Image Courtesy of NDTV
ଗଡ଼ଚିରୋଲୀ: ଶନିବାର ଦିନ ମହାରାଷ୍ଟ୍ରର ଗଡ଼ଚିରୋଲୀ ଜିଲ୍ଲାରେ ବନ ବିଭାଗର ଜଣେ କର୍ମଚାରୀ ‘ଭିଡଓ’ ଉତ୍ତୋଳନ କରୁଥିବା ବେଳେ ଗୋଟାଏ ବଣୁଆ ହାତୀ ଆକ୍ରମଣରେ ପ୍ରାଣ ହରାଇଥିବା କଥା ବନ ବିଭାଗ କହିଛି।
ନିହତ ବନ କର୍ମଚାରୀ ହେଉଛନ୍ତି ଡ୍ରାଇଭର୍ ବି. ଅତରାମ। ପଲାସଗାଓଁ ଜଙ୍ଗଲକୁ ବଣୁଆ ହାତୀମାନେ ଆସିଥିବା ସୂଚନା ଗ୍ରାମବାସୀଙ୍କଠାରୁ ପାଇ ଅତରାମଙ୍କ ସମେତ ବନ ବିଭାଗର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ।
ବନ ବିଭାଗ ଟିମ୍ ହାତୀପଲକୁ ଘଉଡ଼ାଉ ଥିବା ବେଳେ ଅତରାମ ରାସ୍ତାକଡ଼ରେ ଗାଡ଼ି ରଖି ଭିଡିଓ ରେକର୍ଡିଙ୍ଗ୍ କରୁଥିଲେ। ଏତିକି ବେଳେ ଗୋଟାଏ ହାତୀ ତାଙ୍କ ଆଡ଼କୁ ଧାଇଁ ଆସିଲା। ଅନ୍ୟମାନେ କୌଣସି ମତେ ସେଠାରୁ ଦୌଡ଼ି ପଳାଇ ଆସିଲା ବେଳେ ଅତରାମ ଝୁଣ୍ଟି ତଳେ ପଡ଼ିଯାଇଥିଲେ। ଉଗ୍ର ହାତୀଟି ତାଙ୍କୁ ଗୋଡ଼ରେ ଦଳି ମାରିପକାଇଲା।
Image Courtesy of Zee Newsଘଟଣାସ୍ଥଳରୁ ଅତରାମଙ୍କ ଶବ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ କରିବାକୁ ଉପଜିଲ୍ଲା ହସ୍ପିଟାଲ୍ ବାସଲାକୁ ପଠାଯାଇଛି। ବନ ବିଭାଗର ପଦସ୍ଥ ଅଧିକାରୀମାନେ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
ସୂଚନାଯୋଗ୍ୟ, ୨ ବର୍ଷ ହେବ ଓଡ଼ିଶାର ହାତୀମାନେ ମହାରାଷ୍ଟ୍ରରେ ପ୍ରବେଶ କରି ବ୍ୟାପକ ଫସଲ ନଷ୍ଟ କରୁଥିବା ବେଳେ ଉପରୋକ୍ତ ଦୁଃଖଦ ଘଟଣା ଘଟିଛି। ପ୍ରାୟ ଦୁଇ ମାସ ତଳେ ବି ଜଣେ ବୟୋବୃଦ୍ଧ ବ୍ୟକ୍ତିଙ୍କୁ ଗୋଟାଏ ବଣୁଆ ହାତୀ ଦଳି ମାରି ପକାଇଥିଲା।
Follow Us