ମୁମ୍ବାଇ ପହଞ୍ଚିଲା ପୁନେ ହିଂସାର ନିଆଁ, ସ୍କୁଲ କଲେଜ ବନ୍ଦ, ଶତାଧିକ ବସ ଭଙ୍ଗାରୁଜା

Advertisment

ରିପ୍ଲବିକେନ ପାର୍ଟି ଅଫ୍‌ ଇଣ୍ଡିଆର ବିରୋଧ ପ୍ରଦର୍ଶନ, ଆସନ୍ତାକାଲି ମହାରାଷ୍ଟ୍ର ବନ୍ଦ

ରିପ୍ଲବିକେନ ପାର୍ଟି ଅଫ୍‌ ଇଣ୍ଡିଆର ବିରୋଧ ପ୍ରଦର୍ଶନ, ଆସନ୍ତାକାଲି ମହାରାଷ୍ଟ୍ର ବନ୍ଦ

ମୁମ୍ବାଇ ପହଞ୍ଚିଲା ପୁନେ ହିଂସାର ନିଆଁ, ସ୍କୁଲ କଲେଜ ବନ୍ଦ, ଶତାଧିକ ବସ ଭଙ୍ଗାରୁଜା

ମୁମ୍ବାଇ: ଭୀମା-କୋରେଗାଓ ସଂଘର୍ଷର ୨୦୦ତମ ବର୍ଷ ପୂର୍ତ୍ତି ଅବସରରେ ଜାନୁଆରି ୧ରେ ହୋଇଥିବା କାର୍ଯ୍ୟକ୍ରମ ହିଂସାର ରୂପ ନେଇଛି। ଦୁଇଟି ଗୋଷ୍ଠୀ ମଧ୍ୟରେ ହୋଇଥିବା ହିଂସା ଯୋଗୁଁ ଜଣଙ୍କର ମୃତ୍ୟୁ ଘଟିଛି। ଘଟଣା ପରେ ପୁଲିସ ୧୦୦ରୁ ଅଧିକ ଲୋକଙ୍କୁ ଥାନାରେ ଅଟକ ରଖିଛି। ରିପ୍ଲବିକେନ ପାର୍ଟି ଅଫ୍‌ ଇଣ୍ଡିଆ ମଙ୍ଗଳବାର ଥାନେରେ ବିରୋଧ ପ୍ରଦର୍ଶନ କରିବା ପରେ ବୁଧବାର ମୁମ୍ବାଇର ପ୍ରତ୍ୟେକ ପୁଲିସ ଥାନାରେ ଧାରଣା ଦେବ। ଗୋଷ୍ଠୀ ସଂଘର୍ଷ ଘଟଣା ରାଜ୍ୟ ପରିବହନ ବିଭାଗକୁ ବହୁ କ୍ଷତି ପହଞ୍ଚାଇଛି। ହିଂସାରେ ୧୩୪ଟି ବସ କ୍ଷତିଗ୍ରସ୍ତ ହୋଇଛି।

ହିଂସା ପରେ ବହୁଜନ ମହାସଂଘର ନେତା ଓ ଡା. ବିଆର ଆମ୍ବେଦକରଙ୍କ ନାତି ପ୍ରକାଶ ଆମ୍ବେଦକର ବୁଧବାର ମହାରାଷ୍ଟ୍ର ବନ୍ଦ ଆହ୍ଵାନ କରିଛନ୍ତି। ଅନ୍ୟପକ୍ଷରେ ମୁମ୍ବାଇ ପୁଲିସର ଲୋକସମ୍ପର୍କ ଅଧିକାରୀ ସଚିନ ପାଟିଲ କହିଛନ୍ତି, ‘ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଅତିରିକ୍ତ ପୁଲିସ ମୁତୟନ କରାଯାଇଛି। କୌଣସି ପ୍ରକାରର ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ମୁମ୍ବାଇ ପୁଲିସ ପ୍ରସ୍ତୁତ ଅଛି’ ବୋଲି ସେ କହିଛନ୍ତି।

publive-image

ଏହି ହିଂସା ପୁନେ ପରେ ମୁମ୍ବାଇ ଓ ଔରଙ୍ଗାବାଦକୁ ବ୍ୟାପିଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ମୁମ୍ବାଇର ଅନେକ ସ୍ଥାନରେ ପଥର ଫିଙ୍ଗାଫିଙ୍ଗି ହୋଇଛି। ଆତ୍ମହତ୍ୟା କରିବାକୁ ବାହାରିଥିବା ଜଣେ ବ୍ୟକ୍ତିଙ୍କୁ ମୃତ୍ୟୁ ମୁଖରୁ ବଞ୍ଚା ଯାଇଛି। ସେହିଭଳି ହିଂସା ଯୋଗୁଁ ମୁମ୍ବାଇର ଇଷ୍ଟର୍ଣ୍ଣ ଏକ୍ସପ୍ରେସ ହାଇେଓ୍ଵରେ ଯାତାୟତ ପ୍ରଭାବିତ ହୋଇଛି। ଏହା ବ୍ୟତୀତ ଟ୍ରେନ ସେବା ମଧ୍ୟ ପ୍ରଭାବିତ ହେବାରୁ ଯାତ୍ରୀମାନଙ୍କୁ ବହୁ ହଇରାଣ ହେବାକୁ ପଡ଼ିଛି। ସେହିଭଳି ଅନ୍ୟ କିଛି ସ୍ଥାନରେ ମଧ୍ୟ ଯାତାୟତ ସମସ୍ୟା ଦେଖାଯାଇଛି।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ଲୋକଙ୍କୁ ଶାନ୍ତି ଜାରି ରଖିବାକୁ ନିବେଦନ କରିଛନ୍ତି। ସେ କହିଛନ୍ତି, ସୋସିଆଲ ମିଡିଆରେ ଘଟଣାକୁ ବଡ଼ କରି ଦିଆଯାଉଛି। ଫଡନବୀସ ଗୋଷ୍ଠୀ ସଙ୍ଘର୍ଷରେ ଜୀବନ ହାରି ଥିବା ବ୍ୟକ୍ତିର ନ୍ୟାୟିକ ତଦନ୍ତ କରିବାକୁ ଆଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ନୂଆବର୍ଷ ଉପଲକ୍ଷେ ସୋମବାର ଦଳିତ ବର୍ଗର ଏକ ଗୋଷ୍ଠୀ ପୁନେ ନିକଟରେ ଏକ ସମାରୋହରେ ଭାଗ ନେବା ପୂର୍ବରୁ ସଂଘର୍ଷ ହୋଇଥିଲା। ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା। ସେହିଭଳି ଗୋଟିଏ ଗୋଷ୍ଠୀର ଲୋକେ ଅନ୍ୟ ଗୋଷ୍ଠୀର ୨ଟି ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ଭୀମା-କୋରେଗାଓ ଯୁଦ୍ଧର ୨୦୦ତମ ବର୍ଷ ପୂର୍ତ୍ତି ଅବସରରେ ଏହି କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe