ନୌସେନାକୁ ଅପମାନ ମାମଲା : ଗଡକରୀ କ୍ଷମା ମାଗିବାକୁ ମହାରାଷ୍ଟ୍ର କଂଗ୍ରେସର ଦାବି

Advertisment
ନୌସେନାକୁ ଅପମାନ ମାମଲା : ଗଡକରୀ କ୍ଷମା ମାଗିବାକୁ ମହାରାଷ୍ଟ୍ର କଂଗ୍ରେସର ଦାବି

ନୂଆଦିଲ୍ଲୀ : ନୌସେନାକୁ ଅପମାନିତ କରିବା ମାମଲାରେ ମହାରାଷ୍ଟ୍ର କଂଗ୍ରେସ ଆଜି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀଙ୍କୁ କଡ଼ା ସମାଲୋଚନା କରିଛି ଏବଂ ଗଡ଼କରୀଙ୍କୁ କ୍ଷମା ପ୍ରାର୍ଥନା କରିବାକୁ ଦାବି କରିଛି। ମୁମ୍ବାଇରେ ନୌସେନାକୁ ଗୋଟିଏ ଇଞ୍ଚ ବି ଜାଗା ଦିଆଯିବନି ଏବଂ ସେମାନଙ୍କ ସ୍ଥାନ ପାକିସ୍ତାନ ସୀମାରେ ବୋଲି କହି ଗଡ଼କରୀ ଗତକାଲି ସେନାକୁ ଅପମାନିତ କରିଥିବାରୁ ଏଥିନେଇ କ୍ଷମା ମାଗିବା ଉଚିତ୍‌ ବୋଲି ମହାରାଷ୍ଟ୍ର କଂଗ୍ରେସ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଗଡ଼କରୀଙ୍କ ଏଭଳି ବୟାନ ପାଇଁ ଆମେ ଦୁଃଖ ପ୍ରକାଶ କରୁଛୁ ବୋଲି ମହାରାଷ୍ଟ୍ର କଂଗ୍ରେସ ମୁଖପାତ୍ର ସଚିନ ସାଓ୍ଵନ୍ତ କହିଛନ୍ତି। ଗଡ଼କରୀ ଗତକାଲି ଏକ କାର୍ଯ୍ୟକ୍ରମରେ କହିଥିଲେ ଯେ ସମସ୍ତ ନୌସେନା ଅଧିକାରୀ ଦକ୍ଷିଣ ମୁମ୍ବାଇରେ ରହିବାକୁ ଚାହୁଛନ୍ତି। ସେମାନେ ଜାଗା ପାଇଁ ତୁହାକୁ ତୁହା ଚାପ ସୃଷ୍ଟି କରୁଛନ୍ତି, ସେମାନଙ୍କୁ ସେଠାରେ ଇଞ୍ଚେ ହେଲେ ଯାଗା ଦିଆଯବନି ବୋଲି ଗତକାଲି ଗଡ଼କରୀ କହିଥିଲେ। ଏଭଳି ବୟାନକୁ ବିଭିନ୍ନ ମହଲ ନିନ୍ଦା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe