photo-ANI
ନୂଆଦିଲ୍ଲୀ: ମହାରାଷ୍ଟ୍ରର ମୁମ୍ବାଇଠାରେ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏନଡିଏର ରାଲିରେ ଯୋଗ ଦେଇଥିଲେ। ଏଥିରେ ଜଣେ କଂଗ୍ରେସ ବିଧାୟକ ଯୋଗ ଦେବା ଘଟଣା ମହାରାଷ୍ଟ୍ରର କଂଗ୍ରେସରେ ଆଲୋଡ଼ନ ସୃଷ୍ଟି କରିଛି। ଏହି ସଭାରେ ଯୋଗ ଦେବା ଅବସରରେ କଂଗ୍ରେସ ବିଧାୟକ କାଳିଦାସ କୋଲମ୍ବକର କହିଛନ୍ତି ଯେ ସେ କଂଗ୍ରେସ ଉପରେ ଅସନ୍ତୁଷ୍ଟ, କାରଣ ତାଙ୍କ ବିଧାନସଭା କ୍ଷେତ୍ରରେ କୌଣସି ଉନ୍ନତିମୂଳକ କାର୍ଯ୍ୟ ହୋଇ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ କଂଗ୍ରେସ ଛାଡ଼ି ସେହି ଦଳକୁ ସମର୍ଥନ ଦେବେ, ଯିଏ ତାଙ୍କ ଅଞ୍ଚଳରେ ବିକାଶ କରିପାରିବ।
କାଳିଦାସ ଆହୁରି ମଧ୍ୟ କହିଥିଲେ ଯେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଷଣ ଶୁଣିବାକୁ ଏହି ସଭାକୁ ଆସିଥିଲେ। ଖାଲି ସେତିକି ନୁହେଁ,ଆଗରୁ ସେ ଅଟଳ ବିହାରୀ ବାଜପେୟୀଙ୍କ ଭାଷଣ ମଧ୍ୟ ଶୁଣିବାକୁ ଆସିଥିଲେ। ଏନଡିଏର ଏହି ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟତୀତ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ଓ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍ରେଙ୍କ ସମେତ ଅନ୍ୟ କେତେକ ବରିଷ୍ଠ ନେତା ମଧ୍ୟ ଉଦ୍ବୋଧନ ଦେଇଥିଲେ।
Follow Us