ମହାରାଷ୍ଟ୍ର: ଅଚଳାବସ୍ଥାର ଅବସାନ; ଶିବସେନା- ଏନ୍‌ସିପି- କଂଗ୍ରେସ ମିଳିତ ଭାବେ ଗଠନ କରିବେ ନୂତନ ସରକାର

Advertisment
ମହାରାଷ୍ଟ୍ର: ଅଚଳାବସ୍ଥାର ଅବସାନ; ଶିବସେନା- ଏନ୍‌ସିପି- କଂଗ୍ରେସ ମିଳିତ ଭାବେ ଗଠନ କରିବେ ନୂତନ ସରକାର

India Today

ନୂଆଦିଲ୍ଲୀ: ଶେଷରେ ମହାରାଷ୍ଟ୍ରରେ ନୂତନ ସରକାର ଗଠନ ନେଇ ସୃଷ୍ଟି ହୋଇଥିବା ସମସ୍ତ ଅଚଳାବସ୍ଥାର ଅବସାନ ଘଟିଛି। ଏବଂ ମହାରାଷ୍ଟ୍ରରେ ନୂତନ ସରକାର ଶିବସେନା- ଏନ୍‌ସିପି- କଂଗ୍ରେସ ମିଳିତ ଭାବେ ଗଠନ କରିବେ ବୋଲି ଆଜି ଅପରାହ୍ଣରେ ଘୋଷଣା କରିଛନ୍ତି ଶିବସେନା ନେତା ତଥା ସାଂସଦ ସଞ୍ଜୟ ରାଉତ।

ଏସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ରାଉତ କହିଛନ୍ତି ଯେ ରାଜ୍ୟରେ ନୂତନ ସରକାର ଗଠନ ନେଇ ଶିବସେନା- ଏନ୍‌ସିପି- କଂଗ୍ରେସ ମଧ୍ୟରେ ସବୁ ଆଳୋଚନା ଶେଷ ହେବା ସହ ନୂତନ ସରକାରର ଚୂଡ଼ାନ୍ତ ରୂପରେଖ ମଧ୍ୟ ପ୍ରସ୍ତୁତ ହୋଇସାରିଛି। ଆସନ୍ତା ୨୩ ତାରିଖ ଦିନ ରାଜ୍ୟରେ ନୂତନ ସରକାର ଗଠନ ନିମନ୍ତେ ଶିବସେନା- ଏନ୍‌ସିପି- କଂଗ୍ରେସର ସମସ୍ତ ନିର୍ବାଚିତ ବିଧାୟକମାନଙ୍କର ସ୍ବାକ୍ଷର ସମ୍ବଳିତ ଏକ ଦାବୀପତ୍ର ରାଜ୍ୟପାଳ ଭଗତ ସିଂହ କୋଶୀୟାରୀଙ୍କୁ ପ୍ରଦାନ କରାଯିବ ଏବଂ ଆସନ୍ତା ୨୪ କିମ୍ବା ୨୫ ତାରିଖରେ ନୂତନ ସରକାରର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ।

publive-image Latestly

ନୂତନ ସରକାରର ରୂପରେଖ ସଂପର୍କରେ ସୂଚନା ଦେଇ ଶ୍ରୀ ରାଉତ କହିଛନ୍ତି ଶିବସେନା ଓ ଏନ୍‌ସିପି ପାଳିକରି ୨.୫ ବର୍ଷ ଲେଖାଏଁ ମୁଖ୍ୟମନ୍ତ୍ରୀ ପଦରେ ରହିବେ। ତେବେ, ପ୍ରଥମ ପାଳିରେ କିଏ ଶବସେନା ନା ଏନ୍‌ସିପି ମୁଖ୍ୟମନ୍ତ୍ରୀ ଆସନରେ ବସିବ, ତାହା ଚୂଡ଼ାନ୍ତ ହୋଇନାହିଁ। ତେବେ, କଂଗ୍ରେସ ନୂତନ ସରକାରରେ ୫ ବର୍ଷ ପାଇଁ ଉପ-ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବ। ସେହିପରି ଶବସେନା କିମ୍ବା ଏନ୍‌ସିପି କିଏ ବାଚସ୍ପତି ପଦ ସମ୍ଭାଳିବ ତାହା ଚୂଡ଼ାନ୍ତ ହୋଇନାହିଁ। ତେବେ, ଆଗାମୀ ୫ ବର୍ଷ ପାଇଁ ଶିବସେନା- ଏନ୍‌ସିପି- କଂଗ୍ରେସ ମିଳିତ ସରକାର ରାଜ୍ୟକୁ ସ୍ଥିର ଓ ସ୍ଥାୟୀ ସରକାର ଦେବେ ବୋଲି କହିଛନ୍ତି ଏନ୍‌ସିପି ସୁପ୍ରିମୋ ଶରଦ ଯାଦବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe