ମହାରାଷ୍ଟ୍ର ମନ୍ତ୍ରୀଙ୍କ ବିଭାଗ ବଣ୍ଟନ, ନିଜ ପାଖରେ ଗୃହ ବିଭାଗ ରଖିଲେ ଫଡନବୀସ

Advertisment

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ତାଙ୍କ ମନ୍ତ୍ରୀମାନଙ୍କର ବିଭାଗ ବଣ୍ଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଗୃହ, ଆଇନ ଓ ନ୍ୟାୟପାଳିକାକୁ ନିଜ ପାଖରେ ରଖିଛନ୍ତି।

Updated On

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ତାଙ୍କ ମନ୍ତ୍ରୀମାନଙ୍କର ବିଭାଗ ବଣ୍ଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଗୃହ, ଆଇନ ଓ ନ୍ୟାୟପାଳିକାକୁ ନିଜ ପାଖରେ ରଖିଛନ୍ତି।

ଅଦ୍ୟତନ ହୋଇଛି
maha

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ତାଙ୍କ ମନ୍ତ୍ରୀମାନଙ୍କର ବିଭାଗ ବଣ୍ଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଗୃହ, ଆଇନ ଓ ନ୍ୟାୟପାଳିକାକୁ ନିଜ ପାଖରେ ରଖିଛନ୍ତି। ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ନଗର ଉନ୍ନୟନ ଓ ଗୃହ ନିର୍ମାଣ ଓ ପୂର୍ତ୍ତ ବିଭାଗ ମିଳିଛି। ଡେପୁଟି ସିଏମ୍ ଅଜିତ ପାୱାରଙ୍କୁ ଅର୍ଥ, ଯୋଜନା ଏବଂ ଅବକାରୀ ବିଭାଗ ଦିଆଯାଇଛି।

ଏହାଛଡ଼ା ଚନ୍ଦ୍ରଶେଖର ବାୱନକୁଲେଙ୍କୁ ରାଜସ୍ୱ ବିଭାଗ, ଉଦୟ ସାମନ୍ତଙ୍କୁ ଶିଳ୍ପ ବିଭାଗ, ଚନ୍ଦ୍ରକାନ୍ତ ପାଟିଲଙ୍କୁ ଉଚ୍ଚଶିକ୍ଷା ବିଭାଗ, ଗଣେଶ ନାୟକଙ୍କୁ ଜଙ୍ଗଲ ବିଭାଗ, ପଙ୍କଜା ମୁଣ୍ଡେଙ୍କୁ ପରିବେଶ ବିଭାଗ, ହାସନ ମୁଶରିଫଙ୍କୁ ଡାକ୍ତରୀ ଶିକ୍ଷା ବିଭାଗ, ଗୁଲାବରାଓ ପାଟିଲଙ୍କୁ ଜଳ ଯୋଗାଣ, ରାଧାକୃଷ୍ଣ ବିଖେ ପାଟିଲଙ୍କୁ ଜଳ ସମ୍ପଦ ବିଭାଗ, ଦାଦା ଭୁସେଙ୍କୁ ବିଦ୍ୟାଳୟ ଶିକ୍ଷା, ଅଶୋକ ବିକେଙ୍କୁ ଆଦିବାସୀ ଉନ୍ନୟନ ବିଭାଗ, ପ୍ରତାପ ସରନାୟକଙ୍କୁ ପରିବହନ ବିଭାଗ ପ୍ରଦାନ କରାଯାଇଛି ।

ମୁଖ୍ୟମନ୍ତ୍ରୀ ଫଡନାଭିସ ଗୃହ ମନ୍ତ୍ରଣାଳୟ ବଜାୟ ରଖିବେ ବୋଲି ପୂର୍ବରୁ ଆଶା କରାଯାଉଥିଲା। ଏହି ବିଭାଗ ନେବାକୁ ଦାବି କରୁଥିବା ଏକନାଥ ସିନ୍ଦେଙ୍କୁ ନଗର ଉନ୍ନୟନ ଓ ଗୃହ ନିର୍ମାଣ ବିଭାଗ ଦାୟିତ୍ୱ ଦେଇ ସନ୍ତୁଷ୍ଟ କରିବାକୁ  ଚେଷ୍ଟା କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe