ଏକ ସାମ୍ବାଦିକ ସମ୍ମିଳନୀ କରି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ନେଇ ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି। ନଭେମ୍ବର ୨୬ ତାରିଖରେ ମହାରାଷ୍ଟ୍ର ବିଧାନସଭା କାର୍ଯ୍ୟକାଳ ଶେଷ ହେଉଛି।

fhfshfshf

ମୁମ୍ବାଇ: ମୁଖ୍ୟ ନିର୍ବାଚନ କମିସନର (ସିଇସି) ରାଜୀବ କୁମାର ଆଜି  ଏକ ସାମ୍ବାଦିକ ସମ୍ମିଳନୀ କରି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ନେଇ ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି। ନଭେମ୍ବର ୨୬ ତାରିଖରେ ମହାରାଷ୍ଟ୍ର ବିଧାନସଭା କାର୍ଯ୍ୟକାଳ ଶେଷ ହେଉଛି। ତେଣୁ ଏହା ପୂର୍ବରୁ ନିର୍ବାଚନ ଶେଷ କରିବାକୁ ପଡ଼ିବ ବୋଲି ସିଇସି କହିଛନ୍ତି। ଗତ ଲୋକସଭା ନିର୍ବାଚନରେ ମହାରାଷ୍ଟ୍ରରେ ବିଭିନ୍ନ ସହରାଞ୍ଚଳରେ ମତଦାନ ହାର କମିଥିବାରୁ ସିଇସି ଏନେଇ ଚିନ୍ତା ପ୍ରକଟ କରିଛନ୍ତି।  

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କରିବାପରେ ସାମ୍ବାଦିକ ସମ୍ମିଳନୀରେ ଉଦବୋଧନ ଦେଇ ସିଇସି ରାଜୀବ କୁମାର କହିଛନ୍ତି, ମୁମ୍ବାଇ ଏବଂ ଏହାର ଆଖପାଖ ଅଞ୍ଚଳରେ   ଚଳିତ ବର୍ଷ ଲୋକସଭା ନିର୍ବାଚନରେ ମତଦାନ ହାର ଖୁବ୍‌ କମ୍‌ ଥିଲା। ଏନେଇ ସିଇସି କହିଛନ୍ତି,  ମତଦାନ ପାଇଁ ସବୈତନିକ ଛୁଟି ସଂପର୍କରେ ସରକାର ଅଧିକ ସଚେତନତା ସୃଷ୍ଟି କରିବା ଆବଶ୍ୟକ।   କୌଣସି ପ୍ରାର୍ଥୀଙ୍କର ଆପରାଧିକ ପୃଷ୍ଠଭୂମି ଅଛି କି ନା’ ତାହା ଜାଣିବା ଭୋଟରଙ୍କ ଅଧିକାର ବୋଲି ସିଇସି କହିଛନ୍ତି।  ଆଜି ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନ କମିସନର ଗ୍ୟାନେଶ କୁମାର ଏବଂ   ସୁଖବୀର ସିଂହ ସନ୍ଧୁ ମଧ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe