ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ ଦେଇଥିବା ୨୫ ବର୍ଷିୟ ବ୍ୟକ୍ତିଙ୍କୁ ଗିରଫ କଲା ମହାରାଷ୍ଟ୍ର ଏଟିଏସ୍

ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ ଦେଇଥିବା ୨୫ ବର୍ଷିୟ ବ୍ୟକ୍ତିଙ୍କୁ ଗିରଫ କଲା ମହାରାଷ୍ଟ୍ର ଏଟିଏସ୍

Image Source: Zee News

ମୁମ୍ବାଇ: ବୋମା ବିସ୍ଫୋରଣ କରି ଉତ୍ତର ପ୍ରଦେଶର ‌ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା କରିବାକୁ ଧମକ ଦେଇଥିବା ଜଣେ୨୫ ବର୍ଷିୟ ବ୍ୟକ୍ତିଙ୍କୁ ମହାରାଷ୍ଟ୍ର ଆଣ୍ଟି-ଟେରରିଜମ୍ ସ୍କ୍ବାଡ୍ (ଏଟିଏସ୍) ମୁମ୍ବାଇର ଚୁନଭାଟି ଅଞ୍ଚଳରୁ ଗିରଫ କରିଛି।

ଏଟିଏସ୍ ଦ୍ବାରା ଗିରଫ ହୋଇଥିବା ବ୍ୟକ୍ତିଜଣକ କମ୍‌ରାନ୍ ଅମିନ୍ ଖାଁ ବୋଲି ଜଣାପଡ଼ିଛି। ଲ‌କ୍ଷ୍ନୌ ପୁଲିସ ମୁଖ୍ୟାଳୟର ସାମାଜିକ ଗଣମାଧ୍ୟମ ହେଲ୍‌ପ୍‌ଲାଇନ୍‌କୁ କମ୍‌ରାନ୍ ଅମିନ୍ ଖାଁ ଏକ ହ୍ବାଟ୍ସଆପ୍ ମେସେଜ୍‌ ପଠାଇଥିବା କୁହାଯାଉଛି। ଏହା ପରେ ସେ କହି‌ଥିଲେ ଯୋଗୀ ଆଦିତ୍ୟନାଥ ହେଉଛନ୍ତି ଗୋଟିଏ ସମ୍ପ୍ରଦାୟ ପ୍ରତି ବିପଦ ତେଣୁ ସେ ତାଙ୍କୁ ବୋମା ପକାଇ ହତ୍ୟା କରିବେ।

publive-image Image Source: ANI

ଭାରତୀୟ ପିଙ୍ଗଳ କୋଡ୍ ଏବଂ ଆଇଟି ଆକ୍ଟ୍ ମୁତାବକ ଉତ୍ତର ପ୍ରଦେଶ ପୁଲିସ ତାଙ୍କ ବିରୋଧରେ ଏକ ଏଫ୍‌ଆଇଆର୍ ଫାଇଲ୍ କରିଥିଲା। ଉତ୍ତର ପ୍ରଦେଶର ସ୍ପେସାଲ୍ ଟାସ୍କ ଫୋର୍ସ ମହାରାଷ୍ଟ୍ର ଆଣ୍ଟି-ଟେରରିଜମ୍ ସ୍କ୍ବାଡ୍ ସହାୟତାରେ କମ୍‌ରାନ୍‌ଙ୍କର ଅବସ୍ଥିତି ଅନୁସରଣ କରିଥିଲା। ତାଙ୍କର ଅବସ୍ଥିତି ଜଣାପଡ଼ିବା ପରେ ମୁମ୍ବାଇର ଚୁନଭାଟି ଅଞ୍ଚଳରୁ ତାଙ୍କୁ ଗିରଫ କରାଯାଇଥିଲା।

ଏହା ପରେ ତାଙ୍କୁ ଉତ୍ତର ପ୍ରଦେଶର ସ୍ପେସାଲ୍ ଟାସ୍କ୍‌ ଫୋର୍ସକୁ ହସ୍ତାନ୍ତର କରାଗଲା। ଟ୍ରାନ୍‌ଜିଟ୍ ରିମାଣ୍ଡ୍ ନିମନ୍ତେ ତାଙ୍କୁ ରବିବାର ଦିନ ମୁମ୍ବାଇ କୋର୍ଟରେ ହାଜର କରାଯିବା ପରେ ଉତ୍ତର ପ୍ରଦେଶକୁ ନିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe