ସଂକ୍ରମଣ ସଂଖ୍ୟା ବଢ଼ିବାରୁ ମହାରାଷ୍ଟ୍ରରେ ମେ’ ୧୫ ପର୍ଯ୍ୟନ୍ତ ବଢ଼ିଲା ଲକଡାଉନ

ସଂକ୍ରମଣ ସଂଖ୍ୟା ବଢ଼ିବାରୁ ମହାରାଷ୍ଟ୍ରରେ ମେ’ ୧୫ ପର୍ଯ୍ୟନ୍ତ ବଢ଼ିଲା ଲକଡାଉନ

ମୁମ୍ବାଇ: ସଂକ୍ରମଣ ସଂଖ୍ୟା ବଢ଼ିବାରୁ ମହାରାଷ୍ଟ୍ରରେ ମେ’ ୧୫ ପର୍ଯ୍ୟନ୍ତ ବଢ଼ିଲା ଲକଡାଉନ। ମହାରାଷ୍ଟ୍ର ଗତ ୨୪ଘଣ୍ଟା ମଧ୍ୟରେ ୬୬,୧୫୯ଜଣ ନୂତନ କୋଭିଡ-୧୯ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୭୭୧ଜଣଙ୍କର ମୃତ୍ୟୁ ହେବା ପରେ ମହାରାଷ୍ଟ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

ରାଜ୍ୟ କାର୍ଯ୍ୟନିର୍ବାହୀ କମିଟି କହିଛି ଯେ, “ଏହି ଭୂତାଣୁ ବିସ୍ତାରକୁ ରୋକିବା ପାଇଁ ଜରୁରୀକାଳୀନ ପଦକ୍ଷେପ ଜାରି ରଖିବା ଜରୁରୀ ଅଟେ। ମହାମାରୀ ରୋଗ ଅଧିନିୟମ, ୧୮୯୭ ର ଧାରା ୨ ଅନୁଯାୟୀ ଦିଆଯାଇଥିବା କ୍ଷମତାର ପ୍ରୟୋଗରେ ସରକାର ବିପର୍ଯ୍ୟୟ ପରିଚାଳନା ଅଧିନିୟମ, ୨୦୦୫ ଅନୁଯାୟୀ ଲକଡାଉନ ଅବଧିକୁ ବଢ଼ାଇଛନ୍ତି।

ମହାରାଷ୍ଟ୍ର ସମେତ ଅନ୍ୟ ରାଜ୍ୟରେ ମଧ୍ୟ କରୋନା ସଂକ୍ରମଣ ବଢ଼ୁଛି। ଆଜି ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୩,୭୯,୨୫୭ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୩,୬୪୫ ମୃତ୍ୟୁ ରେକର୍ଡ ହୋଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌ ସଂକ୍ରମଣ ମାମଲା ୧,୮୩,୭୬,୫୨୪ ଓ ମୃତ୍ୟୁସଂଖ୍ୟା ୨, ୦୪,୮୩୨ରେ ପହଞ୍ଚିଛି।

ସେହିଭଳି ଗତ ୨୪ ଘଣ୍ଟା ମଧ୍ୟରେ ୨,୬୯,୫୦୭ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତାସଂଖ୍ୟା ୧,୫୦,୮୬,୮୭୮ରେ ପହଞ୍ଚିଛି। ଏହା ବ୍ୟତିରେକେ, ଏବେ ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୩୦,୮୪,୮୧୪।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe