କୃଷକଙ୍କ ସମର୍ଥନରେ ମହାରାଷ୍ଟ୍ର ସରକାର ଦେଲେ ବନ୍ଦ ଡାକରା; ବ୍ୟବସାୟୀ ସଂଘ କହିଲା ବନ୍ଦରେ ସାମିଲ ହେବନି

Advertisment
କୃଷକଙ୍କ ସମର୍ଥନରେ ମହାରାଷ୍ଟ୍ର ସରକାର ଦେଲେ ବନ୍ଦ ଡାକରା; ବ୍ୟବସାୟୀ ସଂଘ କହିଲା ବନ୍ଦରେ ସାମିଲ ହେବନି

RepublicIndia

ମୁମ୍ବାଇ: ଉତ୍ତରପ୍ରଦେଶର ଲଖିମପୁର ଖେରୀରେ ଗତ ସପ୍ତାହରେ କୃଷକଙ୍କ ଉପରେ ହୋଇଥିବା ହିଂସାକୁ ବିରୋଧ କରି ଆସନ୍ତା ୧୧ ତାରିଖରେ ମହାରାଷ୍ଟ୍ର ବନ୍ଦ ଡାକରା ଦିଆଯାଇଛି। ଶିବସେନା, କଂଗ୍ରେସ ଏବଂ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି)କୁ ନେଇ ଗଠିତ ମହାରାଷ୍ଟ୍ର ବିକାଶ ଆଗାଡି ସରକାର ଏହି ବନ୍ଦକୁ ସମର୍ଥନ କରୁଛନ୍ତି। ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଏହି ତିନି ଦଳର ନେତାମାନେ ଏହି ବନ୍ଦକୁ ସଫଳ କରିବା ପାଇଁ ନିବେଦନ କରିଛନ୍ତି। ଏହି ବନ୍ଦ ପାଳନ କାଳରେ ଅତ୍ୟାବଶ୍ୟକ ସେବା ବ୍ୟତୀତ ସବୁକିଛି ବନ୍ଦ ରହିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।

ହେଲେ, ବ୍ୟବସାୟୀ ସଂଘ ଆସନ୍ତାକାଲି ଦିଆଯାଇଥିବା ଏହି ବନ୍ଦରେ ସାମିଲ ହେବ ନାହିଁ ବୋଲି ଘୋଷଣା କରିଛି। ବ୍ୟବସାୟୀ ସଂଘ ଆଜି ଏକ ବିବୃତ୍ତିରେ କହିଛି ଯେ କୋଭିଡ୍‌-୧୯ ମହାମାରୀ ମଧ୍ୟରେ ମଧ୍ୟବର୍ତ୍ତୀ ଲକ୍‌ଡାଉନ୍‌ ପରେ ସେମାନେ ଏବେଏବେ ବ୍ୟବସାୟକୁ ଫେରିଛନ୍ତି। ଏ ପରିସ୍ଥିତିରେ ବନ୍ଦରେ ସାମିଲ ହେଲେ ଏହା ସେମାନଙ୍କ ରୋଜଗାରକୁ ବାଧାପ୍ରାପ୍ତ କରିବ। ଫେଡେରେସନ୍‌ ଅଫ୍‌ ରିଟେଲ୍‌ ଟ୍ରେଡର୍ସ ୱେଲଫେୟାର ଆସୋସିଏସନ୍‌ ମଧ୍ୟ ଏହି ବନ୍ଦକୁ ସମର୍ଥନ କରୁନାହିଁ ବୋଲି କହିଛି। ୟୁପିର ଏଖିମପୁର ଖେରିରେ କୃଷକଙ୍କ ହତ୍ୟାକୁ ଆମେ ବିରୋଧ କରୁଛୁ। ଏହି ହତ୍ୟାକାଣ୍ଡ ପାଇଁ ଯିଏ ଦାୟୀ, ତାଙ୍କୁ ଦଣ୍ଡ ଦିଆଯିବା ଉଚିତ୍‌। କିନ୍ତୁ ମହାରାଷ୍ଟ୍ର ବିକାଶ ଆଗାଡି ସରକାର ଡାକିଥିବା ବନ୍ଦକୁ ଆମେ ସମର୍ଥନ କରୁନାହିଁ ବୋଲି ବ୍ୟବସାୟୀ ଗୋଷ୍ଠୀର ମୁଖ୍ୟ ବୀରେନ ଶାହା ଏକ ବିବୃତ୍ତିରେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe