ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ମିଳିଲା ବୋମାରେ ଉଡ଼ାଇ ଦେବାର ଧମକ

ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଗୁରୁବାର ଇମେଲ୍ ମାଧ୍ୟମରେ ହତ୍ୟା ଧମକ ମିଳିଛି। ଇମେଲ୍ ପଠାଇଥିବା ବ୍ୟକ୍ତି ଶିବସେନା ନେତାଙ୍କ କାରକୁ ବୋମାରେ ଉଡ଼ାଇ ଦେବାକୁ ଧମକ ଦେଇଛି।

teknath shinde

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଗୁରୁବାର ଇମେଲ୍ ମାଧ୍ୟମରେ ହତ୍ୟା ଧମକ ମିଳିଛି। ଇମେଲ୍ ପଠାଇଥିବା ବ୍ୟକ୍ତି ଶିବସେନା ନେତାଙ୍କ କାରକୁ ବୋମାରେ ଉଡ଼ାଇ ଦେବାକୁ ଧମକ ଦେଇଛି। ଏହି ଧମକପୂର୍ଣ୍ଣ ମେସେଜଗୁଡ଼ିକ ଗୋରେଗାଓଁ ଏବଂ ଜେଜେ ମାର୍ଗ ପୁଲିସ ଷ୍ଟେସନ ସହିତ ରାଜ୍ୟ ସଚିବାଳୟକୁ ଇମେଲ୍ ମାଧ୍ୟମରେ ଆସିଥିବା ଜଣାଯାଇଛି। ଏକନାଥ ସିନ୍ଦେଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତିଙ୍କ ଆଇପି ଠିକଣା ଖୋଜିବା ପାଇଁ ମୁମ୍ବାଇ ପୁଲିସ ଏବଂ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛନ୍ତି।

ଇମେଲ ମାଧ୍ୟମରେ ଧମକ ପାଇବା ପରେ ମହାରାଷ୍ଟ୍ର ପୁଲିସ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଚାରିପାଖରେ ସୁରକ୍ଷା ବୃଦ୍ଧି କରିଛି। ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ପାଇଁ ରାଜଧାନୀ ଦିଲ୍ଲୀରେ ଥିବା ବେଳେ ଶିବସେନା ନେତା ଏକନାଥ ସିନ୍ଦେଙ୍କୁ ହତ୍ୟା ଧମକ ମିଳିଥିଲା। ଶାଲିମାର ବାଗର ବିଜେପି ବିଧାୟକ ରେଖା ଗୁପ୍ତାଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ସମୟରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ କହିଥିଲେ, 'ଏହା ଆନନ୍ଦର କଥା ଯେ, ପ୍ରିୟ ଭଉଣୀ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଉଛନ୍ତି। ଏଥିପାଇଁ ଆମେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଉଛୁ'

ତେବେ ଏହା ପ୍ରଥମ ଥର ନୁହେଁ ଯେତେବେଳେ ଏକନାଥ ସିନ୍ଦେଙ୍କୁ ହତ୍ୟା ଧମକ ମିଳିଛି। ପୂର୍ବରୁ ଫେବ୍ରୁଆରି ୨୦୨୪ରେ, ଜଣେ କଲେଜ ଛାତ୍ର ଏକନାଥ ସିନ୍ଦେ ଏବଂ ତାଙ୍କ ପୁଅ ସାଂସଦ ଶ୍ରୀକାନ୍ତ ସିନ୍ଦେଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ। ଏହି ଧମକ ସୋସିଆଲ ମିଡିଆ ମାଧ୍ୟମରେ ଦିଆଯାଇଥିଲା, ଯାହା ପରେ ପୁଲିସକୁ ହସ୍ତକ୍ଷେପ କରିବାକୁ ପଡିଲା। ୨୦୨୪ ମସିହା ଫେବ୍ରୁଆରି ୧୧ ତାରିଖରେ, ଜଣେ ୧୯ ବର୍ଷୀୟ ଛାତ୍ରଙ୍କୁ ସିନ୍ଦେ ଏବଂ ତାଙ୍କ ପୁଅକୁ ହତ୍ୟା ଧମକ ପଠାଇବା ଅଭିଯୋଗରେ ପୁଲିସ ଗିରଫ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe