ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ହେଲିକପ୍ଟର ଯାଞ୍ଚ: ଗଡ଼କରୀଙ୍କ ହେଲିକପ୍ଟର ବି ଯାଞ୍ଚ ହେଲା

Advertisment

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ଆଜି ପାଲଘରରେ ପହଞ୍ଚିବା ପରେ ନିର୍ବାଚନ ଅଧିକାରୀମାନେ ତାଙ୍କ ହେଲିକପ୍ଟର ଯାଞ୍ଚ କରିଛନ୍ତି।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ଆଜି ପାଲଘରରେ ପହଞ୍ଚିବା ପରେ ନିର୍ବାଚନ ଅଧିକାରୀମାନେ ତାଙ୍କ ହେଲିକପ୍ଟର ଯାଞ୍ଚ କରିଛନ୍ତି।

ggjggjgjgj

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ଆଜି ପାଲଘରରେ ପହଞ୍ଚିବା ପରେ ନିର୍ବାଚନ ଅଧିକାରୀମାନେ ତାଙ୍କ ହେଲିକପ୍ଟର ଯାଞ୍ଚ କରିଛନ୍ତି। ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଓ  ଜିନିଷପତ୍ର ଯାଞ୍ଚ କରିବା ସଂକ୍ରାନ୍ତ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଗତକାଲି ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ବ୍ୟାଗ୍‌ ଯାଞ୍ଚ କରାଯିବା ପରେ  ସେ ଅଭିଯୋଗ କରିଥିଲେ  ଯେ ନିର୍ବାଚନ କମିସନ ପ୍ରଧାନମନ୍ତ୍ରୀ କିମ୍ବା କୌଣସି ବରିଷ୍ଠ ବିଜେପି ନେତାଙ୍କୁ ଯାଞ୍ଚ କରୁନାହିଁ।  

ଉଦ୍ଧବ ପ୍ରଶ୍ନ କରିଥିଲେ ଯେ ସେମାନେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏବଂ ଅଜିତ ପାୱାରଙ୍କ ବ୍ୟାଗ୍ କେବେ ଯାଞ୍ଚ କରିଛନ୍ତି କି? ଏହାର ଜବାବରେ ଗତକାଲି ନିର୍ବାଚନ କମିସନ କହିଥିଲେ, ନିର୍ଦ୍ଧାରିତ ପ୍ରକ୍ରିୟା ଅନୁଯାୟୀ ଯାଞ୍ଚ ହେଉଛି ଏବଂ ‌ଯାଞ୍ଚ ସମୟରେ ସବୁ ପ୍ରୋଟୋକଲ୍‌ ପାଳନ ହେଉଛି। ଇତିମଧ୍ୟରେ ସାମ୍ନାକୁ ଆସିଥିବା ଆଉ ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ  କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଲାଟୁରରେ ପହଞ୍ଚିବା ପରେ ତାଙ୍କ ହେଲିକପ୍ଟର ମଧ୍ୟ ଯାଞ୍ଚ କରାଯାଉଛି।  ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ମଧ୍ୟ ଏକ ଭିଡିଓ ସୋୟାର କରି ଦାବି କରିଛନ୍ତି ଯେ ସେ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରିବାକୁ ଯାଉଥିବା ବେଳେ ନିର୍ବାଚନ ଅଧିକାରୀମାନେ ତାଙ୍କ ବ୍ୟାଗ୍ ମଧ୍ୟ ଯାଞ୍ଚ କରିଛନ୍ତି।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe