ମହାରା‌ଷ୍ଟ୍ର ସରକାର ଗଠନ ନେଇ ଅଚଳାବସ୍ଥା ଜାରି: ସରି ଆସୁଛି ସମୟ କଣ୍ଟ; ସୃଷ୍ଟି ହୋଇପାରେ ସାମ୍ବିଧାନିକ ସଙ୍କଟ!

Advertisment
ମହାରା‌ଷ୍ଟ୍ର ସରକାର ଗଠନ ନେଇ ଅଚଳାବସ୍ଥା ଜାରି: ସରି ଆସୁଛି ସମୟ କଣ୍ଟ; ସୃଷ୍ଟି ହୋଇପାରେ ସାମ୍ବିଧାନିକ ସଙ୍କଟ!

DNA

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ଇତିମଧ୍ୟରେ ଦୀର୍ଘ ୧୪ ଦିନ ଅତିବାହିତ ହୋଇଯାଇଥିଲେ ମଧ୍ୟ ବର୍ତ୍ତମାନ ସେଠାରେ ନୂତନ ସରକାର ଗଠିତ ହୋଇପାରି ନାହିଁ। ଏପରସ୍ଥିତିରେ ପୁରୁଣା ବିଧାନସଭାର କାର୍ଯ୍ୟକାଳ ଆସନ୍ତା ୮ ତାରିଖ (ଶୁକ୍ରବାର) ଶେଷ ହେବାକୁ ଥିବା ବେଳେ ନୂତନ ବିଧାନସଭା ଓ ସରକାର ଗଠନ ପାଇଁ ହାତରେ ଆଉ ମାତ୍ର କିଛି ଘଣ୍ଟାର ସମୟ ବାକି ରହିଛି।

ଅନ୍ୟପକ୍ଷରେ ନୂତନ ସରକା‌େର କ୍ଷମତା ବଣ୍ଟନକୁ ନେଇ ସଂଖ୍ୟାଗରିଷ୍ଠ ବିଜେପି ଓ ଏହାର ସହଯୋଗୀ ଶିବସେନା ମଧ୍ୟରେ ଆରମ୍ଭ ହୋଇଥିବ‌ା ବିବାଦର ସମାଧାନ ହେଉନାହିଁ କି ସୃଷ୍ଟି ହୋଇଥିବା ଅଚଳାଅବସ୍ଥାର ଅବସାନ ଘଟୁନାହିଁ। ନୂତନ ସରକାର ସଂପୂର୍ଣ୍ଣ ରୂପେ ବିଜେପି ଫର୍ମୂଲାରେ ଗଠିତ ହେବ ବୋଲି ବିଜେପି ଅଡ଼ି ବସିଥିବା ବେଳେ ପୂର୍ବ ବୁଝାମଣା ଅନୁଯାୟୀ ୫୦-୫୦ ଫର୍ମୂଲାରେ ସରକାର ଗଠନ ଜିଦ୍‌ରେ ଏବେବି ଅଟଳ ରହିଛି ଶିବସେନା। ଏପରିସ୍ଥିତିରେ ୮ ତାରିଖ ସୁଦ୍ଧା ନୂତନ ସରକାରର ଗଠନ ହୋଇ ନପାରିଲେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହେବାର ଆଶଙ୍କା ସୃଷ୍ଟି ହୋଇଛି।

publive-image Latestly

ଏପ୍ରକାର ସଙ୍କଟଜନକ ପରିସ୍ଥିତିରେ କିଛି ସ୍ବାଧୀନ ଓ କିଛି ଶିବସେନା ବିଧାୟକଙ୍କୁ ନିଜ ଆଡ଼କୁ ଆଣି ସେମାନଙ୍କ ସମର୍ଥନରେ ନୂତନ ସରକାର ଗଠନ ପାଇଁ ବିଜେପି ପକ୍ଷରୁ ଉଦ୍ୟମ ହୋଇଯାଇଛି। ଏକଥା ଜାଣିବା ପରେ ଶିବସେନା ତାର ସମସ୍ତ ନବନିର୍ବାଚିତ ବିଧାୟକଙ୍କୁ ଏକ ପଞ୍ଚତାରକା ହୋଟେଲକୁ ନେଇଯିବା ସହ ସେଠାରେ ନଜର ବନ୍ଦୀ କରି ରଖିଛି।
ବିଜେପିର ନବ ନିର୍ବାଚିତ ବିଧାୟକ ଦଳ ନେତା ଦେବେନ୍ଦ୍ର ଫଡନାବୀସ୍‌ ଚାହୁଁଛନ୍ତି ମୁଁ ଆଗ ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେଇ ନୂତନ ବିଧାନସଭା ଗଠନ କରିଦିଏ; ପରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାବେଳକୁ ଦେଖାଯିବ। କିନ୍ତୁ ବିଜେପିର ରାଷ୍ଟ୍ରୀୟ ନେତାମାନେ ଏଥିରେ ଏକମତ ହୋଇପାରୁ ନାହାନ୍ତି। ଏବେବି ଶିବସେନାକୁ ମନାଇବାକୁ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି ବିଜେପିର ବରିଷ୍ଠ ନେତା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe