ମହାରାଷ୍ଟ୍ର ନିର୍ବାଚନ: ବିଜେପିର ପ୍ରଥମ ତାଲିକାରେ ୯୯ ପ୍ରାର୍ଥୀ

Advertisment

ଆଗାମୀ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ବିଜେପି ରବିବାର  ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଛି। ଏହି ତାଲିକାରେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏବଂ ରାଜ୍ୟ ବିଜେପି ମୁଖ୍ୟ ଚନ୍ଦ୍ରଶେଖର ବାୱନକୁଲେଙ୍କ ସମେତ ଦଳ ୯୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।

ଆଗାମୀ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ବିଜେପି ରବିବାର  ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଛି। ଏହି ତାଲିକାରେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏବଂ ରାଜ୍ୟ ବିଜେପି ମୁଖ୍ୟ ଚନ୍ଦ୍ରଶେଖର ବାୱନକୁଲେଙ୍କ ସମେତ ଦଳ ୯୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।

aadadaddaee

ମୁମ୍ବାଇ: ଆଗାମୀ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ବିଜେପି ରବିବାର  ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଛି। ଏହି ତାଲିକାରେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏବଂ ରାଜ୍ୟ ବିଜେପି ମୁଖ୍ୟ ଚନ୍ଦ୍ରଶେଖର ବାୱନକୁଲେଙ୍କ ସମେତ ଦଳ ୯୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।  ଫଡନାଭିସ ନାଗପୁର ଦକ୍ଷିଣ ପଶ୍ଚିମ ଆସନରୁ ପ୍ରାର୍ଥୀ ହୋଇଥିବା ବେଳେ ଚନ୍ଦ୍ରଶେଖରଙ୍କୁ କାମ୍‌ଠିରୁ ପ୍ରାର୍ଥୀ କରାଯାଇଛି। ଏହି ତାଲିକାରେ ଘାଟକୋପର ପଶ୍ଚିମରୁ ରାମ କଦମ, ଚିକ୍‌ଲିରୁ ଶ୍ୱେତା ମହାଲେ ପାଟିଲ, ଭୋକରରୁ ଶ୍ରୀଜୟା ଅଶୋକ ଚୌହାନ ଏବଂ କାଙ୍କାଭଲିରୁ ନୀତୀଶ ରାଣେଙ୍କ ନାମ ରହିଛି। ଶ୍ରୀଜୟା ହେଉଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହ୍ୱାନଙ୍କ ଝିଅ, ଯିଏ କି ଚଳିତ ବର୍ଷ ଫେବ୍ରୁଆରିରେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ।

ଫଡନାଭିସ ନାଗପୁର ଦକ୍ଷିଣପଶ୍ଚିମ ଆସନରୁ ପ୍ରାର୍ଥୀ

୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ପାଇଁ ନଭେମ୍ବର ୨୦ରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେବ ବୋଲି ନିର୍ବାଚନ ଆୟୋଗ ମଙ୍ଗଳବାର ଘୋଷଣା କରିଛନ୍ତି। ନଭେମ୍ବର ୨୩ତାରିଖରେ ଭୋଟ୍ ଗଣତି ହେବ। ଏକନାଥ ସିନ୍ଦେଙ୍କ ଶିବସେନା ଏବଂ ଏନ୍‌ସିପିର ଅଜିତ ପାୱାର ଗୋଷ୍ଠୀ ସହ ମେଣ୍ଟ କରିଥିବା ବିଜେପି ହରିୟାଣା  ବିଜୟ ପରେ ପୁଣି କଂଗ୍ରେସକୁ ଝଟ୍‌କା ଦେବାକୁ ରଣନୀତି ପ୍ରସ୍ତୁତ କରିଛି।  ୨୦୧୯ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ଓ ଶିବସେନା ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ଅଧୀନରେ ସହଯୋଗୀ ଭାବେ ନିର୍ବାଚନ ଲଢ଼ିଥିବା ବେଳେ କଂଗ୍ରେସ ଏବଂ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି)  ୟୁପିଏ  ମେଣ୍ଟରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ବିଜେପି-ଶିବସେନା ମେଣ୍ଟ ୧୬୧ଟି ଆସନ (ବିଜେପି ୧୦୫, ଶିବସେନା ୫୬) ଜିତିଥିଲା। କଂଗ୍ରେସ-ଏନସିପି ମେଣ୍ଟକୁ ୯୮ (ଏନସିପିକୁ ୫୪, କଂଗ୍ରେସକୁ ୪୪) ଆସନ ମିଳିଥିଲା। ୨୦୨୨ ମଧ୍ୟଭାଗ ପର୍ଯ୍ୟନ୍ତ ଏମ୍‌ଭିଏ ମହାରାଷ୍ଟ୍ରରେ ଶାସନ କରିଥିଲା ଏବଂ ଏକନାଥ ସିନ୍ଦେଙ୍କ ବିଦ୍ରୋହ ଦ୍ୱାରା ଆରମ୍ଭ ହୋଇଥିବା ଆଭ୍ୟନ୍ତରୀଣ ସଂଘର୍ଷ ଉଦ୍ଧବ ଠାକରେଙ୍କ ମେଣ୍ଟ ସରକାରର ପତନ ଘଟାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe